⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ ଶୁକ୍ଳପକ୍ଷ, ଷଷ୍ଠୀ ତିଥି*
*ମକର୧୦ଦିନ,ଉତ୍ତରଭଦ୍ରାନକ୍ଷତ୍ର*
*ମୀନଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୨୩ ତାରିଖ*
🌾 *ମ ଙ୍ଗ ଳ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଅଇଲେ ମା ସରସ୍ବତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତା ହାର
ଦିଅ ମା ସରସ୍ବତୀ ବିଦ୍ୟା ଭଣ୍ଡାର
💐💐
: ବାକ୍ ଦେବୀ ରୂପରେ ସରସ୍ବତୀ ହେଉଛନ୍ତି ନାଦମୟୀ, ଯୋଗୀର ଯୋଗ ନିମନ୍ତେ ସେ ହେଉଛନ୍ତି ପରା, ପଶ୍ୟନ୍ତି, ମଧ୍ୟମା, ବୈଖରୀ, ସର୍ବଶବ୍ଦାତ୍ମିକ ସୂକ୍ଷ୍ମ ପ୍ରଣବ ନାଦ । ଚତୁର୍ବେଦରେ ସେ ଗାୟତ୍ରୀ, ତ୍ରିଷ୍ଟୁପ୍, ଅନୁଷ୍ଟୁପ୍ ଆଦି ଛନ୍ଦରେ ବିଭାବିତ। ସେ ଷଡ଼ରାଗ, ଛତିଶ ରାଗିଣୀ ତଥା ତ୍ରିଶପ୍ତ ମୂର୍ଚ୍ଛନାର ନିତ୍ୟ ସଙ୍ଗୀତ । ଷଡ଼ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ, ନିଷାଦାଦି ସୂର ସପ୍ତକରୂପେ ସେ ଉଦାରା, ମୁଦାରା, ତାରାଦି ଗ୍ରାମରେ ଆରୋହ ଏବଂ ଅବରୋହ କ୍ରମେ ବିଶ୍ୱମୟ ଅଟନ୍ତି । ସେ ମହାଦିବ୍ୟ ସଙ୍ଗୀତର ଅପୂର୍ବ ଲହରୀ ବିସ୍ତାର କରନ୍ତି । ସେ ହିଁ ଉଦାତ୍ତ, ଅନୁଦାତ୍ତ, ସ୍ବରିତ ସ୍ବର ତଥା ହ୍ରସ୍ବ ଦୀର୍ଘ ପ୍ଲୁତାଦି ତ୍ରିମାତ୍ରା । ସେ ହିଁ ଅକାରାଦି ସ୍ବରବର୍ଣ୍ଣ, କକାରାଦି ବ୍ୟଞ୍ଜନବର୍ଣ୍ଣ ।
ଓଁ ଶ୍ରୀ ସରସ୍ୱତ୍ୟୈ ନମଃ ବିଦ୍ୟାପ୍ରାପ୍ତିରସ୍ତୁ
ସିତସରସିଜକାନ୍ତିଂ କୁନ୍ଦତୁଷାରଦେହାମ୍
ସିତବସନଦଧାନାଂ ଶ୍ୱେତହଂସାଧିରୂଢ଼ଢାମ୍
ସିତକରନିଭହସ୍ତେ ବଲ୍ଲକୀଶୋଭମାନାମ୍
ସକଳବିଭବସିଦ୍ଧ୍ୟୈ ଭାରତୀଂ ତାଂ ନମାମଃ
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment