ଦିନେ ରାଣୀ ରାସମଣୀଙ୍କ ଘର ସମ୍ମୁଖରେ ଅନେକ କୈବର୍ତ୍ତ ଏକତ୍ରିତ ହୋଇ ଅଭିଯୋଗ କଲେ ଯେ -
"ମାଆ ! ଆମେ ବହୁ ବର୍ଷ ଧରି ଏଠାରେ ମାଛ ଧରି ଆସୁଛୁ। ଆଜିଯାଏ କୌଣସି ଅସୁବିଧା ହୋଇନଥିଲା। କିନ୍ତୁ ଆଜିଠାରୁ ଇଂରେଜମାନେ ଆମଠାରୁ କର ନେବେ ବୋଲି କହୁଛନ୍ତି। ଆମେ ଗରିବ ଲୋକ ଆଜ୍ଞା। ଆମକୁ ରକ୍ଷା କରନ୍ତୁ।"
ରାଣୀ ସମସ୍ତ କଥା ଶୁଣି କୈବର୍ତ୍ତମାନଙ୍କୁ ବିଦାୟ ଦେଲା ପରେ ନିଜର ଜାମତା ମଧୁର ବାବୁଙ୍କୁ ଡାକି ଆଦେଶ ଦେଲେ ଯେ "ଯେତେବେଳେ ଇଂରେଜ ସରକାର ଗଙ୍ଗାନଦୀ କୂଳରେ ନିଲାମ ଡାକିବେ ସେତେବେଳେ ଯେତେ ଦାମ ହେଉପଛେ ତାକୁ କିଣାଯିବ।" ରାଣୀଙ୍କ ଆଦେଶ ଅନୁସାରେ ଗଙ୍ଗା ନଦୀର ପୂର୍ବ ଓ ପଶ୍ଚିମ କୂଳକୁ ଲୁହାର ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଏହା ଦ୍ଵାରା ଗରିବ କୈବର୍ତ୍ତମାନେ ମାଛ ଧରି ପାରିଲେ । କିନ୍ତୁ ଇଂରେଜ ଜାହାଜ ସେହି ଜାଗାରେ ପଶି ପାରିଲା ନାହିଁ। ଜାହାଜ କଲିକତା ବନ୍ଦରକୁ ଆସି ପାରିଲା ନାହିଁ ।
ଶେଷରେ ଇଂରେଜ ଅଫିସରମାନେ ରାଣୀଙ୍କ ଶରଣାପନ୍ନ ହେଲେ ଓ ଭବିଷ୍ୟତରେ କେବେ ବି ଗରିବ କୈବର୍ତ୍ତଙ୍କ ଉପରେ ଅତ୍ୟାଚାର କରିବେନି ବୋଲି ଆଶ୍ୱାସନା ଦେଲେ।
ଏହିପରି ରାଣୀ ରାସମଣୀ ଇଂରେଜମାନଙ୍କୁ ବୁଦ୍ଧି ଶିଖାଇଥିଲେ।
୯.୧୦.୧୭

No comments:
Post a Comment