Monday, 9 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
   *କାର୍ତ୍ତିକମାସ କୃଷ୍ଣପକ୍ଷ  ଚତୁର୍ଥୀ ତିଥି*
  *କୃତ୍ତିକାନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ*
     *ବୃଷଚନ୍ଦ୍ର ହେମନ୍ତ ଋତୁ*
       *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪*
   *ସୋମବାର, ଇଂରାଜୀ
   ୦୯ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
           *||ପ୍ରଭାତ ପ୍ରସାଦ||*

ଚକାନୟନକୁ ପତିତ କେହି
ତକାଇ ଖର ନିଶ୍ବାସ ପକାଇ
ଡକା ପକାଇ ଗରୁଡ଼ ପଛରେ
ବକାରୀ! ମୋ ଆର୍ତ୍ତ ଶୁଣ ସତ୍ତ୍ବରେ ହେ
ଢକ୍କା ବାଜୁଛି ମଣିମା ହେ
ଠକାର କରି କର୍ଣ୍ଣେ ଗିର ନ ଶୁଣ
କାହିଁକି ବିଚିତ୍ର କର୍ମା ହେ!

କରୀ ହରିଣୀ ଦ୍ରୌପଦୀ ବିପତ୍ତି
ହରି! ହରିଛ ପରା ଡେରି ଶ୍ରୁତି
ଦରିଦ୍ର ସୁଦାମାକୁ କୋଟିନିଧି
ପରିପୂର୍ଣ୍ଣେ ଦେଲେ କୃପାବାରିଧି ହେ
ସରି ତ ଯାଉଛି ହରି! ଆଉ ଥରେ ନ ଚାହିଁଲ କୃପାନେତ୍ରେ ହେ!
~~~~~~~~~~~~~~
      *ଚନ୍ଦନ ହଜୁରୀ*
🌈 *ସୋମବାର ହେଉ ଶୁଭଙ୍କର*🌈
🐌🌿🍁🐌🐇🐌🐚🐌

No comments: