Sunday, 1 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୦୧ତାରିଖ ଅକ୍ଟୋବର*
    *୨୦୧୭ରବିବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ଏକାଦଶୀ ତିଥି*
        *ଶ୍ରବଣା ନକ୍ଷତ୍ର*
      *ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ମକର ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ପ୍ରଭାତ ପ୍ରସାଦ* 💦
ମାଆ ଯଦିହୁଏ ଶକ୍ତିସ୍ବରୂପିଣୀ
  ହେବକି ତା ବିସର୍ଜନୀ
ମାଆ ପ୍ରାଣତନ୍ତ୍ରୀ ପ୍ରତି ଚେତନର ଆହତର ସଂଜୀବନୀ..
ଜଗତ ଜୀବନ ହେବ ପରାହତ
   ଭକତି ଶକତି ବିନା
  ତେଣୁ ମା ଚିନ୍ମୟୀ
  ଉନ୍ମନା ନୋହି
    ତୁମେ ରହିଥିବ ସିନା..
ତୁମ କରୁଣାର ନାହିଁ ପଟାନ୍ତର
     ରହିଥିଲା ରହିଥାଉ
ମାଟିର ମୂରତୀ ବିଦା ହେବା ବିଧି
  ହେଉଥିଲା ହେଇଥାଉ !

     🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: