୧୯୪୬ରୁ ୧୯୪୭ ଆରମ୍ଭ ପର୍ଯ୍ୟନ୍ତ ସବୁ ବୁଦ୍ଧିଜୀବୀ ବିଭାଜନ ଦାବୀ ଓ ପାକିସ୍ତାନ ତିଆରି ହେବା ସମ୍ଭାବନାକୁ ଆଡ଼େଇ ଯାଉଥିଲେ ଏହାକୁ ରାଜନୀତିର ଖେଳ ବୋଲି ଭାବୁଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ପଞ୍ଜାବ ଓ ବଙ୍ଗ ପ୍ରାନ୍ତର ସାଧାରଣ ଜନତା ଏ କଥା କେବେ ବି ଭାବି ନ ଥିଲେ ଯେ ଯଦି ବିଭାଜନ ହୋଇଯାଏ, ତେବେ ଆମେ କଣ କରିବୁ ?
ସେମାନେ ବିନା କାରଣରେ ହତ୍ୟାର ଶୀକାର ହେଲେ। ସେମାନଙ୍କୁ ରାଷ୍ଟ୍ରୀୟ ନେତାମାନେ ଧୋକା ଦେଲେ। ଆଜି ସରକାର ଡିମନିଟାଇଜେସନ ପୂର୍ବରୁ ଆବଶ୍ୟକ ବ୍ୟବସ୍ଥା କରିନଥିଲା ବୋଲି ପ୍ରଶ୍ନ ପଚାରୁଥିବା ଦଳକୁ ପ୍ରଶ୍ନ ପଚାରିବା ଦରକାର ସେତେବେଳ ବିଭାଜନ କରିବା ବେଳେ ସେମାନେ ଲୋକ ନ ମରିବା ପାଇଁ କଣ ବ୍ୟବସ୍ଥା କରିଥିଲେ। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କୁ ହତ୍ୟା କରିବାର ପାପ ଆଉ ଶହେ ବର୍ଷ ଗଲେ ବି ସେମାନେ ଧୋଇ ପାରିବେ ନାହିଁ।
ଏଇ ବିଶ୍ୱାସଘାତକମାନଙ୍କ ପାଇଁ ସେତେବେଳେ ପଶ୍ଚିମ ପଞ୍ଜାବ, ପୂର୍ବ ବଙ୍ଗ ଓ କାଶ୍ମୀରରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶିଖ, ବଙ୍ଗାଳୀ ଓ କଶ୍ମୀରବାସୀଙ୍କ ହତ୍ୟା ହୋଇଥିଲା।
ଏଇ ଲକ୍ଷ ଲକ୍ଷ ସଂଖ୍ୟାର ଲୋକ ସବୁ ସମ୍ପନ୍ନ ଥିଲେ, ସୁରକ୍ଷିତ ଥିଲେ ନିଜ ବାସ ଭବନ (ନିଜ ପୈତୃକ ଗୃହ) ରେ । ଏମାନଙ୍କୁ ହତ୍ୟା କରାଗଲା, ଏମାନଙ୍କୁ ଧକ୍କା ଦେଇ ନିଜ ଘରୁ ବାହାର କରିଦିଆଗଲା। ଏମାନଙ୍କୁ ବଳାତ୍କାର କରି, ଅସହ୍ୟ ଯାତନା ଦେଇ ଭଗବାନଙ୍କ ଭରସାରେ ରହିବାକୁ ଦିନେ ଅଧେ ନୁହେଁ ବର୍ଷ ବର୍ଷ ପାଇଁ ଛାଡ଼ି ଦିଆଗଲା।
ଏହି ନିକଟ ଇତିହାସର ଗମ୍ଭୀରତାର ଉଦାହରଣ ଏମାନେ। ଏମାନଙ୍କ ପ୍ରତି ସଜାଗ ଓ ସତର୍କ ରହିବାର ଆବଶ୍ୟକତା ଏବେ ବି ଅନୁଭୂତ ହେଉଛି।
ଚିନ୍ତା ନ ଥାନ୍ତା ଏମାନଙ୍କ ବୁଦ୍ଧି ଯଦି ସମାଜ ହିତରେ ଥାନ୍ତା।
ଏଇ ସମାଜ ବିରୋଧୀ ତତ୍ତ୍ୱଙ୍କୁ ଦେଶ ବିଦେଶରୁ ପ୍ରୋତ୍ସାହନ ବହୁ ବର୍ଷରୁ ମିଳି ଆସିଛି। ଆଜି ବି ରାତା ରାତି ଏହିମାନେ ଜନେଉ ଧାରୀ ଜେଏନଉ ଧାରୀ ହୋଇ ଦଳିତର ତ୍ରାଣକର୍ତ୍ତାର ଡ୍ରାମା କରି ଦଙ୍ଗା କରିବାରେ ଓସ୍ତାଦ୍।
ସମାଜ ହିତ ଚାହୁଁଥିବା ବୌଦ୍ଧିକ ଜଗତ ନିଜକୁ ଦୁର୍ବଳ ମନେ କରୁଛି। ତାଙ୍କୁ ସମ୍ବଳ ଦେବାକୁ ନା କୋଟିପତି ଆଗେଇ ଆସୁଛି, ନା ପ୍ରକାଶକ, ନା ସମ୍ପାଦକ । ଭାଷା ପାଇଁ ପ୍ରାଣ କାନ୍ଦୁଥିବା ସରକାରର ବ୍ୟବହାର ଏଠାରେ ନ ଲେଖିବା ଭଲ।
ତେଣୁ ସମୟ ଆସିଛି, କ୍ଷୁଦ୍ର ସ୍ୱାର୍ଥକୁ ଭୁଲି ସମାଜକୁ ଭଲ ପାଉଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଏକାଠି ହୋଇ ଏମାନଙ୍କ ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ଆଗେଇ ଆସନ୍ତୁ।
୪. ୧. ୧୮

No comments:
Post a Comment