Friday, 6 October 2017

*ଜାତି ଅହଙ୍କାର*

ବୈଷ୍ଣବ ସମ୍ପ୍ରଦାୟର ପ୍ରବର୍ତ୍ତକ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ ଅତ୍ୟଧିକ ବୟସ କାରଣରୁ ବହୁତ ଦୁର୍ବଳ ହୋଇଯାଇଥିଲେ। ନଦୀକୁ ସ୍ନାନ କରିଯିବା ସମୟରେ ସେ ଅନ୍ୟମାନଙ୍କ ସାହାଯ୍ୟ ଚାହୁଁଥିଲେ। ନଦୀକୁ ଯିବା ସମୟରେ ସେ ସର୍ବଦା ବ୍ରାହ୍ମଣ ବ୍ୟକ୍ତି ଓ ସ୍ନାନ ସାରି ଆଶ୍ରମକୁ ଫେରିବା ସମୟରେ କୌଣସି ହରିଜନ ବ୍ୟକ୍ତିର ସାହାଯ୍ୟ ନେଇ ଫେରୁଥିଲେ।  ଏହାକୁ କେତେକ ଉଚ୍ଚ ଜାତିର ଶିଷ୍ୟ ତଥା ବ୍ୟକ୍ତି ପସନ୍ଦ କରୁ ନଥିଲେ।

ଦିନେ ଜଣେ ଉଚ୍ଚ ଜାତିର ଶିଷ୍ୟ ଆଚାର୍ଯ୍ୟଙ୍କୁ ସାହସର ସହିତ ପଚାରିଦେଲେ - "ଆପଣ ଯଦି ସ୍ନାନ ସାରି ହରିଜନଙ୍କ କାନ୍ଧରେ ହାତ ରଖି ଆସୁଛନ୍ତି ତେବେ ଆପଣ ସ୍ନାନ କାହିଁକି କରୁଛନ୍ତି ?"

ଆଚର୍ଯ୍ୟ ହସି ହସି ଉତ୍ତର ଦେଲେ, "ହେ ମୋର ସ୍ୱାଭିମାନୀ ସାଧକ, ଅହଙ୍କାରକୁ ତ୍ୟାଗ କରିବା ନିମିତ୍ତ ଉପଦେଶ ଦେଉଥିବା ବ୍ୟକ୍ତି ସର୍ବଦା ସ୍ୱୟଂ  ଅହଙ୍କାର ବିହୀନ ହେବା ଉଚିତ। ସ୍ନାନ ଦ୍ଵାରା ମୋର ଦେହ ଶୁଦ୍ଧ ହୁଏ। କିନ୍ତୁ ମନର ଅଶୁଦ୍ଧତା ଓ ଅହଙ୍କାରକୁ ଦୂର କରିବା ନିମିତ୍ତ ମୁଁ ନିମ୍ନ ଜାତିର ବ୍ୟକ୍ତିମାନଙ୍କ ସାହାଯ୍ୟ ନେଇଥାଏ। କାରଣ ଏମାନଙ୍କ ମନ ସର୍ବଦା ଶୁଦ୍ଧ ଥାଏ।

୬.୧୦.୧୭

No comments: