କୋରାନ ଶରିଫରେ ଗୋଟିଏ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ କୁହା ଯାଇଛି 'ସ୍ୱର୍ଗ କେ ପୌଧେ', ଯାହାକୁ ଜନ୍ନତ ଝାଡ଼ ବା ରେହାନ କୁହାଯାଏ। ସେଥିରେ କୁହାଯାଇଛି ଯେ ଏଇ ସ୍ୱର୍ଗର ଗୁଳ୍ମ ସବୁ ମୁସଲମାନଙ୍କ ଘରେ ଲାଗିବା ଆବଶ୍ୟକ। ଏଥିପାଇଁ କେବଳ ଭାରତ ନୁହେଁ ପୃଥିବୀ ସାରା ସବୁ ମୁସଲମାନ ଦେଶର ଲୋକ ତାଙ୍କ ପୁଅ ଝିଅଙ୍କ ନାମ ରେହାନ ବା ରେହାନା ରଖନ୍ତି। ତେବେ ଏ ରେହାନ କଣ ?
ବାଇବେଲ ଓ ସୟଦକୁ ଭଲ ଭାବେ ପଢ଼ିଲେ ଆମେ ପାଇବା ଆଉ ଏକ ଶବ୍ଦ ବେସଲ । ଖ୍ରୀଷ୍ଟିଆନମାନେ ଏହାକୁ ସୁଇଟ ବେସଲ କୁହନ୍ତି। ଭାରତର ସବୁ ଗ୍ରନ୍ଥରେ ଏହାକୁ ତୁଳସୀ ବୋଲି କୁହାଯାଇଛି। ଏହାର ଉପକାରିତା ବିଷୟରେ ଏ ସବୁ ଗ୍ରନ୍ଥରେ ଵର୍ଣ୍ଣନ ରହିଛି। ଏହା ଭୁତ ପ୍ରେତର ସଙ୍କଟରୁ ବା ତାଙ୍କ ଭାଷାରେ ଉପର ହାୱାରୁ ଲୋକଙ୍କୁ ରକ୍ଷା କରେ। ଏହା ବାୟୁକୁ ବିଶୋଧନ କରେ। ଏହାର ବହୁତ ଔଷଧୀୟ ଗୁଣ ରହିଛି ଓ ରୋଗପ୍ରତିରୋଧକ ଶକ୍ତି ଏଥିରେ ପ୍ରଚୁର ମାତ୍ରାରେ ଅଛି। ଶରୀରରେ ଥିବା ବିଷକୁ ଏହା ବାହାର କରିଦେଇଥାଏ। ଏଥିପାଇଁ କୁହାଯାଇଛି ସକାଳେ ସଂଜେ ଏହାକୁ ଦର୍ଶନ କର। ନିଜ ନିଜ ପଦ୍ଧତିରେ ଏହାକୁ ପୂଜା କର ତେବେ ସ୍ବର୍ଗୀୟ ସୁଖ ଲାଭ କରିବ। ଏହା ଦ୍ୱାରା ତୁମ ପିଲାମାନେ କୁପଥଗାମୀ ହେବେ ନାହିଁ।
ଏକଥା ସେମାନଙ୍କ ପିଲାମାନଙ୍କୁ ପଢ଼ା ଯାଉଛି କି ?
ଯଦି ପଢ଼ା ଯାଇଥାନ୍ତା ତେବେ ସମସ୍ତଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳନ୍ତା।
ଯେଉଁ କଥା ଖୁଦା ପୈଗମ୍ବରଙ୍କୁ କହିଲେ ଓ ତାଙ୍କର ଏକମାତ୍ର ଗ୍ରନ୍ଥରେ ଲେଖିଲେ ମୌଳବାଦୀମାନେ ତାକୁ ମାନିଲେ ନାହିଁ କିମ୍ବା ଓଲଟା ଅର୍ଥ କଲେ।
ପାଦ୍ରୀମାନେ ବି ପିଲାମାନଙ୍କୁ ଏ କଥା ଶିଖାଇଲେ ନାହିଁ। ଇଶାଙ୍କୁ ଶୁଳି ଉପରୁ ଉଠାଇ ନେଇ ଯେଉଁଠି କବର ଦିଆଗଲା ତାହା ତୁଳସୀ ବନ ଥିଲା। କାରଣ ଏଥିରେ ଥିବା ପ୍ରାଣବାୟୁ ମଣିଷକୁ ବଞ୍ଚିବାରେ ସହଯୋଗ କରେ। ସେ ପୁଣି ବଞ୍ଚିଯିବା ପାଇଁ ଏପରି କରାଯାଇଥିଲା। ତା'ପରେ ସେ କୁଆଡ଼େ ଚାଲିଗଲେ। କିଛି କୁହନ୍ତି ସେ ହିମାଳୟ ଚାଲିଗଲେ।
କୋରାନ ଶରିଫରେ ୫୪ ଟି ଗଛର ନାଁ ଦିଆଯାଇଛି। ଏହାର ଆଧାରରେ ଦୁବାଇରେ ବହୁତ ବଡ଼ ଉଦ୍ୟାନ ତିଆରି ହେଉଛି। ସେଥିରେ ରେହାନ ବାଟିକା ବି ଅଛି। ସବୁ ପ୍ରକାର ରେହାନ ସେଠାରେ ଲଗା ଯାଇଛି। ଦର୍ଶକମାନେ ଜାଣିବା ପାଇଁ ଲେଖାଯାଇଛି -
ରେହାନ(ତୁଳସୀ, ବେସିଲ)।

No comments:
Post a Comment