ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କୁ ଭେଟିବା ପାଇଁ କିଛି ଆମେରିକୀୟ ବିଦ୍ୱାନ ଶାନ୍ତିନିକେତନରେ ପହଞ୍ଚିଲେ। ସେମାନଙ୍କ ସାଥିରେ କଲିକତା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ମଧ୍ୟ ଥିଲେ; ଯିଏକି ଗୁରୁଦେବଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଗବେଷଣା କରୁଥିଲେ । ସେମାନେ ଗୁରୁଦେବଙ୍କୁ ପଚାରିଲେ, "ଆପଣଙ୍କର ଜାତି କଣ ?
ଗୁରୁଦେବ ସହଜ ଭାବରେ ଉତ୍ତର ଦେଲେ, "ଉତ୍ସବ ଆମାର ଜାତି, ଉତ୍ସବ ଆମାର ଗୋତ୍ର ।"
ତାଙ୍କର କହିବାର ଅଭିପ୍ରାୟ ଥିଲା ଯେ ଉତ୍ସବ ହେଉଛି ଆନନ୍ଦ ଉଲ୍ଲାସ । ଗୁରୁଦେବ ହସିହସି ଆମେରିକୀୟ ମାନଙ୍କୁ ବୁଝାଇଲେ ଯେ ଆମ ସଂସ୍କୃତିରେ ଉତ୍ସବକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଆମର ଭାରତରେ ଜନ୍ମ ନେବା ଠାରୁ ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଉତ୍ସବ ପାଳନ କରାଯାଏ। ସମୟ ସମୟରେ ଅନେକ ଆନନ୍ଦ ଉଲ୍ଲାସର ଆୟୋଜନ କରାଯାଇଥାଏ
। ଆମେ ଭାରତୀୟମାନେ ଗୀତାର ଉପାସକ ଅଟୁ।
ଆମେମାନେ ମୃତ୍ୟୁରେ ମଧ୍ୟ ଅମରତ୍ୱର ଦର୍ଶନ କରୁ।ଏଥିପାଇଁ ତ ମୃତ୍ୟୁ ସମୟରେ ଶୋକ ପାଳନ କରିବା ସହ ମହୋତ୍ସବ କରିଥାଉଁ। କାରଣ ଧର୍ମ ଓ ଈଶ୍ୱରଙ୍କ ପ୍ରତି ଆମର ଅତୁଟ ବିଶ୍ୱାସ ଅଛି।
ଆମେରିକୀୟମାନେ ଗୁରୁଦେବଙ୍କ ମୁଖରୁ ଉତ୍ସବ ଆନନ୍ଦ,ଉଲ୍ଲାସର ଜାତି ଓ ଗୋତ୍ରର ନୂଆ ବ୍ୟାଖ୍ୟା ଶୁଣି ଚମତ୍କୃତ ହେଲେ।
୨୦.୯.୧୭

2 comments:
ଚମତ୍କାର
ସୁନ୍ଦର ଉପଉପସ୍ଥାପନା
Post a Comment