ସମ୍ରାଟ ଅଶୋକ ନିଜ ପିତା ବିନ୍ଦୁସାରଙ୍କ ସଂସ୍କୃତ ସାମ୍ରାଜ୍ୟର ଉତ୍ତରାଧିକାରୀ ହେଲେ। କିନ୍ତୁ ତାଙ୍କର ତୃଷ୍ଣା ଓ ଅହଂଭାବ ଯୋଗୁଁ ସେ ଶାନ୍ତିରେ ରହି ପାରିଲେ ନାହିଁ। ସେ ନିଜର ସୈନ୍ୟବାହିନୀ ବଳରେ ଆଖାପାଖରେ ଥିବା ଛୋଟ ଛୋଟ ରାଜ୍ୟ ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଦେଲେ।
ଧନଧାନ୍ୟ ପରିପୂର୍ଣ୍ଣ ବିଶାଳ ନୌବାଣିଜ୍ୟର ଅଧିକାରୀ କଳିଙ୍ଗ ରାଜ୍ୟକୁ ଜୟ କରିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା। କଳିଙ୍ଗବାସୀ ଧର୍ମ ବିଶ୍ଵାସୀ ହେବା ସଙ୍ଗେ ସଙ୍ଗେ ସାହସୀ ଥିଲେ। କଳିଙ୍ଗର ସେନା ଓ ପ୍ରଜାଗଣ ଅଶୋକଙ୍କ ଆକ୍ରମଣକୁ ପ୍ରବଳ ଭାବରେ ପ୍ରତିହତ କଲେ। କଳିଙ୍ଗର ଅଧିକାଂଶ ଲୋକ ମୃତ୍ୟୁବରଣ କଲେ ଅନେକ କ୍ଷତ ବିକ୍ଷତ ହେଲେ। ଅଧିକାଂଶ ମହିଳା ଅସ୍ତ୍ରଧାରଣ କରିଥିଲେ। କଳିଙ୍ଗର ବିଶାଳ ସେନାକୁ ଦେଖି ଅଶୋକ ଚକିତ ହୋଇଯାଇଥିଲେ। ସେ ଯେତେବେଳେ ଯୁଦ୍ଧଭୂମି ପରିଦର୍ଶନ କରିବାକୁ ଯାଇଥିଲେ ଯେ ରକ୍ତର ଧାର ଛୁଟିଛି ଏବଂ ଶବ କୁଢ଼ କୁଢ଼ ଜମା ହୋଇଛି।
ଅଶୋକଙ୍କ ହୃଦୟରେ ପାପର ନିଆଁ ଜଳିବାକୁ ଲାଗିଲା। ସେ ବୌଦ୍ଧଧର୍ମ ଗ୍ରହଣ କଲେ । ରାଜ୍ୟର ସମସ୍ତ ବୈଭବକୁ ସେ ବୌଦ୍ଧ ଧର୍ମର ପ୍ରଚାର ଉଦ୍ଦେଶ୍ୟରେ ଉପଯୋଗ କଲେ। ନିଜର ପୁଅ ଓ ଝିଅଙ୍କୁ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ସମର୍ପଣ କରିଦେଲେ।
କ୍ରୁର ଆତତାୟୀ ରୂପେ ପରିଚିତ ଅଶୋକ ପ୍ରାୟଶ୍ଚିତ ଅଗ୍ନିରେ ଜଳି ଏକ ତପସ୍ୱୀରୂପେ ପରିବର୍ତ୍ତିତ ହୋଇଯାଇଥିଲେ।
୮.୧୦.୧୭

No comments:
Post a Comment