Tuesday, 10 October 2017

*ସ୍ବାଧୀନତାର ମୂଲ୍ୟ*

   ୧୯୦୮ରେ ଅଲିପୁର ଷଡ଼ଯନ୍ତ୍ର କେସ୍ ବା ଅଲିପୁର ବମ ବିସ୍ଫୋଟର ସୂତ୍ରଧର ହୋଇଥିବାରୁ ଅରବିନ୍ଦଙ୍କୁ ଗିରଫ କରି ନିଆଗଲା ଓ ୧ ବର୍ଷ ଜେଲ ଦଣ୍ଡ ଦିଆଗଲା। ସେତେବେଳେ ତାଙ୍କ ମନରେ କୋଣସି ବିଦ୍ୱେଷ, ପଶ୍ଚାତାପ, ଭୟ ବା କ୍ରୋଧ ଭାବ ସୃଷ୍ଟି ହୋଇ ନଥିଲା। ସେ ସ୍ଥିତପ୍ରଜ୍ଞ ଥିଲେ। ତାଙ୍କ ଉପରେ ରାଜଦ୍ରୋହ ମକଦ୍ଦମା ଚଲାଗଲା। ତାଙ୍କ କେସ ଲଢୁଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ। କିନ୍ତୁ ଅରବିନ୍ଦ ଏ ସବୁଠୁ ପ୍ରାୟତଃ ନୀରବ ଓ ନିର୍ଲିପ୍ତ ରହୁଥିଲେ। ୟୁରୋପର ୭ଟିଯାକ ଭାଷା ତାଙ୍କୁ ଜଣା ଥିଲା। ତାଙ୍କର ରୁଚି ଦର୍ଶନ, ଅଧ୍ୟାତ୍ମ ଓ ଯୋଗ ଉପରେ ହିଁ ଥିଲା। ଜେଲରେ ଥିବା ସମୟରେ ତାଙ୍କୁ ଅନୁଭବ ହେଲା ଯେ କେବଳ ରାଜନୈତିକ ସ୍ୱାଧୀନତା ଦ୍ୱାରା ଦେଶର ସାଧରଣ ଲୋକ ସ୍ବାଧୀନତାର ବାସ୍ତବିକ ସ୍ୱାଦ ପାଇ ପାରିବେ ନାହିଁ। ସ୍ୱାଧୀନତାକୁ ଠିକ ଭାବରେ ବୁଝି ପାରିବେ ନାହିଁ। ଏଥିପାଇଁ ଯେଉଁ ମାନସିକ ଚେତନା ଆବଶ୍ୟକ, ତାହାର ଅଭାବ ଦେଖାଯାଉଛି। ତେଣୁ ଜେଲରେ ରହି ସେ ଚିନ୍ତା କରୁଥିଲେ ଯେ ଲୋକମାନଙ୍କ ଭିତରେ କିପରି ମାନସିକ ଚେତନା, ବୌଦ୍ଧିକ ଜାଗୃତି, ଆଧ୍ୟାତ୍ମିକ-ଦାର୍ଶନିକ ଦୃଷ୍ଟିର ବିକାଶ କରି ସେମାନଙ୍କର ଉନ୍ନତ ବ୍ୟକ୍ତିତ୍ୱ ନିର୍ମାଣ କରିହେବ ଯଦ୍ୱାରା ସେମାନେ ସ୍ବାଧୀନତାର ମୂଲ୍ୟ ବୁଝିବାକୁ ସମର୍ଥ ହେବେ।

No comments: