Sunday, 22 October 2017

*କାଶ୍ମୀର ଉପରେ ଠିକ୍ ନିର୍ଣ୍ଣୟ ନେବାର ବେଳ ଆସିଛି*

ଜମ୍ମୁ କାଶ୍ମୀରରେ ବାସ କରୁଥିବା ଲୋକମାନଙ୍କ ଭିତରେ ସମାନ ରକ୍ତ ପ୍ରବାହ, ସମାନ ବଂଶ ପରମ୍ପରା, ସମାନ ପୂର୍ବଜ, ସମାନ ଇତିହାସ ଥିବା ବେଳେ ସେମାନେ କାହାର ସ୍ୱାଧୀନତା ଦାବୀ କରୁଛନ୍ତି ?

କାଶ୍ମୀରରେ ଯେଉଁମାନେ ଗଣତନ୍ତ୍ରର ରକ୍ଷା ପାଇଁ, ମାନବତା ପାଇଁ ଓ କାଶ୍ମୀରୀୟ ଭାବକୁ ଅକ୍ଷୁଣ୍ଣ ରଖିବା ପାଇଁ ଭୋଟ ଦେଉଛନ୍ତି ସେମାନଙ୍କ କଥା ଶୁଣାଯିବା ଦରକାର ନା ଯେଉଁ ହାତ ଗଣତି ଲୋକ ପାକିସ୍ତାନ କଥାରେ ପଡ଼ି ଗିଲାନି ବା ଅନ୍ୟ ନାଁ ଧରି ପଥର ଫିଙ୍ଗାରେ ଲାଗିଛନ୍ତି ସେମାନଙ୍କ କଥା ?

ଯଦି ଜିହାଦି ରାସ୍ତାରେ ଗଲେ ସ୍ବର୍ଗ ଲାଭ ହୁଏ ତେବେ ସେଥିରେ ସମ୍ଭ୍ରାନ୍ତ ଲୋକଙ୍କ ପୁଅ କାହିଁକି ଯାଏ ନାହିଁ ?
କାହିଁକି ବାଛି ବାଛି ଗରିବ ଲୋକର ପୁଅକୁ ଜିହାଦି ନିଆଁରେ ଡେଇଁବାକୁ ଶିକ୍ଷା ଏମାନେ ଦିଅନ୍ତି?

ଜିହାଦି ନିଆଁ ଲଗାଉଥିବା ଗିଲାନି ଓ ଅନ୍ୟ ତାର ସାଥୀମାନଙ୍କ ଛୁଆ ସବୁ ପଢ଼ନ୍ତି ମୁମ୍ବାଇ, ବେଙ୍ଗଲୁର ତଥା ବିଦେଶରେ ଓ ଆରାମ ଜୀବନ ଜିଅନ୍ତି।

କିନ୍ତୁ ଏମାନେ ସବୁ ଗରିବ ଛୁଆ ମାନଙ୍କ ପାଠ ସାଠ ରହିବା ଖାଇବା ଚିନ୍ତା ନ କରି ସେମାନେ କିପରି ଜିହାଦି ନିଆଁରେ ପଡ଼ି ଶୀଘ୍ର ମରିବେ ସେଇ ଚିନ୍ତା କରନ୍ତି।

ଯିଏ ନିଜେ ଓ ନିଜ ଛୁଆଙ୍କୁ ମରିବାକୁ ଛାଡ଼େ ନାହିଁ ତାଙ୍କୁ ସାହସୀ କୁହାଯାଏ ନା ଡରୁଆ ? ଯାହାଙ୍କୁ ଆମ ନେତୃତ୍ୱ ଡରୁଥିଲା ।

ଏଇ ଡରୁଆ କୁଳାଙ୍ଗାରମାନେ ପାକିସ୍ତାନ ହାତରେ କାଶ୍ମୀରକୁ ଟେକିଦେବାକୁ ବସିଛନ୍ତି।

କାଶ୍ମୀରରେ ଅବ୍ଦୁଲ୍ଲା ପରିବାର (ଶେଖ, ଫାରୁକ, ଉମର) ୨୯ ବର୍ଷ ୭୯ ଦିନ ଶାସନ କରିଛି। ଏମାନେ କାଶ୍ମୀରକୁ ଦେଇଛନ୍ତି କଣ ?

ପଥର ଫିଙ୍ଗା।

ଜେଜେ, ପୁଅ ଓ ନାତିଙ୍କ ପୈତୃକ ସରକାର ଏତେ ଦିନ ଧରି କାଶ୍ମୀରକୁ ଶାସନ କରିଥିବା ବେଳେ ଏମାନେ ସେଠି ପ୍ରଗତି, ଚାକିରୀ, ସଡ଼କ, ବିଜୁଳି, ପାଣି ଲୋକଙ୍କୁ ଯୋଗାଇବା ଛାଡ଼ି ତିଆରି କଲେ ମୀର ବାୟଜ ଓ ଗିଲାନି।

ଅବ୍ଦୁଲ୍ଲା ଶାସନ ଛଡ଼ା ସେଠାରେ କଂଗ୍ରେସ କିମ୍ବା ତାଙ୍କ ସମର୍ଥକ ୨୫ ବର୍ଷ ଶାସନ କଲେ। ଏହି ୫୪ ବର୍ଷ ଏମାନେ ଏପରି ଶାସନ ଚଳାଇଲେ ଯେ ଜମ୍ମୁ ଓ ଲଦ୍ଦାଖର ଲୋକେ ତ୍ରାହି ତ୍ରାହି ଡାକିଲେ। ଜମ୍ମୁ ଓ ଲଦ୍ଦାଖର ବିସ୍ତୀର୍ଣ୍ଣ ଭୂମି ଥିବା ସତ୍ତ୍ୱେ ଅତ୍ୟଳ୍ପ ଭୂମିରେ ରହୁଥିବା ଏଇ ବହାବି ସୁନ୍ନି ବାଦଶାହାମାନେ ସେମାନଙ୍କୁ ଶାସନର ଛଡ଼ି ଦେଖାଇ ମନ ଇଚ୍ଛା ଅତ୍ୟାଚାର କଲେ। ବିଦେଶୀ ଧନ ଓ ବିଦେଶୀ ମନ ଏମାନଙ୍କୁ ଏ ସବୁ କରିବା ପାଇଁ ଇନ୍ଧନ ଯୋଗାଉ ଥିଲା।

ଏବେର ସରକାର ଏଇ ରାଜ୍ୟକୁ ୧୪.୮୩ ପ୍ରତିଶତ ଆର୍ଥିକ ସହାୟତା ଦେଉଛି। ଯାହା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ।

ତଥାପି ଏମାନେ ଘୋଷଣା କରିଛନ୍ତି ଅମରନାଥ ଯାତ୍ରୀ ବିଶ୍ରାମ ଗୃହ ତିଆରି ପାଇଁ ୧ ଇଞ୍ଚ ଜମି ଦେବେ ନାହିଁ । ପ୍ରତ୍ୟେକ ଦିନ ଯବାନଙ୍କୁ ହତ୍ୟା। କାଶ୍ମୀରରେ ସୈନିକ କଲୋନୀ ତିଆରିକୁ ବିରୋଧ।

ଏମାନଙ୍କ ଛୁଆ ପଢ଼ିବା ପାଇଁ ମଧ୍ୟ ସରକାର ବିଶେଷ ସୁବିଧା ଦେଉଛି। ରାଜସ୍ଥାନ, ଦିଲ୍ଲୀ, କର୍ଣ୍ଣାଟକ ଆଦି ସ୍ଥାନରେ ଏମାନଙ୍କ ଛୁଆ ପଢ଼ିବା ପାଇଁ ବିଶେଷ ଆରକ୍ଷଣ ଦିଆଯାଉଛି।

ତା ସତ୍ତ୍ୱେ ସ୍ୱାଧୀନତା ଅର୍ଥାତ ଭାରତରୁ ଆମକୁ ଅଲଗା କରର ସ୍ଲୋଗାନ କଣ ପାଇଁ ?

ହାତ ଗଣତି ଜିହାଦି ପାଠ ପଢ଼ିିଥିବା ଗରିବ ଓ ଗରିବଙ୍କର ଡରୁଆ ମୁନିବମାନେ ଏଇ ନାରା ଦେଉଛନ୍ତି।

ଏମାନଙ୍କ ପାଇଁ ଜମ୍ମୁ କାଶ୍ମୀରର ଲକ୍ଷ ଲକ୍ଷ ଭାରତନିଷ୍ଠ ଲୋକଙ୍କ ଭବିଷ୍ୟତକୁ ଅନ୍ଧାର କରିଦେବାର ଚିନ୍ତା ପାପ ଅଟେ।

ସରକାର ନିର୍ଣ୍ଣୟ ନେବା ଦରକାର । କାରଣ  ସରକାର ସମ୍ବିଧାନ ଅନୁସାରେ ଶପଥ ନେଇଛି ଭାରତର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ।

କାଶ୍ମୀରରେ ଦେଶଭକ୍ତ ମୁସଲିମ ଯୁବକ ବାହାର କରିବା ଓ ସେମାନଙ୍କୁ ନେତୃତ୍ୱ ଦେବା କାମ ସରକାର କରିବା ଦରକାର। କେବଳ ସଡ଼କ ପାଣି ବିଜୁଳି ଯୋଗାଇଦେଲେ ଚଳିବ ନାହିଁ । ତା ସହିତ ସେମାନଙ୍କ
ମନ ଓ ହୃଦୟ ଜିତିବାକୁ ପଡ଼ିବ।

ଏ କଥା ଆଉ କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ଯେ ସେଠି ଯାହା ଗଣ୍ଡଗୋଳ ହେଉଛି ସେ ସବୁ ପାକିସ୍ତାନ କାରାଉଛି।

ଆମ ପୋଲିସ, ଆମ ସରକାର, ଆମ ଲୋକ, ଆମ ସମ୍ବିଧାନ କାଶ୍ମୀରର  ଭାଗ୍ୟ ବଦଳାଇବା ପାଇଁ ସେଠିକାର ନବ ଯୁବକମାନଙ୍କୁ ପ୍ରୋତ୍ସାହିତ କରୁ।

କାଶ୍ମୀରର ଭାଗ୍ୟ ସେଠିକାର ପଣ୍ଡିତମାନଙ୍କର ସୁରକ୍ଷା ଓ ସମ୍ମାନ ଫେରାଇ ଆଣିବା ବିନା ଲେଖାଯାଇ ପାରିବ ନାହିଁ।

ଏବେ ଯେଉଁମାନଙ୍କୁ କାଶ୍ମୀର ନିଆଯାଇଥିଲା ସେମାନଙ୍କୁ ପୁଣି ସେଠିକାର ସମାଜ ଗଣ୍ଡଗୋଳ କରି ଜମ୍ମୁ ପଠାଇ ଦେଇଛି। ତାଙ୍କୁ ଚାରି ଚାରି ମାସର ଦରମା ମିଳିନାହିଁ ବୋଲି ତାଙ୍କ ସଙ୍ଗଠନ ମାଇଗ୍ରେଣ୍ଟ ଏମ୍ପ୍ଲଇଜ ଏସୋସିଏସନ ଘୋଷଣା କରିଛି। ପଣ୍ଡିତ ବିହୀନ ଘାଟି ପ୍ରାଣ ବିହୀନ ଅଟେ।

ଆଉ କେତେଦିନ ସେମାନଙ୍କ ଅତ୍ୟାଚାର ପଣ୍ଡିତ ମାନଙ୍କୁ ସହିବାକୁ ହେବ ?
ପଣ୍ଡିତଙ୍କ ହୃଦୟ ଜିତିବାକୁ ହେଲେ ଘାଟିବାସିଙ୍କୁ ପାକିସ୍ତାନ ବଦଳରେ ହିନ୍ଦୁସ୍ତାନୀ ହୃଦୟ ଧାରଣ କରିବାକୁ ହେବ।

ଦୁର୍ଭାଗ୍ୟବଶତଃ ଗତ ଛଅ ଦଶକ ଧରି ଏଇ ପ୍ରଦେଶରେ ସମସ୍ୟା ଲାଗି ରହିଛି।

ଯେଉଁ ପ୍ରଦେଶରେ ବାଲ୍ୟ ସମୟରୁ ଛାତ୍ରଙ୍କୁ  ଏ କଥା ପଢ଼ା ହେବ ନାହିଁ ଯେ, ତାଙ୍କର ଦେଶ ଭାରତ/ହିନ୍ଦୁସ୍ଥାନ, ବହିରେ ରାଷ୍ଟ୍ର ଗୀତ ଲେଖା ଯାଇ ନଥିବ, ବିଦ୍ୟାଳୟରେ ରାଷ୍ଟ୍ରଗୀତ ବୋଲାଯାଉନଥିବ, ଯେଉଁ ସାହିରେ, ବସ୍ତିରେ, ବିଦ୍ୟାଳୟରେ କୌଣସି  ଭାରତୀୟ ମହାପୁରୁଷଙ୍କର ଛବି ନ ଥିବ କିମ୍ବା ସେମାନଙ୍କ ଅବଦାନ ବିଷୟରେ କିଛି ପଢ଼ାଯାଉ ନ ଥିବ, ଯେଉଁଠି ୧୯୪୭ ରୁ ଆଜି ପର୍ଯ୍ୟନ୍ତ କେବଳ କାଶ୍ମୀର ମୁସଲମାନ ଶାସନ କରିଛନ୍ତି (ଜମ୍ମୁରୁ କେବଳ ଜଣେ ମାତ୍ର ଗୁଲାମ ନବି ଆଜାଦ),
ଯେଉଁଠି ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ନାଁ ଧରାଯାଉ ନ ଥିବ, ଯେଉଁଠି ଭାଙ୍ଗିଥିବା ୭୦୦ ମନ୍ଦିରର କେହି ଉଦ୍ଧାରକ ନ ଥିବେ, ଯେଉଁଠି ସମସ୍ତ ସରକାରୀ ଗାଡ଼ିରେ ଦୁଇଟି ପତାକା ଲାଗୁଥିବ, ଯେଉଁଠି ସମ୍ବିଧାନ ଅଲଗା ଥିବ, ସେମାନଙ୍କଠାରୁ କିପରି ଦେଶଭକ୍ତି ଆଶା କରିବା ?

ଏଥିପାଇଁ କିଏ ଦାୟୀ ?

ଯେଉଁମାନେ ଏଭଳି ଅଲଗା ପାଠ ପଢ଼ାଇବାର ଧାରା ବା କୌଶଳ ବା ଅସ୍ତ୍ର ୩୭୦ ସେମାନଙ୍କୁ ଦେଲେ।

ଏହି ବିଷୟରେ ପୁନର୍ବିଚାର କରିବାର ବେଳ ଆସିଯାଇଛି।

୨୨. ୧୦. ୧୭

No comments: