Wednesday, 11 October 2017

*କାଶ୍ମୀରରେ ତୀର୍ଥଯାତ୍ରା-୧*

   'ପି ଓ କେ'ର ମୁଜାଫରାବାଦରେ କୃଷ୍ଣଗଙ୍ଗା କୂଳରେ ଅବସ୍ଥିତ ମାଆ ଶାରଦା ପୀଠ, କାଶ୍ମୀର ଘାଟୀରେ ବାବା ଅମରନାଥ ଯାତ୍ରା, କ୍ଷୀର ଭବାନୀ ମେଳା, ଲଦ୍ଦାଖରେ ସିନ୍ଧୁ ନଦୀରେ ସ୍ନାନ ଓ ମେଳା, ଜମ୍ମୁ କ୍ଷେତ୍ରର ରାଜୌରୀ-ପୁଂଛରେ ବୁଢ଼ା ଅମରନାଥ ତଥା ଡୋଡା ଜିଲ୍ଲାରେ ମଚେଲ ମାତା, ଶ୍ରୀ ସରଥଳ ମାଆ ସହିତ ବୈଷ୍ଣବ ଦେବୀ ଓ ତାର ଆଖ ପାଖରେ ଅନେକ ତୀର୍ଥସ୍ଥାନ ରହିଛି।

୧ - ବାବା ଅମରନାଥ

ଶତାବ୍ଦୀ ଶତାବ୍ଦୀ ଧରି ଏ ଯାତ୍ରା ଚାଲିଆସିଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଦୁଇମାସ ଯାଏ ଚାଲିଥାଏ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଭାଗ ନିଅନ୍ତି। କିନ୍ତୁ ୧୯୯୬ର ଭୟାନକ ଆତଙ୍କବାଦ କାରଣରୁ ଏ ସଂଖ୍ୟା କମି ଆସି ୧୫, ୨୦ ହଜାରରେ ସୀମିତ ରହିଥିଲା। ସେହି ଅବସ୍ଥା ଘାଟିରେ ବି ଦେଖିବାକୁ ମିଳୁଥିଲା। କାରଣ ସୁରକ୍ଷାର ସଙ୍କଟ ଥିଲା। ପ୍ରତିଦିନ ରକ୍ତର ହୋଲି ଖେଳା ଯାଉଥିଲା। ଘାଟି ହିନ୍ଦୁ ବିହୀନ କରାଯାଉଥିଲା। ଏପରି ଲାଗୁଥିଲା ଯାତ୍ରା ପୂରା ବନ୍ଦ ହୋଇଯିବ ଓ ବାବା ପର ହୋଇଯିବେ। କାଶ୍ମୀର ଘାଟିରେ ଥିବା ଦଶ ନାମୀ ଆଖଡ଼ା ଓ ପ୍ରତ୍ୟକ୍ଷ ତୀର୍ଥ ଯାତ୍ରୀଙ୍କ ଉପରେ ଆତଙ୍କି ଆକ୍ରମଣ ହୋଇସାରିଥିଲା।
କିନ୍ତୁ ୧୯୯୯ର ଆନ୍ଦୋଳନ ଦ୍ୱାରା ପୁଣିଥରେ ଆଶାର କିରଣ ଜାଗିଲା। "ପ୍ରାଣ ଦେବୁ କିନ୍ତୁ ଜମି ଦେବୁ ନାହିଁ" ର ସଂକଳ୍ପ ନେଇ ଲୋକମାନେ "ଚଲୋ ଅମରନାଥ" ସ୍ଲୋଗାନ ଦେଇ ଆଗେଇ ଚାଲିଲେ। ଲକ୍ଷାଧିକ ଲୋକ ଜାତି ଦଳ ମତ ପନ୍ଥରୁ ଉର୍ଧ୍ୱକୁ ଉଠି ବାବା ଅମରନାଥ  ତୀର୍ଥସ୍ଥଳୀର ରକ୍ଷା ନିମିତ୍ତ ଆଗେଇ ଚାଲିଲେ। ଏଥିରେ ଥିଲେ ଯୁବକ, ବୃଦ୍ଧ, ମହିଳା, ପୁରୁଷ । ସମସ୍ତେ ଲଢୁଥିଲେ ସେଇ ଆତଙ୍କବାଦୀଙ୍କ ସହ। ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ ଛଦ୍ମ ଧର୍ମନିରପେକ୍ଷବାଦୀ ଓ ଛଦ୍ମ ମାନବାଧିକାରୀ ଦଳ।
ଶେଷରେ ଜନତାର ବିଜୟ ହେଲା। କାଶ୍ମୀରରେ ପର୍ଯ୍ୟଟକ ସଂଖ୍ୟା ବଢ଼ିଲା। ରାତ୍ରିରେ ଡାଲର କୂଳ ଆଲୋକିତ ହେଲା। କାଶ୍ମୀର ଘାଟିରେ ବେପାର ପୁଣି ପୂର୍ବ ଭଳି ଚାଲିଲା। ଘାଟିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ି ଏବେ ୬-୭  ଲକ୍ଷ ହେଲାଣି । ଅମରନାଥ ଯାତ୍ରୀଙ୍କ ସଂଖ୍ୟା ବଢ଼ି ଏବେ ୪-୫ ଲକ୍ଷ ଟପିଲାଣି। କାଶ୍ମୀର ଘାଟିରେ  ବିସ୍ଥାପିତ ପଣ୍ଡିତମାନଙ୍କ ପୁନର୍ବସନ ପାଇଁ ରାସ୍ତା ପରିଷ୍କାର ହେଲାଣି।

୧୨.୧୦.୧୭

No comments: