ଧର୍ମ ଓ ରାଜନୀତିର କ୍ଷୀର-ନୀର ସମ୍ପର୍କ ରହିଛି ? ଧର୍ମର ଅର୍ଥ କର୍ମକାଣ୍ଡ ନୁହେଁ, ପରନ୍ତୁ ଏହା ନୈତିକତାର ଅଧିଷ୍ଠାନ ଅଟେ। ଧର୍ମର ଅର୍ଥ ଆଚାର-ବ୍ୟବହାର, ସଦାଚାରର ସ୍ଥାପନା, ବ୍ୟକ୍ତି ଓ ସମାଜ ମଧ୍ୟରେ ଏକାତ୍ମ ଭାବର ଭିତ୍ତିଭୂମିକୁ ଦୃଢ଼ ରଖିବା। ଏହିପରି ଧର୍ମ ଏକ ଜୀବନ ଶୈଳୀ ଅଟେ।
ରାଜନୀତି କଥା ବିଚାର କଲେ ଦେଖିବା ଏହାର ଦୁଇଟି ଶବ୍ଦ ରାଜ+ନୀତି। ରାଜ ଶବ୍ଦର ଶାସ୍ତ୍ରାନୁମୋଦିତ ଅର୍ଥ ହେଲା ଶାସନ ବ୍ୟବସ୍ଥା ଓ ନୀତି ହେଲା ତାହାର ସୁସଞ୍ଚାଳନର ସୂତ୍ର। ଅନ୍ୟ ଅର୍ଥରେ କହିଲେ ଏହା ଦୁରାଚାର ଉପରେ ଅଙ୍କୁଶ ରଖିବା ପାଇଁ ଉଦ୍ଦିଷ୍ଟ। ଏହିପରି ଧର୍ମର ଲକ୍ଷ୍ୟ ସଦାଚାରର ସ୍ଥାପନା ହୋଇଥିବା ବେଳେ ରାଜନୀତିର ଲକ୍ଷ୍ୟ ଦୁରାଚାର ଉପରେ ଅଙ୍କୁଶ ରଖି ସୁଶାସନ କରିବା।
ରାଜନୀତିକୁ ବର୍ତ୍ତମାନ କୂଟନୀତି ଅର୍ଥରେ ପ୍ରୟୋଗ କରାଯାଉଛି। ପ୍ରକୃତରେ କୂଟନୀତି ରାଜନୀତିର ସାନ ଭଉଣୀ ପରି। ଭାରତୀୟ ଧର୍ମସୂତ୍ରରେ ଏହାକୁ କୃଷ୍ଣନୀତି କୁହାଯାଏ। କୃଷ୍ଣନୀତି ପ୍ରଥମରୁ ଆଜି ପର୍ଯ୍ୟନ୍ତ କ୍ଷମତା ହାସଲ କରିବାର ମାଧ୍ୟମ ହୋଇଛି। ଏଥିରେ ପ୍ରାପ୍ତି ମହତ୍ତ୍ୱ ରଖେ ସିଦ୍ଧାନ୍ତ ଏଥିରେ ଗୌଣ ହୋଇଥାଏ। ବିଶ୍ୱର ପ୍ରାଚୀନ ଇତିହାସ ଏହାର ସାକ୍ଷୀ ଅଟେ। ସାଜିସ ଓ କୃଷ୍ଣନୀତି ମଧ୍ୟରେ ବହୁତ ବଡ଼ ଅନ୍ତର ରହିଛି। ସାଜିସ ଠକାମୀ ବା ନକାରାତ୍ମକ ଚିନ୍ତନ ଉପରେ ଛିଡ଼ା ହୋଇଥାଏ, କୁନ୍ତୁ କୃଷ୍ଣନୀତିର ଆଧାର ସକାରାତ୍ମକ ହୋଇ ଥାଏ।
ପ୍ରାୟତଃ ସବୁ ଧର୍ମରେ ଅପରିଗ୍ରହକୁ ନିଜର ଏକ ତତ୍ତ୍ୱ ଭାବେ ସ୍ୱୀକାର କରାଯାଇଛି। କିନ୍ତୁ ମୋହ କାରଣରୁ ଏଥିରେ ଗ୍ଳାନି ଆସୁଛି। ମୋହ ସ୍ୱାର୍ଥକୁ ଜନ୍ମ ଦିଏ। ସ୍ୱାର୍ଥ ପ୍ରତିସ୍ପର୍ଦ୍ଦିଭାବ ତିଆରି କରେ। ପ୍ରତିସ୍ପର୍ଦ୍ଦିକୁ ହରାଇବା ପାଇଁ କୁଟିଳ ବୁଦ୍ଧିର ସାହାରା ନେବାକୁ ପଡ଼େ। ଧର୍ମସୂତ୍ରକୁ ତ୍ୟାଗ କରିଦିଆଯାଏ। ଏହିପରି ଆଧୁନିକ ଯୁଗରେ ସିଦ୍ଧାନ୍ତର ରାଜନୀତି କେବଳ ଭାଷଣରେ ରହିଯାଉଥିବା ଦେଖିବାକୁ ମିଳୁଛି।
ପ୍ରାଚୀନ ସମୟରୁ ଏ ପର୍ଯ୍ୟନ୍ତ ଶାସନ ବ୍ୟବସ୍ଥାର ବିଭିନ୍ନ ରୂପ ଅସ୍ତିତ୍ୱରେ ଆସିଛି । ସେଗୁଡ଼ିକ ହେଲା -
୧- ବଂଶାନୁକ୍ରମିକ ରାଜତନ୍ତ୍ର
୨- ଯୋଗ୍ୟତାଭିତ୍ତିକ ରାଜତନ୍ତ୍ର
୩- ରାଜତନ୍ତ୍ର ସହ ଗଣତନ୍ତ୍ର
୪- କେବଳ ଗଣତନ୍ତ୍ର (ଯେଉଁଠି କେହି ରାଜା ନଥିବେ)
୫- ରାଜତନ୍ତ୍ର ସହ ଲୋକତନ୍ତ୍ର(ବ୍ରିଟେନ ଭଳି)
୬- ନିର୍ବାଚନ ଆଧାରରେ ଲୋକତନ୍ତ୍ର
ଆଉ କେତେକ ଜାଗାରେ ଦେଖିବାକୁ ମିଳେ ବିଚାର ଧାରା ଅନୁସାରେ ଶାସନ ବ୍ୟବସ୍ଥା -
ସାମ୍ୟବାଦ, ସମାଜବାଦ, ପୁଞ୍ଜିବାଦ ଆଦି।
ପ୍ରାଚୀନ ସମୟରେ ଧର୍ମ ପ୍ରଭାବୀ ଥିଲା।
ଆଜି ମଧ୍ୟ କେତେକ ମୁସଲମାନ ଦେଶରେ ସେମାନଙ୍କ ରିଲିଜିଅନ ବା ଧର୍ମମତର ପ୍ରଭାବ ଅଛି। ଭାଟିକାନ ତ କେବଳ ବିଶୁଦ୍ଧ କେଥଲିକ ଧର୍ମମତର ରାଜ୍ୟ ଅଟେ।
ବିଶ୍ୱର ସବୁ ଦେଶର ଶାସନ ବ୍ୟବସ୍ଥା ଉପରେ ଗ୍ରନ୍ଥ ରଚନା କରାଯାଇଛି। ପ୍ରାଚ୍ୟ ଓ ପାଶ୍ଚାତ୍ୟର ରାଜନୈତିକ ଚିନ୍ତନରେ ବହୁତ ପାର୍ଥକ୍ୟ ରହିଛି, କିନ୍ତୁ ଆଧୁନିକ ଲୋକତନ୍ତ୍ର ପ୍ରତିଷ୍ଠା ଲାଭ କରିଵା ପୂର୍ବରୁ ଉଭୟ ଚିନ୍ତନରେ ରାଜା ମହତ୍ତ୍ୱପୂର୍ଣ୍ଣ ହେଉଥିଲେ ଓ ତାଙ୍କ ଉପରେ ଧର୍ମଗୁରୁଙ୍କ ନିୟନ୍ତ୍ରଣ ଥିଲା।
ରାଜନୀତିକୁ ମଧ୍ୟ କିଛି କିଛି ଜାଗାରେ ରାଜଧର୍ମ କୁହାଯାଇଛି। ଧର୍ମ କ୍ଷମତାର ସଂରକ୍ଷକ ହେଉଥିଲା ଓ ଧର୍ମସତ୍ତା ରାଜନୈତିକ ସଂସ୍ଥାକୁ ଅଭୟ ଦେଉଥିଲା। ଏହିପରି ଧର୍ମ ଓ ରାଜଧର୍ମ ଏକାଠି ଚାଲୁଥିଲେ।
ରାଜନୀତିର ଇଂରାଜୀ ପ୍ରତିଶବ୍ଦ ହେଲା 'Politics' ।
ଏହି ପ୍ରତିଶବ୍ଦର ସାହାଯ୍ୟ ନେଇ ଆମର ଏଠି ସବୁ ରାଜ୍ୟ ଶାସ୍ତ୍ରର ଶିକ୍ଷା ଦିଆ ଯାଉଛି। ଆମର ସ୍ୱଦେଶୀ ରାଜନୈତିକ ଚିନ୍ତନ 'ପୌର୍ବାତ୍ୟ ଦର୍ଶନ' କିମ୍ୱା ଇଂରାଜୀରେ କହିଲେ ଇଣ୍ଡୋଲଜୀରେ ସଙ୍କୁଚିତ ହୋଇ ରହିଯାଇଛି। ଶିକ୍ଷାନୀତି ସହ ସମ୍ବନ୍ଧ ଥିବା ଏହି ବିଷୟ ବହୁତ ଦୀର୍ଘ, ଗମ୍ଭୀର ଓ ଚିନ୍ତନ କରିବା ଯୋଗ୍ୟ।
Politics ଶବ୍ଦର ଜନକ ୟୁନାନୀ ଅର୍ଥାତ ଗ୍ରୀକ ଶବ୍ଦ Polis ଅଟେ। Polis ର ଅର୍ଥ ୟୁନାନୀ ଭାଷାରେ ନଗର। ସେଠାରେ ନଗର ଗୁଡ଼ିକ ସ୍ୱତନ୍ତ୍ର ରାଜ୍ୟ ଥିଲା- ଯେପରି ବର୍ତ୍ତମାନର ସିଙ୍ଗାପୁର ବା ଭାଟିକାନ। ଏଣୁ ନଗର ରାଜ୍ୟର ଶାସନ ବ୍ୟବସ୍ଥା ଚଳାଇବାର ଅର୍ଥ ହେଲା 'Politics'।
ଇଜରାଇଲର ଜେରୁଜେଲମରେ ତିନୋଟି ରିଲିଜିୟନର ଜନ୍ମ ହେଲା - ଇହୁଦୀ(ଜୀଉ), ଇସାଇୟତ (ଖ୍ରୀଷ୍ଟିଆନ) ଓ ଇସ୍ଲାମ (ମହମ୍ମଦୀ ପନ୍ଥ)। ଅର୍ଥାତ ପାଶ୍ଚାତ୍ୟ ଜଗତରେ ବିଗତ ୨୦୦୦ ବର୍ଷର ରାଜନୀତିକୁ ସେହି ଧର୍ମମତ ଚଳାଇ ଆସିଲା। ଶାସନ ବ୍ୟବସ୍ଥା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସେମାନଙ୍କ ହାତକୁ ଆସିଯାଇଥିଲା। ଆଜି ମଧ୍ୟ ଭାଟିକାନ ସିଟିରେ କେଥଲିକ ଚର୍ଚ୍ଚର ଶାସନ ଚାଲିଛି। ଅଧିକାଂଶ ମୁସଲିମ ଦେଶରେ ରାଜତନ୍ତ୍ର ଅଛି ଏବଂ ଇସ୍ଲାମ ମତ ତାଙ୍କର ରାଜ ଧର୍ମ। ତାଙ୍କ ଇତିହାସ ନରସଂହାର, ଯୁଦ୍ଧ, ଅରାଜକତା ଓ ଅସ୍ଥିରତାର ଇତିହାସ। କ୍ଷମତା ଲଢ଼େଇରେ ସେମାନେ ରାଜଧର୍ମର ପାଳନ କଲେ ନାହିଁ ଓ ଭିନ୍ନ ଭିନ୍ନ ସମୟରେ ସିଦ୍ଧାନ୍ତର ହତ୍ୟା କଲେ।
ବିଭିନ୍ନ ଧର୍ମମତର ଚିନ୍ତନ କଣ ଥିଲା ତାହାକୁ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା।
୨୭. ୧୦. ୧୭

No comments:
Post a Comment