⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି*
*ମଘା ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ*
*ବୃଷ ଚନ୍ଦ୍ର ହେମନ୍ତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ମାସାନ୍ତ*
*ସୋମବାର , ଇଂରାଜୀ ୧୬ ତାରିଖ*
*ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*||ପ୍ରଭାତ ପ୍ରସାଦ ||*
ମହାନନ୍ଦେ ବିହରିଣ ନିତି ଜ୍ଞାନବନେ
ଶାସ୍ତ୍ର ସୁମନରୁ ସତ୍ଯ ମକରନ୍ଦ ରାଶି
ଆହରିଣ ଭକ୍ତିଭରେ ହେ ସୁଧୀବନ୍ଦନେ!
ଖଟନ୍ତୁ ତୋ ପଦଯୁଗେ ଉତ୍କଳ ନିବାସୀ!
ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା
ପୁରୁମାତଃ ବାକ୍ଯଦେବୀ ତୋହର ପ୍ରସାଦେ
ବାସ୍ତବ ବିଶ୍ବର ଯେତେ ନୀରସ ଘଟନା
ପ୍ରବେଶ ନ କରୁ କେବେ ମୋ ସୁଖ ପ୍ରାସାଦେ!
ଆବର୍ଜନାମୟ ଏହୁ ସଂସାର ଜଂଜାଳେ
କେବେ ପ୍ରପୀଡିତ ମୋର ନହେଉ ମାନସ
କଳ୍ପନାର ସୁଖରାଜ୍ଯେ ଦେଖେ କାଳେ କାଳେ
ସ୍ବର୍ଗୀୟ ସୁଷମା ଆଉ ସ୍ବର୍ଗୀୟ ରହସ୍ୟ!
➖ଉତ୍କଳମଣି
~~~~~~~~~~~~~~
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌
Monday, 16 October 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment