Tuesday, 17 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
  *କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀତିଥି*
*ପୂ.ଫାଲ୍ଗୁନି ନକ୍ଷତ୍ର, ଦକ୍ଷିଣାୟନ*
     *ସିଂହ ଚନ୍ଦ୍ର, ହେମନ୍ତ ଋତୁ*
          *ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ତୁଳାସଂକ୍ରାନ୍ତି*
*ମଙ୍ଗଳବାର , ଇଂରାଜୀ ୧୭ତାରିଖ*
        *ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
        *||ପ୍ରଭାତ ପ୍ରସାଦ ||*
ସବୁଦୋଷମୋର ମାନିନେଲି ପ୍ରଭୁ
    ଏବେ ମୋତେ କ୍ଷମା ଦିଅ
ଜଗତ ତାରଣ ନେଲି ମୁଁ ଶରଣ
      ଚରଣରେ ଥାନ ଦିଅ ।୦।

ନିଜ ଅହମିକା ଦେଖାଇ ବସିଲି
ଜଗତେ ମାରିଲେ ତାଳି
ତୁମରି ଧରାକୁ ସରାସମ ମଣି
ଲୋକହସା ସିନା ହେଲି
ଅନୁତାପ ନିଆଁ ଅନ୍ତରେ ମୋର
ଜଳୁଅଛି ଅହରହ |୧ |

ମୋ ବାହୁ ଶକତି ବଳେ ମୁଁ କହିଲି
ଏକାମୁହିଁ ମହାବଳୀ
ତୁମ ବଳବିନା ନାହିଁ ମୋର ବଳ
ଏବେ ମୁଁ ପାରିଲି କଳି
ବରିନେଇ ତୁମ ପାଶେ ପରାଜୟ
ଗାଉଛି ତୁମରି ଜୟ ( ୨)

          ➖ରସରାଜ ନାରାୟଣ ସିଂହ
~~~~~~~~~~~~~~
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌

No comments: