ସାରା ବିଶ୍ୱର ସବୁ ଧର୍ମଗ୍ରନ୍ଥରେ କୁହାଯାଇଛି ଯେ ଯଦି ମାଆ କ୍ଷୀର ନ ମିଳେ ତେବେ ବିକଳ୍ପ ଭାବରେ ଗାଈ କ୍ଷୀର ସର୍ବୋତ୍ତମ। ଖ୍ରୀଷ୍ଟିଆନ, ମୁସଲମାନ, ଇହୁଦୀ, ପାର୍ସି, ବୌଦ୍ଧ ବା ଜୈନ ସମେତ ସବୁ ଧର୍ମରେ ଏହାର ମାନ୍ୟତା ରହିଛି। ସାରା ବିଶ୍ୱର ୯୦ ପ୍ରତିଶତ ଲୋକ ଗାଈ କ୍ଷୀର ଉପରେ ନିର୍ଭରଶୀଳ।
ସବୁ ଧର୍ମର ଧାର୍ମିକ ଗ୍ରନ୍ଥରେ ଲେଖାଯାଇଛି ଯେ ସବୁ ପ୍ରକାର ପ୍ରାଣୀମାନଙ୍କର ମଳ ମୂତ୍ରରେ ବିଷାକ୍ତ ଉପାଦାନ ରହିଛି, କିନ୍ତୁ ଗାଈର ଶରୀରରୁ ବାହାରୁଥିବା ଚାରି ପ୍ରକାର ପଦାର୍ଥ ମାନବ ଜୀବନ ପାଇଁ ଉପକାରୀ ଅଟେ।
କୋରାନର ସବୁଠୁ ବଡ଼ ଅଧ୍ୟାୟ ହେଲା
-ସୂରା-ଏ-ବକ୍ ର ।
ଅର୍ବୀ ଓ ଫାରସୀରେ ଗାଈକୁ ବକ୍ ର କୁହାଯାଏ। ସେହି ଅଧ୍ୟାୟରେ ସବୁ ପ୍ରକାର ରୋଗର ଉପଚାର ଦିଆଯାଇଛି।
ତେବେ ସବୁ ପ୍ରକାର ରୋଗର ନିଦାନ ଥିବା ଅଧ୍ୟାୟକୁ
ଗାଈ(ବକ୍ ର) ନାମରେ କାହିଁକି ନାମିତ କରାଯାଇଛି ?
ମକ୍କା ଶରୀଫ ଓ ମଦିନା ଶରୀଫରେ ଗୋମାଂସ କିଣିବା କିମ୍ବା ବିକିବା ଅପରାଧ ଅଟେ । ତାଙ୍କର ଧର୍ମଗୁର(ରସୁଲ)କେବେ ଗୋମାଂସ ଭକ୍ଷଣ କରି ନାହାନ୍ତି। ତାଙ୍କର ସବୁଠୁ ବଡ଼ ଉପଦେଶ(ହଦୀଶ) ହେଲା, ' ଗୋମାଂସ ହେଉଛି ଅତ୍ୟନ୍ତ କ୍ଷତିକାରକ; କିନ୍ତୁ ଗାଈର ଦୁଗ୍ଧ, ଦହି, ଘିଅ ଶରୀରକୁ ଶକ୍ତ କରେ। ତା'ସହିତ ଅନ୍ୟକୁ ପୀଡ଼ା ଦେବା ଭଳି କାର୍ଯ୍ୟକୁ ଖୁଦା କିମ୍ବା ଆଲ୍ହା ଗ୍ରହଣ(କବୁଲ) କରନ୍ତି ନାହିଁ। ଯଦି ଆପଣଙ୍କ ନମାଜ ଦ୍ୱାରା ପଡ଼ୋଶୀଙ୍କୁ କଷ୍ଟ ହୁଏ, ତେବେ ସେଦିନର ପ୍ରାର୍ଥନା(ଇବାଦତ)କୁ ଆଲ୍ହା ତିରସ୍କାର କରିଦିଅନ୍ତି। ଯେଉଁ ବ୍ୟକ୍ତି ଅନ୍ୟକୁ କଷ୍ଟ ଦିଏ ଏବଂ ଗାଈର ଆତ୍ମାକୁ ଯନ୍ତ୍ରଣା ଦିଏ ସେ ସ୍ୱର୍ଗ(ଜନ୍ନତ)କୁ ଯିବାର ପ୍ରଶ୍ନ ଉଠୁ ନାହିଁ।
ସେହିପରି ଖ୍ରୀଷ୍ଟିଆନଙ୍କ ଇତିହାସରେ ଅଛି ଜେରୁଶେଲମର ରାଜା ହେରୋଦଙ୍କ ଗୋଶାଳା ସମ୍ପୂର୍ଣ୍ଣ ୟୁରୋପର ସବୁଠାରୁ ବଡ଼ ଗୋଶାଳା ଥିଲା। ସେହି ଗୋଶାଳାରେ ମେରୀ ଯୀଶୁଙ୍କୁ ଜନ୍ମ ଦେଇଥିଲେ ତଥା ଶୁଖିଲା ଖତ ଓ ଘାସର ବିଛଣା କରି କୋମଳ ଯୀଶୁଙ୍କୁ ଶୁଆଇ ଦେଇଥିଲେ । ଅର୍ଥାତ ଯୀଶୁ ଗୋଶାଳାରୁ ହିଁ ଆସିଛନ୍ତି। ଭେଟିକାନା ସିଟି କିମ୍ଵା ସାରା ଖ୍ରୀଷ୍ଟିଆନ ଚର୍ଚ୍ଚ କୌଣସି ଠାରେ ଗାଈକୁ ହତ୍ୟା(କୁର୍ବାନୀ) ଦିଆଯାଏ ନାହିଁ। ପୃଥିବୀର କୌଣସି ବି ବୁଦ୍ଧ ମନ୍ଦିରରେ ମଧ୍ୟ ଗାଈର ବଳି(କୁର୍ବାନୀ) ଦିଆ ଯାଏ ନାହିଁ । ଏପରିକି ଥାଇଲାଣ୍ଡରେ ଗାଈକୁ ଅତ୍ୟାଚାରରୁ ମୁକ୍ତ କରିବା ବିଷୟ ମୋକ୍ଷ ପ୍ରାପ୍ତିର ପରମ୍ପରା ଭାବେ ପ୍ରଚଳିତ।
ତେବେ ଗୋବଧ ପବିତ୍ର ଏବଂ ଆବଶ୍ୟକ ନିୟମ ହିସାବରେ କିପରି ଆସିଲା ଯେ ଗୋମାଂସ ଆହାର ସର୍ବୋତ୍ତମ !
ଯେତେବେଳେ ଇଂରେଜ ଗାଈ ଓ ଘୁଷୁରି ଚର୍ବିର
କାର୍ତୁସ ବନ୍ଧୁକରେ ବ୍ୟବହାର କରିବାପାଇଁ ଭାରତୀୟ ସୈନ୍ୟ(ହିନ୍ଦୁ ଓ ମୁସଲମାନ)ଙ୍କୁ ଦେଉଥିଲେ ସେତେବେଳେ ପୂରା ହିନ୍ଦୁସ୍ଥାନର ହିନ୍ଦୁ ଓ ମୁସଲମାନ ଉଭୟ ଆନ୍ଦୋଳନ କରିବାକୁ ଆଗେଇ ଆସିଥିଲେ। ଇଂରେଜର ବିଶାଳ ସାମ୍ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରିବାର ମୌଳିକ କାରଣ ଥିଲା ଗୋମାଂସ।
୨୫.୧୦.୧୭

No comments:
Post a Comment