Tuesday, 10 October 2017

*ଶଙ୍କର ଦେବ*

୧୪୪୮ ଦଶହରା ଦିନ ଆସାମ ରାଜ୍ୟର ଆଳିପୁଖୁରି ଗ୍ରାମରେ ଜନ୍ମ ହୋଇଥିଲେ ମହାନ ସମାଜ ସୁଧାରକ ଶଙ୍କରଦେଵ।
  ଥରେ ବିଦ୍ୟାଳୟ ଛୁଟି ହେବା ପରେ ସେ ବଗିଚାରେ ଶୋଇପଡ଼ିଥିଲେ। ସୂର୍ଯ୍ୟଙ୍କ କିରଣ ତାଙ୍କ ମୁହଁରେ ପଡ଼ିଥିଲା। ଗୋଟିଏ କଳା ସାପ ଆସି ତାର ମୁଣ୍ଡକୁ ଚଉଡ଼ା କରି ଶଙ୍କରଙ୍କ ମୁହଁକୁ ଛାଇ ପ୍ରଦାନ କରୁଥିଲା। ଏହି ଦୃଶ୍ୟ ତାଙ୍କ ଶିକ୍ଷକ ଶ୍ରୀ ମହେନ୍ଦ୍ର କନ୍ଦଳୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତା'ପରଦିନ ସେହି ଶିକ୍ଷକ ବିଦ୍ୟାଳୟରେ ଏହି ଖବର ସମସ୍ତଙ୍କୁ ଜଣାଇଲେ ଏବଂ ତାଙ୍କ ନାମ ଶଙ୍କରରୁ ଶଙ୍କରଦେଵ କରିଦେଲେ। ସେହିଦିନଠାରୁ ତାଙ୍କର ନାମ ଶଙ୍କରଦେଵ ହୋଇଗଲା।
ପାଞ୍ଚ ବର୍ଷ ବେଳୁ ସେ ଧର୍ମଗ୍ରନ୍ଥ, ବ୍ୟାକରଣ ଓ କାବ୍ୟ ଆଦି ପଢ଼ି ଦେଇଥିଲେ। ପାଠପଢ଼ା ସାରି ସେ ଯୋଗ ସାଧନାରେ ଲାଗିଗଲେ ଓ ଅନେକ ସିଦ୍ଧି ପ୍ରାପ୍ତ କଲେ।

ସେ ନିଜ ପାଇଁ ଭକ୍ତି ମାର୍ଗ ବାଛିଲେ। ଶ୍ରୀମଦ୍ଭଗବତର ବିଶେଷ ଅଧ୍ୟୟନ କଲେ । ୩୦ଟି ଗ୍ରନ୍ଥ ଲେଖିଲେ। ତା ଭିତରୁ କୀର୍ତ୍ତନ ଘୋଣା ବହୁତ ଲୋକପ୍ରିୟ। ଏଥିରେ ସମସ୍ତ ବେଦ ଶାସ୍ତ୍ର ଓ ପୁରାଣ ମାନଙ୍କର ସାର ନିହିତ ଅଛି।

ସେତେବେଳେ ସେଠାରେ ଶାକ୍ତ ପନ୍ଥର ପ୍ରାଧାନ୍ୟ ଥିବାରୁ ଦେବୀ ଉପାସନାରେ ତନ୍ତ୍ର ମନ୍ତ୍ର ସାଧନା କରି ପଶୁ ବଳି ଦେଉଥିଲେ। ଶଙ୍କର ଦେବ ନିଜ ପ୍ରବଚନରେ ଏହାର ବିରୋଧ କଲେ। ଏହା ଧର୍ମ ବିରୁଦ୍ଧ ବୋଲି କହିଲେ।

No comments: