Sunday, 29 October 2017

*ଇସଲାମ ଚିନ୍ତନ*


ରାଜନୀତିକୁ ଆରବୀ ଭାଷାରେ ସିୟାସାହ(Siyasah) କୁହାଯାଏ। ଉର୍ଦ୍ଦୁରେ ଏହାକୁ ସିୟାସତ (Siyasat) କହନ୍ତି। ଯାହା ଆଜି ଖୁବ ପ୍ରଚଳିତ। ଆରବୀ ଶବ୍ଦ 'Siyasah' ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରାଯାଏ। ଯେପରି ନେତୃତ୍ବ ବା ନେତା (qiyadah/riashah) ଆୟୋଜନ ବା ପ୍ରବନ୍ଧ(Tadbir) ଅର୍ଥାତ ଶାସନ ବ୍ୟବସ୍ଥା। କୁରାନରେ ସିୟାସାହ ବା ତାହାର କୌଣସି ସ୍ୱରୂପର ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ତାର ଅଵଧାରଣାକୁ ସମାଧାନ ବା ପରିହାର(salah/islah) ତଥା ଭଲକୁ ଦୃଢ଼, ଖରାପକୁ ଦମନ, ଆଲ୍ଲାହାଙ୍କ ଆଦେଶ ପ୍ରତି ଧ୍ୟାନ ଦେବା(Subanahu vata ala) ଆଦି ରୂପରେ ବିଭିନ୍ନ ସ୍ଥାନରେ ସ୍ପଷ୍ଟ କରାଯାଇଛି।
ପ୍ରସିଦ୍ଧ ଆରବୀ ବିଚାରକ ଇବନେ ଖଲଦୁନ୍ (୧୩୩୨-୧୪୦୬) ଇସଲାମିକ ରାଜନୀତିକୁ ନିମ୍ନ ରୂପେ ପରିଭାଷିତ କରିଛନ୍ତି--

ରାଜନୀତି ଦୁଇପ୍ରକାର ହୋଇଥାଏ। (୧) ଵିଵେକୀ ରାଜନୀତି ବା ସିଦ୍ଧାନ୍ତନିଷ୍ଠ ରାଜନୀତି(Siyasah aqliyyah) ଯେଉଁଥିରେ ଶାସନ ବା ଜନ କଲ୍ୟାଣ କୌଣସି ବ୍ୟକ୍ତି(ସୁଲତାନ)ର ନିର୍ଣ୍ଣୟ ଦ୍ୱାରା ହୋଇଥାଏ। ଏହାକୁ ନାଗରୀ ରାଜନୀତି(Siyashh madaniyyah) କୁହାଯାଏ।

(୨) - ଶରୀୟତ ଉପରେ ଆଧାରିତ ରାଜନୀତି, ଯେଉଁଥିରେ ଧର୍ମର ଆଧାର ନେଇ  ବା ତାର ନିୟମକୁ  ବିଦ୍ୱାନ ଦ୍ଵାରା କରାଯାଇଥିବା ପରିଭାଷା ଆଧାରରେ ଶାସନ ଓ ଜନକଲ୍ୟାଣର ନିର୍ଣ୍ଣୟ କରାଯାଇଥାଏ। ଏହାକୁ ଧର୍ମୀୟ ରାଜ୍ୟ କୁହାଯାଇପାରେ। ଇସଲାମିକ ରାଜନୈତିକ ଚିନ୍ତନ ଉପରେ  ଗେରହାର୍ଡ଼ ବାବରିଙ୍ଗଙ୍କ ଏକ ବହି ପ୍ରିନ୍ସଟନ ୟୁନିଭରସିଟିରେ ଛପା ଯାଇଛି। ସେଥିରେ ବାବରିଙ୍ଗ କହିଛନ୍ତି - ଇସଲାମ ଦୁନିଆ ସାରା ବିସ୍ତାରିତ ହେବ ଏହା ପ୍ରଥମରୁ କେହି କଳ୍ପନା କରି ନଥିଲେ। ସେ ଶରୀୟତ ଉପରେ ଆଧାରିତ ଶାସନ ବ୍ୟବସ୍ଥାକୁ ଅଧିକ ପସନ୍ଦ କରିଛନ୍ତି। ଏଥିରେ ମୁଲ୍ଲା ଓ ମୌଲବୀମାନଙ୍କର କଥା ହିଁ ଚାଲେ। ଏହାଦ୍ୱାରା ହିଁ ପ୍ରବଳ ଉଗ୍ରତା ବା କଠୋରତା ଆସିଲା। ଏହାଦ୍ୱାରା ଆତଙ୍କବାଦ ଜନ୍ମନେଲା। ଆତଙ୍କବାଦରୁ ନରସଂହାର ଓ ବିଧ୍ଵଂସ ହେଲା।

ଆଧୁନିକ ଆତଙ୍କବାଦର ମୂଳରେ ଖଲିଫା(ଇସଲାମର ସର୍ବୋଚ୍ଚ ଧର୍ମଗୁରୁ)ଙ୍କ ରାଜ୍ୟ ସ୍ଥାପନା କରିବାର ପୁରୁଣା ସ୍ୱପ୍ନ ରହିଛି।

ସିରିୟାରେ  ଆଇ ଏସ ଆଇ ଏସର ବିଦ୍ରୋହ ଦ୍ୱାରା ଏପରି 'ଖିଲାଫତ' ସ୍ଥାପନା କରାଯାଇଛି। ଯାହାକୁ ଭାଙ୍ଗିବା ପାଇଁ ବିଶ୍ଵର ଦୁଇ ମହାଶକ୍ତି ଋଷ ଓ ଆମେରିକା ଲାଗିପଡ଼ିଛନ୍ତି।
୩୦.୧୦.୧୭

No comments: