Friday, 27 October 2017

*ଇହୁଦୀ ଚିନ୍ତନ*

  ବାଇବେଲ ଦୁଇ ପ୍ରକାର।
(୧) ପ୍ରାଚୀନ ବାଇବେଲ ହିବ୍ରୁ ଭାଷାରେ ଲେଖାଯାଇଛି। ସିନାଇ ପାହାଡ଼ରେ ଗଡ଼(ଈଶ୍ବର) ମୋଜେଶଙ୍କୁ ଯେଉଁ ବାଣୀ ଶୁଣାଇ ଥିଲେ ତାହା ସେଥିରେ ଉଲ୍ଲେଖ କରାଯାଇଛି। ଏହି ବାଇବେଲକୁ ଇହୁଦୀମାନେ ମାନନ୍ତି।

(୨) ନୂଆ ଖ୍ରୀଷ୍ଟିଆନ ବାଇବେଲ ପ୍ରାଚୀନ ୟୁନାନୀ ଭାଷାରେ ସ୍ପେତୁଆଜିଂତରେ ଲେଖାଯାଇଛି ଓ ଏଥିରେ ଈଶ୍ୱରଙ୍କ ଦୂତ ଇଶା ତିଆରି ହୋଇଛନ୍ତି।

ଏହି ଦୁଇ ମୋଜେଶ ଓ ଇଶାଙ୍କୁ ଆବ୍ରାହମ୍ ନାମକ ଦେବଦୂତଙ୍କ ମାଧ୍ୟମରେ ଈଶ୍ୱରଙ୍କ ବାଣୀ ପ୍ରାପ୍ତ ହୋଇଛି।

(ମହମ୍ମଦ ପୈଗମ୍ବରଙ୍କୁ ମଧ୍ୟ ଏହିପରି ଦେବଦୂତ ଗୈବ୍ରିୟଲଙ୍କ ଦ୍ଵାରା ଈଶ୍ୱରଙ୍କ ବାଣୀ ପ୍ରାପ୍ତ ହୋଇଛି।)

ଇହୁଦୀ ଓ ଇଶାଇ ଉଭୟର ମୂଳସ୍ରୋତ ଏକ ହୋଇଥିଲେ ମଧ୍ୟ ଉଭୟଙ୍କ ଚିନ୍ତନ ଅଲଗା।
ଇହୁଦୀ ଧର୍ମମତ ଆରମ୍ଭ ହେଲା ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ଓ ତାଙ୍କର ୨୪ଟି ଧାର୍ମିକ ଗ୍ରନ୍ଥ ଅଛି, ଯାହାକୁ ତୋରାହ କୁହାଯାଏ।

ଇଶାଇମାନଙ୍କର ଇଶା ମସିହାଙ୍କ ପନ୍ଥର ବାଇବେଲ ପ୍ରଥମ ଶତାବ୍ଦୀର ଅଟେ ଓ ସେଥିରେ ଇହୁଦୀ ବାଇବେଲର ସମସ୍ତ ବାଣୀ ସମ୍ମିଳିତ କରାଯାଇଛି। ଇଶାଇମାନେ ଏହାକୁ ୩୯ଟି ଧାର୍ମିକ ଗ୍ରନ୍ଥରେ ବାଣ୍ଟିଛନ୍ତି, ଯାହାକୁ ସେମାନେ ଓଲଡ଼ ଟେଷ୍ଟାମେଣ୍ଟ କହନ୍ତି। ସେଥିରେ ସଂଶୋଧନ କରି କେବଳ ଇଶାଙ୍କ ବାଣୀକୁ ନେଇ ନିଉ ଟେଷ୍ଟାମେଣ୍ଟ ତିଆରି କଲେ ଯେଉଁଥିରେ ୨୯ଟି ଧାର୍ମିକ ଗ୍ରନ୍ଥ ଅଛି। ତେଣୁ କୁହାଯାଇ ପାରିବ ଯେ ଇଶାଇ ଧର୍ମମତ ଇହୁଦୀ ଧର୍ମମତରୁ ବାହାରିଛି। ଉଭୟ ଧର୍ମମତରେ ଶାସନ ବ୍ୟବସ୍ଥା ସମାନ।

ରାଜାଙ୍କ ଉପରେ ଧର୍ମଗୁରୁର ପ୍ରଭାବ ରହିଆସିଛି।
ଇହୁଦୀମାନଙ୍କୁ ଶାସନ କରିବାର ସମୟ ବହୁତ କମ ମିଳିଲା। ସେଥିପାଇଁ ସେମାନଙ୍କ ଶାସନର କ୍ରମାଗତ ବିକାଶ ପାଇଁ ମଧ୍ୟ କିଛି ସୁଯୋଗ ମିଳିଲା ନାହିଁ। ଇଶାଇମାନେ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ। ସେମାନେ ଶାସନ କରିବାର ଦୀର୍ଘ ଅନୁଭବ ପାଇଲେ। ଇହୁଦୀମାନଙ୍କୁ ଏ ସୁଯୋଗ ମିଳିଲା ନାହିଁ। ସେମାନଙ୍କୁ କ୍ଷମତାଚ୍ୟୁତ କରିବା ସହ ଦେଶାନ୍ତର କରିଦିଆଗଲା। ସେମାନେ ଦୀର୍ଘ ୧୮୦୦ ବର୍ଷ ପୃଥିବୀ ସାରା ବିକ୍ଷିପ୍ତ ହୋଇ ରହିଲେ। ଏଥିପାଇଁ ସେମାନଙ୍କ ତୋରାହରେ ସମାଜ ଓ ସରକାର ବିଷୟରେ କିଛି ଉଲ୍ଲେଖ ନାହିଁ।

କିନ୍ତୁ ଇଜରାଏଲ ବିଦ୍ୱାନ ୟେଶାୟାହୁ ଲେଇବୋବିତଜ ସ୍ପଷ୍ଟ କହିଛନ୍ତି ଯେ ଇହୁଦୀମାନଙ୍କର କୌଣସି ଆଚାର-ବିଚାର ନାହିଁ, କୌଣସି ନୀତିଶାସ୍ତ୍ର ନାହିଁ ଓ ସମାଜ ପ୍ରତି କୌଣସି ଅବଧାରଣା ନାହିଁ, ଏପରି ଭାବିବା ଭୁଲ। ରାଜନୈତିକ ଓ ସାମାଜିକ ପ୍ରଶ୍ନର ସମାଧାନ ପାଇଁ କେବଳ ତୋରାହ ଉପରେ  ସେମାନେ ଆଗ୍ରହ ରଖନ୍ତି। ଏଣୁ ସରକାରଙ୍କ କୌଣସି ସ୍ୱରୂପ ବିଶେଷ କିଛି ମହତ୍ତ୍ୱ ରଖେ ନାହିଁ।

ଏହାର ବିପରୀତ ସୁଆର୍ଟ କୋହନ କହନ୍ତି ହିବ୍ରୁ ବାଇବେଲରେ ତିନିଟି ରାଜନୈତିକ ଶକ୍ତି କେନ୍ଦ୍ରର ବିଭିନ୍ନ ସ୍ଥାନ ବିଷୟରେ ବର୍ଣ୍ଣନ ଆସେ । ଯେପରି କି ରାଵବୀ(ପୁରୋହିତ),  ରାଜତନ୍ତ୍ର ଓ ଦେବଦୂତ। ତେଣୁ  ଧର୍ମଗ୍ରନ୍ଥ 'ଦେଉତେରୋନୋମି' ଅନୁସାରେ ରାଜା ଯଦି ପ୍ରଜାକୁ ଠିକ ଭାବେ ପାଳନ କରିବ ନାହିଁ ତେବେ ତାଙ୍କୁ ବହିଷ୍କାର କରିବା ଉଚିତ।

ସେଫର ଶୋପେତିନ କହନ୍ତି ଇହୁଦୀମାନେ ରାଜତନ୍ତ୍ରକୁ ଖରାପ ବୋଲି କୁହନ୍ତି କାରଣ ଏହା ଦ୍ୱାରା ଜନତାଙ୍କର କିଛି ହିତ ହୁଏ ନାହିଁ ।

୨୮. ୧୦. ୧୭

No comments: