Monday, 23 October 2017

*ବାଲି ଦ୍ବୀପ*

ବାଲି ଦ୍ବୀପ ଇଣ୍ଡୋନେସିଆ ଦେଶର ଏକ ଅଂଶ। ଇଣ୍ଡୋନେସିଆ ହନ୍ଦୁ ଦେଶ ଥିଲା, କିନ୍ତୁ ମୋଗଲ ଆକ୍ରମଣକାରୀଙ୍କ ଦ୍ଵାରା କିଛି ଶତାବ୍ଦୀ ପୂର୍ବରୁ  ମୁସଲମାନ ଦେଶ ହୋଇଯାଇଛି। ସେମାନେ କୁହନ୍ତି କିଛି ବର୍ଷ ପୂର୍ବରୁ ଆମେ ଆକ୍ରମଣକୁ ପ୍ରତିହତ କରିନପାରି ଧର୍ମମତ ପରିବର୍ତ୍ତନ କରିଦେଇଛୁ । କିନ୍ତୁ ଆମେ କିପରି ଆମ ପୂର୍ବଜଙ୍କୁ ଭୁଲିଯିବୁ ? ପୂର୍ବଜ ବଦଳିବା ସମ୍ଭବ କି ? ତେଣୁ ମୁସଲମାନ ଦେଶ ହୋଇ ମଧ୍ୟ ସେଠାରେ ରାମ ଲୀଳା ହୁଏ। ତାଙ୍କ ରାଷ୍ଟ୍ରୀୟ ବିମାନ ବନ୍ଦର ମଧ୍ୟ ଗରୁଡ଼ ନାମରେ ନାମିତ। ତାଙ୍କ ଟଙ୍କାରେ ଗଣେଶଙ୍କ ଫଟୋ ଛପାଯାଏ।

ସେ ଦେଶର ବାଲିଦ୍ବୀପରେ ହିନ୍ଦୁ ଧର୍ମ ପ୍ରାଚୀନ କାଳରୁ ରହି ଆସିଛି। ଖ୍ରୀଷ୍ଟପୂର୍ବ ୨୦୦ ବେଳର ବ୍ରାହ୍ମୀ ଲିପି ସେଠାରେ ଉପଲବ୍ଧ। ପ୍ରାଚୀନ କାଳରେ ସେଠାରେ ହିନ୍ଦୁ ବୈଦିକ ସଂସ୍କୃତି ବିଦ୍ୟମାନ ଥିଲା। ପୁରାଣରେ ବର୍ଣ୍ଣିତ ରାଜା ବଳିଙ୍କ ନାମାନୁସାରେ ଏହି ଦ୍ୱୀପର ନାମ ବାଲି ଦ୍ବୀପ ରଖାଯାଇଛି।

ସେଠିକାର ସ୍ଥାନୀୟ ନିବାସୀମାନଙ୍କର ବୌଦ୍ଧ ଧର୍ମ ପ୍ରତି ମଧ୍ୟ ଆସ୍ଥା ରହିଛି। ବାଲିର ମଉବୁଡ଼ଫ ସହରରେ ଥିବା ମଗୋବା ଗଜାହଫ ମନ୍ଦିରରେ ଭଗବାନ ଗଣେଶଙ୍କ ପ୍ରାଚୀନ ମୂର୍ତ୍ତି, ଶିବ ଲିଙ୍ଗ ଓ ବୌଦ୍ଧ ମୂର୍ତ୍ତି ଏହାର ସାକ୍ଷୀ ଅଟେ।

ଚତୁର୍ଥ ଓ ପଞ୍ଚମ ଶତାବ୍ଦୀରେ ସେଠାରେ ହିନ୍ଦୁ ରାଜ୍ୟ ସ୍ଥାପିତ ହୋଇଥିଲା।
ମଧ୍ୟଯୁଗରେ ମୋଗଲମାନେ ଇଣ୍ଡୋନେସିଆ ଆକ୍ରମଣ କଲେ। କିନ୍ତୁ ସେମାନେ ବାଲି ଯାଏ ପହଞ୍ଚି ପାରି ନଥିଲେ। ଏହି ଆକ୍ରମଣକୁ ସହି ନ ପାରି ଜାଭା ଦ୍ୱୀପର ଲୋକ ମଧ୍ୟ ବାଲି ପଳାଇ ଆସିଲେ।
ତେଣୁ ବାଲି ହିନ୍ଦୁ ବହୁଳ ହୋଇଗଲା।

ଅଠରଶହ ଶତାବ୍ଦୀ ବେଳକୁ ଡଚ ମାନେ ବାଲିକୁ ଶାସନ କଲେ। ଏହାଦ୍ୱାରା ବାଲିର ରାଜନୀତି ବହୁତ ପ୍ରଭାବିତ ହେଲା; କିନ୍ତୁ ଧର୍ମ ଓ ସଂସ୍କୃତି ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ୧୭ ଅଗଷ୍ଟ ୧୯୪୫ରେ ବାଲିର ସେନା ଡଚ ମାନଙ୍କୁ ହରାଇ ସ୍ୱାଧୀନତା ବଜାୟ ରଖିଲା ଯାହା ଏ ପର୍ଯ୍ୟନ୍ତ ଚାଲି ଆସିଛି। ଆଜି ବି ସେଠାରେ ୯୦ ପ୍ରତିଶତ ହିନ୍ଦୁ ଅଛନ୍ତି।
୫୭୮୦ ବର୍ଗ କିଲୋମିଟର ବ୍ୟାପ୍ତ ଇଣ୍ଡୋନେସିଆର ଏହି ଦ୍ବୀପର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ।
ସେମାନେ ବିଶ୍ବାସ କରନ୍ତି ଅଧର୍ମ ଉପରେ ଧର୍ମର ବିଜୟ ହୋଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଜୀବନର ସମସ୍ତ କ୍ରିୟା କଳାପ ଆଜି ମଧ୍ୟ ସେମାନେ ଅନୁସରଣ କରୁଛନ୍ତି। ରାମାୟଣ ଓ ମହାଭାରତ ସେଠାକାର ସାଧାରଣ ଲୋକଙ୍କୁ ଜଣା ଅଛି।

ବାଲିର ଅଧିବାସୀ ସମସ୍ତେ ଈଶ୍ୱର ବିଶ୍ୱାସୀ। ମନ୍ଦିରକୁ ଯିବା ସମୟରେ ଦକ୍ଷିଣ ଭାରତ ଭଳି ସମସ୍ତଙ୍କୁ ଏକ ବସ୍ତ୍ର ଦିଆଯାଏ । ତାକୁ ପିନ୍ଧି ମନ୍ଦିରକୁ ଯାଆନ୍ତି।
ମନ୍ଦିରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ସରସ୍ୱତୀ, କୃଷ୍ଣ, ରାମ, ଗଣେଶ ଆଦି ସବୁ ଭଗବାନଙ୍କ ମୂର୍ତ୍ତି ପୂଜିତ ହୋଇଥାନ୍ତି।
ମନ୍ଦିରକୁ ତାଙ୍କ ଭାଷାରେ ପୂରା କୁହାଯାଏ। ୧୫ଶହ ଶତାବ୍ଦୀରେ ସମୁଦ୍ର ମଧ୍ୟରେ ଵିଶାଳ ଚଟାଣ ଉପରେ ନିର୍ମିତ ଭଗବାନ ବିଷ୍ଣୁଙ୍କ ମନ୍ଦିର 'ତନହ ଲୋଟ' ଅଦ୍ଭୁତ ଅଟେ। ସମୁଦ୍ର ମଝିରେ ଥାଇ ମଧ୍ୟ ଏହି ମନ୍ଦିରର ଜଳ ମଧୁର ଅଟେ। ଏହି ପବିତ୍ର ଜଳକୁ ସବୁ ଭକ୍ତ ଆଚମନ କରନ୍ତି।

ସେଠିକାର ମନ୍ଦିର ମାନଙ୍କ ଭିତରେ ସବୁଠୁ ବେଶୀ ପ୍ରସିଦ୍ଧ ହେଲା ମାଉଣ୍ଟ ଅଙ୍ଗୁଗରେ ଥିବା 'ପୂରା ବେସକିହ' ମନ୍ଦିର। ଯାହାର ନିର୍ମାଣ ୧୪ଶହ ଶତାବ୍ଦୀରେ ହେଇଥିଲା। ଏହି ମନ୍ଦିରରେ ଅନେକ ଦେବୀ ଦେବତାଙ୍କ ମୂର୍ତ୍ତି ରହିଛି। ୧୯୯୫ରେ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ବୋଲି ଘୋଷଣା କରିଛି।
'ପୂରା ତମନ' ସରସ୍ୱତୀ ମନ୍ଦିର, ଗୋବା ଗଜହ ୧୧ଶହ ଶତାବ୍ଦୀର, ପୂରା ଉଲଂ ଦାନୁ ବ୍ରତାନ (୧୬୬୩), 'ତୀର୍ଥ ଏମ୍ପୁଲ' ମନ୍ଦିର ଆଦି ବାଲି ଦ୍ୱୀପର ବହୁ ପ୍ରାଚୀନ ମନ୍ଦିର ଆଜି ହିନ୍ଦୁ ଧର୍ମ ପ୍ରତି ଥିବା ଅତୁଟ ନିଷ୍ଠାର ପ୍ରକୃଷ୍ଟ ଉଦାହରଣ।

ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଚିତ୍ରକଳା ଆଦିରେ ସେମାନେ ଅତି ନିପୁଣ।

ସେଠାରେ ହିନ୍ଦୁ ନବ ବର୍ଷ 'ନ୍ୟେପି' ପାଳନ କରାଯାଏ। ସେଦିନ ତାଙ୍କର ଦୋକାନ, ବଜାର, ଅଫିସ, ବିଦ୍ୟାଳୟ ଆଦି ବନ୍ଦ ରୁହେ। ବିମାନବନ୍ଦର ବି ସେଦିନ ବନ୍ଦ ରୁହେ।

ସେଠାକାର ଖାଦ୍ୟ ଆମ ଭଳି ଭାତ, ତରକାରୀ, ମାଛ, ମାଂସ ଥିଲେ ମଧ୍ୟ ଗୋମାଂସ ଭକ୍ଷଣ ସମ୍ପୂର୍ଣ୍ଣ ବର୍ଜିତ।

ବାଲିର ପ୍ରାଚୀନ ଭାଷା 'କବି' ସଂସ୍କୃତନିଷ୍ଠ।
ଅନେକ ସଂସ୍କୃତ ଗ୍ରନ୍ଥ ସେଠାରେ ରଚିତ ହୋଇଛି। ବାଲି ଭାଷାର ଲିପି ବ୍ରାହ୍ମୀ ଲିପିରୁ ବିନ୍ୟାସ ହୋଇଛି। ଏହାକୁ ଅକ୍ଷର ବାଲି ବା 'ହନ-ଚରକ' କୁହାଯାଏ।

ବାଲିର ମନ୍ଦିର, ସଂସ୍କୃତି, ସଭ୍ୟତା, ଧର୍ମ, କଳା, ନୃତ୍ୟ, ସଙ୍ଗୀତ ଆଦିରେ ହିନ୍ଦୁ ଧର୍ମର ଲୋଭନୀୟ ରୂପ ଦେଖିବାକୁ ମିଳେ। 'ପନ୍ତଇ ପାଣ୍ଡବା' (ପାଣ୍ଡବା ବିଚ) ଠାରେ ନିର୍ମିତ ଦେବୀ କୁନ୍ତୀ ଓ ପଞ୍ଚୁ ପାଣ୍ଡବଙ୍କ ବିଶାଳକାୟ ମୂର୍ତ୍ତି ବାଲିବାସୀଙ୍କର ମହାଭାରତ ପ୍ରତି ଥିବା ଅତୁଟ ନିଷ୍ଠାକୁ ଦର୍ଶାଉଅଛି। ସ୍ବର୍ଗଠୁ ସୁନ୍ଦର ଏବଂ ମନମୋହକ ବାଲି ଦ୍ୱୀପର ଅଧିବାସୀ ହିନ୍ଦୁ ଧର୍ମର ଅନୁଯାୟୀ ଅଟନ୍ତି।

୨୩.୧୦.୧୭

No comments: