Monday, 16 October 2017

*କାଶ୍ମୀରରେ ତୀର୍ଥଯାତ୍ରା - ୬ *

ମାଆ ଶାରଦା ତୀର୍ଥ

ଏଇ ତୀର୍ଥର ମହିମା ଅନନ୍ତ। 'ପି. ଓ କେ'ରେ ଥିବା  କୃଷ୍ଣଗଙ୍ଗାର ସଙ୍ଗମ ସ୍ଥିତ ତଥା ମୁଜାଫରାବାଦ ଜିଲ୍ଲାରେ ଏହି ସ୍ଥାନରେ ପୂର୍ବ କାଳରେ ବିଶାଳ ବିଶ୍ୱବିଦ୍ୟାଳୟ ଥିଲା ବୋଲି ଇତିହାସ ଓ ଅନ୍ୟ ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ମିଳେ।

ସମୁଦ୍ର ମନ୍ଥନରୁ ମିଳିଥିବା ୧୪ ଟି ରତ୍ନ ଭିତରୁ ଗୋଟିଏ ହେଲା ଅମୃତ କଳସ। ଅମୃତକୁ ଦେବତା ମାନଙ୍କ ମଧ୍ୟରେ ବିତରଣ କରାଗଲା। ଜଣେ ରାକ୍ଷସ କପଟ କରି ଅମୃତ ପାନ କଲା। ତାହା ସୁଦର୍ଶନ ଚକ୍ରର ମହିମାରୁ ରାହୁ ଓ କେତୁ ହୋଇଗଲା। ସେହି ଅମୃତ କଳସକୁ ନେଇ ଦେବ ଓ ଦାନବଙ୍କ ମଧ୍ୟରେ କଳହ ଚାଲିଲା। ଏହି କଳହ ଦୂର କରିବା ପାଇଁ ପ୍ରଭୁ ତ୍ରିଭୁବନ ସୁନ୍ଦରୀ ରୂପ ଧାରଣ  କଲେ ଯିଏ ମାଆ ଶାରଦା ନାମରେ ପରିଚିତା। ମାଆ ଅମୃତ କଳସ ଧାରଣ କଲେ । ତାପରେ ପ୍ରତ୍ୟକ୍ଷ ରୂପେ ସେ ଅଦୃଶ୍ୟ ହୋଇଗଲେ। ଏହି ସ୍ଥାନକୁ ଜ୍ଞାନ ତୀର୍ଥ ବୋଲି କହନ୍ତି, କାରଣ ଅମରତାର ଏକ ପ୍ରତୀକ ଜ୍ଞାନ ଅଟେ।

ବିଶ୍ଵସାରା ଶିକ୍ଷାର୍ଥୀ ନାନା ବିଷୟର ଅଧ୍ୟୟନ ପାଇଁ ଏଠାକୁ ଆସୁଥିଲେ। କାଳକ୍ରମେ ତାହା ଲୋପ ପାଇଯାଇଛି। କିନ୍ତୁ କାଶ୍ମୀରବାସୀ କେବଳ ନୁହେଁ ଭାରତର ଅନ୍ୟ ସ୍ଥାନରୁ ତଥା ବିଶ୍ୱର ଅନେକ ସ୍ଥାନରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ତୀର୍ଥ କରିବାକୁ ଆସିଥାନ୍ତି।

ରାଷ୍ଟ୍ରର ଦୁର୍ଭାଗ୍ୟପୂର୍ଣ୍ଣ ବିଭାଜନକୁ ସମାପ୍ତ କରି ଅଖଣ୍ଡତାକୁ ପ୍ରାପ୍ତ କରିବା ତଥା ତୀର୍ଥକୁ ପୁନଃ ଜାଗ୍ରତ କରିବାପାଇଁ ମାଆର ସଙ୍କେତକୁ ଜମ୍ମୁ କାଶ୍ମୀର ବିଚାର ମଞ୍ଚ, ସଞ୍ଜିବନୀ ଶାରଦା କେନ୍ଦ୍ର, ରାଷ୍ଟ୍ର ସେବିକା ସମିତି ଆଦି ସଂସ୍ଥାମାନେ ଅନ୍ୟ ସଂସ୍ଥାମାନଙ୍କୁ ପ୍ରେରିତ କରୁଛନ୍ତି। ମାଆ ଶାରଦା ତୀର୍ଥ ପାଇଁ ସାହିତ୍ୟ ବି ପ୍ରସ୍ତୁତ ହୋଇଛି। ତୀର୍ଥ ମୁକ୍ତି ହେତୁ ସମିତି ଗଠନ ହୋଇଛି। ହଜାର-ଲକ୍ଷେ ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ ହୋଇ ସରକାରଙ୍କୁ ଦିଆଯାଇଛି। ସାହିତ୍ୟ ବିତରିତ ହେଉଛି। ପୂ. ସ୍ୱାମୀ ରାଜରାଜେଶ୍ୱରମ, ଆଚାର୍ଯ୍ୟ ଗିରିରାଜ କିଶୋର ଓ ଅନ୍ୟ ଧାର୍ମିକ ନେତାମାନଙ୍କୁ ନେଇ ୨୦୦୦ ମସିହାରେ ଏକ ବିଶାଳ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି।

ପି.ଭି.ନରସିମ୍ହାରାଓ ସରକାରଙ୍କ କାର୍ଯ୍ୟକାଳ ସମୟରେ ସଂସଦରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି - 'ପି ଓ କେ' ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତା'ପରେ ଜଣେ ପ୍ରଧାନମନ୍ତ୍ରୀ ହେଲେ ତାଙ୍କର ପୈତୃକ ଘର ବି 'ପି ଓ କେ' ରେ ଥିଲା। ତାଙ୍କୁ 'ପି ଓ କେ'ର ପ୍ରତିନିଧି ଦଳ କେତେଥର ଆସି ସାକ୍ଷାତ କରିଛନ୍ତି ଓ କହିଛନ୍ତି ଯେ ଆମକୁ ଏ ରାକ୍ଷସ କବଳରୁ ଶୀଘ୍ର ମୁକ୍ତ କରନ୍ତୁ।

ଏବେବି 'ପି ଓ କେ' ବାସୀ  ଭାରତରେ ମିଶିବାର ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ବିଶ୍ୱବାସୀ ମଧ୍ୟ ଭାରତ ସପକ୍ଷରେ ଅଛନ୍ତି।

୧୭. ୧୦. ୧୭

No comments: