⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ବିତୀୟା*
*ଅଶ୍ବିନୀ ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
*ମେଷଚନ୍ଦ୍ର ହେମନ୍ତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଶନିବାର, ଇଂରାଜୀ ୦୭ତାରିଖ,
ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*||ପ୍ରଭାତ ପ୍ରସାଦ||*
ସବୁଥିରୁ ବଂଚିତ କରି କେଉଁ
ଯଶବାନା ଉଡ଼ାଇବ ହେ?
ଯାହା ଦେଇ ଥିଲ ସବୁତ ନେଲଣି
ଆଉ ଏବେ କିସ ଛଡ଼ାଇବ ହେ ||
ସଂସାରେ ଯେ କରଇ ଆସ
ଧାଏଁ ସିନା ତୁମରି ପାଶ
ସକଳ ଭରସା ଯାର ତୁଟିଲାଣି
କିସ ବୋଲି ତାକୁ ଡରାଇବ ହେ?
ଠକି ଠକି ଥରକୁ ଥର
ବୁଝିଲିଣି ତୁମ୍ଭ ଚାତର
ମନେ ପାଞ୍ଚିଛକି ହାଟ ମଝିଠାରେ
ଛିଡ଼ାକରି ବାଟ ହୁଡ଼ାଇବ ହେ
➖ *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର*
~~~~~~~~~~~~~~
🌈 *ଶନିବାର ହେଉ ଶୁଭଙ୍କର*🌈
🐌🌿🍁🐌🐇🐌🐚🐌

No comments:
Post a Comment