⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
♨♨ *ପବିତ୍ର ଦୀପାବଳି*♨♨
*କାର୍ତ୍ତିକମାସ କୃଷ୍ଣପକ୍ଷ ଅମାବାସ୍ଯା*
*ହସ୍ତା ନକ୍ଷତ୍ର, ଦକ୍ଷିଣାୟନ*
*କନ୍ଯାଚନ୍ଦ୍ର, ହେମନ୍ତଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଗୁରୁବାର*
*ଇଂରାଜୀ ୧୯ତାରିଖ*
*ଅକ୍ଟୋବର ୨୦୧୭*
~~~~~~~lॐl~~~~~~~~~
*||ପ୍ରଭାତ ପ୍ରାର୍ଥନା ||*
*ନ ତତ୍ର ସୂର୍ଯ୍ୟୋ ଭାତି ନ ଚନ୍ଦ୍ର ତାରକା,
ନେମା ବିଦ୍ୟୁତ୍ ଭାନ୍ତି କୁତୋ$ୟମଗ୍ନିଃ ତମେବ* *ଭାନ୍ତମନୁଭାତି ସର୍ବଂ ତସ୍ୟ ଭାସା ସର୍ବମିଦଂ ବିଭାତି*
ସୂରୁଯ ଆଲୋକମୁରୁଜ ଢାଳେନା
ଚନ୍ଦ୍ର ଝାରେନା ଜ୍ୟୋତ୍ସ୍ନା....
ତାରାଗଣ ଜ୍ୟୋତି ନିଷ୍ପ୍ରଭ ପ୍ରଭୋ
ତୁମରି ଆଦେଶ ବିନା
ବିଜୁଳି ବି ଯହିଁ ଚମକି ନ ପାରେ
ତହିଁ କି ଦୀପାଗ୍ନି ଛାର,
ତୁମେ ଝଲକିଲେ ଦୁନିଆ ଝଲସେ
ତୁମ କରୁଣା ମାତର
ତୁମରି ଜ୍ୟୋତିରେ ଜୀବନେତ୍ର ଦେଖେ
ତୁମେ କରୁଣାସାଗର
ଏ ଶୁଭ ଦିନରେ ଅଳି ଅଜ୍ଞାନର
ଅନ୍ଧକାର ବେଗେ ହର
🌈 *ଓଁ ତମସୋ ମା ଜ୍ୟୋତିର୍ଗମୟ*🌈
♨ *ଆଲୋକପର୍ବ ଦୀପାବଳିର*♨
♨ *ଅନେକ ଶୁଭକାମନା*♨
🐌🌿🍁🐌🐇🐌🐚🐌

No comments:
Post a Comment