⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ, ନବମୀ ତିଥି*
*ଧନୁ ୨୫ ଦିନ,ସ୍ବାତୀ ନକ୍ଷତ୍ର*
*ତୁଳା ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୧୦ ତାରିଖ*
🌾 *ବୁ ଧ ବା ର* 🌾⛳
🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] [] 🌾
ଶବର ଜଗତେ ଭ୍ରମେ ଭ୍ରମମୁକ୍ତ ମୁଁ
ଶବ କାନେ ମନ୍ତ୍ର-ଶବ୍ଦ-କବିତା ମୋହର
ମୋ' ପଥ କଣ୍ଟକବୀଥି ଦୁଃସହ ଶଲ୍ଯଦ ଗତି
ଜାଣେ ଜାଣେ , ତଥାପି ମୋ' ପ୍ରବ୍ରଜ୍ଯା ଦୁର୍ବାର ॥
କବିତା ଗୋ' ମୋର
ଯୋଗିନୀ ତାପସକନ୍ଯା
ମୁକ୍ତା-ଜଳେ ନୟନ ଭସାଇ
ତନୁ ପୁଲକାଇ ମନ ମହକାଇ
ନିଖିଳ ହୃଦୟେ ଲାସ୍ଯ ରଚାଇ
ସୃଜ ଗୋ' ଆଲୋକ-ବନ୍ଯା ॥
ସ୍ବପ୍ନ ମୋ'ର ଧରଣୀରେ ଅମରଣଧର୍ମା
ମନୁଷ୍ୟ ରଚିବ ଲୀଳା ପୀୟୂଷ ଆସ୍ବାଦି
କାଳରାତ୍ରି ପାଲଟିବ ତୁରୀୟର ସନ୍ଧ୍ୟା
*କଳିପାପବଧୂ_ହେବ_ଆଜୀବନ ବନ୍ଧ୍ଯା*
ଯେଣିକି ମୋ' ଦୃଷ୍ଟି ଯିବ ତେଣେ ଦେଖୁଥିବି
ମୋ' ପ୍ରଭୁ ଚିନ୍ମୟ ଘନ ଅନନ୍ତ ଅନାଦି ॥
➖ ସନତ୍ କୁମାର
🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment