Monday, 23 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🌿🍁🐌🐇🐌🐚🐌
  *କାର୍ତ୍ତିକମାସ ଶୁକ୍ଳପକ୍ଷ  ଚତୁର୍ଥୀ ତିଥି*
   *ଅନୁରାଧା ନକ୍ଷତ୍ର, ଦକ୍ଷିଣାୟନ*
      *ବିଛାଚନ୍ଦ୍ର, ହେମନ୍ତଋତୁ*
           *ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ସୋମବାର*
      *ଇଂରାଜୀ ୨୩ତାରିଖ,*
        *ଅକ୍ଟୋବର ୨୦୧୭*
~~~~~~~lॐl~~~~~~~~~
      [] [] *ପ୍ରଭାତ ପ୍ରସାଦ*[] []
       କି ସୁନ୍ଦର ଆହା କି ଆନନ୍ଦମୟ
       ଏହି ବିଶାଳ ସଂସାର
      ଧନ୍ଯ ମହାପ୍ରଭୁ ମହିମା ତୁମ୍ଭର
          ଅଟେ ଅନନ୍ତ ଅପାର
      ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭର ଆଜ୍ଞାରେ
          ବରଷନ୍ତି ଜ୍ୟୋତି ରାଶି
         ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ
          ହସଇ ଆନନ୍ଦେ ଭାସି
       ପିତାମାତା ବନ୍ଧୁ ଭାଇଭଗିନୀର
            ହୃଦୟେ ଦେଇଛ ପ୍ରୀତି
       ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ
            ସୁଖ ଭୁଞ୍ଜି ନିତି ନିତି
       ଦିଅ ଭକ୍ତି ପ୍ରଭୁ, ହୃଦୟେ ମୋହର
           ବିରାଜ ନିତ୍ୟ ତହିଁରେ
         ସତ୍ଯପଥେ ରହି ତୁମ୍ଭରି ଆଶ୍ରାରେ
         ଯାଉ ମୋ ଦିନ ମୋ ମହୀରେ ||

        [ *ଭକ୍ତକବି ମଧୁସୂଦନ*]
          
  *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌

No comments: