Friday, 13 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
   *କାର୍ତ୍ତିକମାସ କୃଷ୍ଣପକ୍ଷ ନବମୀତିଥି*
  *ପୁନର୍ବସୁ ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
     *କର୍କଟ ଚନ୍ଦ୍ର, ହେମନ୍ତ ଋତୁ*
       *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪*
   *ଶୁକ୍ରବାର, ଇଂରାଜୀ
   ୧୩ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
         *||ପୁରାଣ ଦର୍ଶନ ||*
ଲଙ୍କା ବିଜୟ ପାଇଁ ପ୍ରଭୁ ମର୍ଯ୍ୟାଦାପୁରୁଷୋତ୍ତମ ଭାଲୁ ମାଙ୍କଡ଼ଙ୍କ ସହାୟତାରେ ରାମେଶ୍ଵରମ୍ ଠାରେ ସମୁଦ୍ରରେ ପଥର ସେତୁ ନିର୍ମାଣକଲେ ! ପ୍ରତିଷ୍ଠାର ଅପେକ୍ଷା ଥାଏ ! ହନୁମାନ ସେତୁବନ୍ଧକୁ ପହରା ଦଉଥାନ୍ତି !
     ସେତିକି ବେଳେ ଆକସ୍ମିକ କ୍ରୋଧିତ ହେଇ ଶନି ପ୍ରବେଶ କଲେ ଆଉ ହନୁମାନଙ୍କ ସହ ଯୁଦ୍ଧ ଆହ୍ବାନ କଲେ ! କହିଲେ ମୁଁ ସୂର୍ଯ୍ୟସୁତ ଶନିଶ୍ଚର ମୋତେ ପରାସ୍ତ ନକରି ତୁମେ ମହାବୀର ହେଇ ପାରିବନି !

   ହନୁମାନ ବାଧ୍ୟ ହୋଇ ନିଜ ଲାଞ୍ଜରେ ହିଁ ଶନିଙ୍କୁ ବାନ୍ଧି ଦେଇ *ଶ୍ରୀରାମ ଜୟରାମ ଜୟଜୟ ରାମ* ଗାଇ ସେତୁ ବନ୍ଧ ଉପରେ ପଇଁତରା ମାରିଲେ, *ଶନିଙ୍କ ଗର୍ବ ଚୁନା ହେଲା* ସେ ବହୁ କାକୁତି ମିନତି କଲେ !
      ହନୁମାନ ଗୋଟେ ସର୍ତ୍ତରେ ଛାଡ଼ିଦେଲେ ଯେ ଗୁରୁ ସୂର୍ଯ୍ୟଦେବ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କର ଉପାସକ ଉପରେ ଶନି କଦାପି କୋପ କରି ପାରିବେ ନାହିଁ ! ବନ୍ଧନ ମୁକ୍ତ ଗୁରୁପୁତ୍ର ଶନିଙ୍କୁ ଖୁବ୍ ପୀଡ଼ା ହେଲା ହନୁମାନ୍ କିଛି ତେଲ ମାଲିସ୍ କରି ବିଦାୟ ଦେଲେ !
ସେଇ ଦିନଠୁଁ ତେଲପାଇ ଶନିଦେବ ଖୁସ୍ ଏବଂ ରାମଭକ୍ତଙ୍କ ସହାୟକ ପାଲଟିଗଲେ !
      ଏଣୁ ଡରିବାର ଅଛିକଣ ? ସୂର୍ଯ୍ୟଙ୍କୁ ପ୍ରଣାମ କରି ଜୟ ଶ୍ରୀରାମ୍ କହି ଆଗକୁ ମାଡ଼ି ଚାଲନ୍ତୁ..
             *ଜୟଜୟ ମହାବୀର ହନୁମାନ୍*
~~~~~~~~~~~~~ ଆସନ୍ତା କାଲି ଗାଇବେ
  
🌈 *ॐ ଶଂ ଶନିଶ୍ଚରାୟ ନମଃ*🌈
🐌🌿🍁🐌🐇🐌🐚🐌

No comments: