Thursday, 12 October 2017

*କାଶ୍ମୀରରେ ତୀର୍ଥଯାତ୍ରା - ୨*

୨ - କ୍ଷୀରଭବାନୀ ମେଳା

   ଜ୍ୟେଷ୍ଠ ମାସର ଅଷ୍ଟମୀ ତିଥିରେ ଶ୍ରୀନଗରରୁ ୩୦ କି. ମି. ଦୂର ତୁଳମୂଳ ସ୍ଥିତ ମାଆ କ୍ଷୀରଭବାନୀଙ୍କ ମେଳା ଲାଗେ। ଏଇଠି ସ୍ୱାମୀ ବିବେକାନନ୍ଦଙ୍କୁ ମାଆଙ୍କ ପାଇଁ ସର୍ବସ୍ଵାର୍ପଣର ଜ୍ଞାନ ପ୍ରାପ୍ତ ହୋଇଥିଲା।

ରାମାୟଣ କାଳରେ ଲଙ୍କାରେ ବ୍ୟାପ୍ତ ବ୍ୟଭିଚାର ଓ ଆତଙ୍କି ବାତାବରଣ କାରଣରୁ ଲଙ୍କାକୁ ଛାଡ଼ି ମାଆ ହନୁମାନଙ୍କ ଦ୍ୱାରା କାଶ୍ମୀରରେ ଅବସ୍ଥାପିତ ହୋଇଥିଲେ। ତେଣୁ ଏହା ଏକ ଶକ୍ତିପୀଠ ଅଟେ। ହଜାର ହଜାର କାଶ୍ମୀର ପଣ୍ଡିତଙ୍କ ସହିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶର ଅନ୍ୟ ସ୍ଥାନରୁ ଏଠାକୁ ଆସି ମାଆଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ କାରଣରୁ ନୃଶଂସ ହତ୍ୟା, ତୀର୍ଥ ସ୍ଥାନରେ ଆକ୍ରମଣ ଏଠି ମଧ୍ୟ ଚାଲିଥିଲା। ଘାଟି ଛାଡ଼ି କାଶ୍ମୀର ପଣ୍ଡିତମାନେ ଅନ୍ୟ ସ୍ଥାନକୁ ପଳାୟନ କରୁଥିଲେ। ୧୯୯୦ ରେ ଘାଟି ପଣ୍ଡିତ ଶୁନ୍ୟ ହୋଇଗଲା।
ଏହି ସମୟରେ ବିବେକାନନ୍ଦ କେନ୍ଦ୍ର ଅନନ୍ତନାଗ, ସଂଜୀବନୀ ଶାରଦା କେନ୍ଦ୍ର ଜମ୍ମୁ, କଶ୍ମୀରରେ ଥିବା କିଛି ସରକାରୀ ହିନ୍ଦୁ ସଂସ୍ଥା ଓ ଅର୍ଦ୍ଧ ସୈନିକବଳ ଆଦିଙ୍କ ମନରେ ପୁଣି ଏଇ ତୀର୍ଥକୁ ପୁନର୍ଜାଗ୍ରତ କରିବାର ଭାବ ତିଆରି ହେଲା। ୧୯୯୦ରୁ ୧୯୯୯ ଯାଏ କ୍ଷୀର ଭବାନୀ ଯାଉଥିବା ଭକ୍ତଙ୍କ ସଂଖ୍ୟା କେତେ ଶହରେ ସୀମିତ ହୋଇଯାଇଥିଲା।
ଅର୍ଦ୍ଧ ସୈନିକ ବଳ ସାହାଯ୍ୟରେ ହିଁ ଦର୍ଶନ ସମ୍ଭବ ହେଉଥିଲା। ତେଣୁ ପ୍ରାଣ ଭୟରେ କେହି ଦର୍ଶନ ପାଇଁ ଯାଉ ନ ଥିଲେ। ୧୯୯୭ - ୯୮ ରେ ଉପର ବର୍ଣ୍ଣିତ ହିନ୍ଦୁ ସଂଗଠନମାନେ ଜ୍ୟେଷ୍ଠ ଅଷ୍ଟମୀ ଦିନ କ୍ଷୀର ଭବାନୀ ମାଆଙ୍କ ଦର୍ଶନ ନିମିତ୍ତ କାଶ୍ମୀର ଚଲୋ ଆହ୍ୱାନ ଦେଲେ। ଏଥିରେ ଦେଶ ସାରା ଥିବା କାଶ୍ମୀର ବିସ୍ଥାପିତମାନେ ସହଯୋଗ କରିଥିଲେ। ନାନା ପ୍ରକାରର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା। କିନ୍ତୁ ସେମାନଙ୍କ ଭିତରେ ଥିବା ମାଆ ଭାବନୀଙ୍କ ପ୍ରତି ଭକ୍ତି ଓ ମାଆଙ୍କ ଚରଣରେ ଯାଇ ପୂଜା କରିବାର କର୍ତ୍ତବ୍ୟ ଭାବ ସେମାନଙ୍କୁ ଆଗକୁ ଯିବାର ବାଟ କଢ଼ାଉ ଥିଲା। ସବୁ ହିନ୍ଦୁ ସଂସ୍ଥା ଏକାଠି ହେଲେ। ପ୍ରଶାସନ ଓ ଅର୍ଦ୍ଧ ସୈନିକବଳ ବ୍ୟବସ୍ଥା ଓ ପ୍ରଚାରରେ ସହଯୋଗ କଲା। ନିଜ ଚେହେରାକୁ ଲୋକତାନ୍ତ୍ରିକ
ଦେଖାଇବା ପାଇଁ ରାଜନୈତିକ ବିରୋଧୀମାନେ ମଧ୍ୟ ମେଳାକୁ ଯିବା ପାଇଁ ଓ ମାଆଙ୍କ ପୂଜା ଅର୍ଚ୍ଚନା ପାଇଁ କାଶ୍ମୀର ପଣ୍ଡିତମାନଙ୍କୁ ଆହ୍ୱାନ କଲେ। ସ୍ଥାନୀୟ ମୁସଲମାନ ମାନଙ୍କର ରୋଜଗାର ହେବ ଓ ପଡ଼ୋଶୀଙ୍କୁ ରକ୍ଷା ନ କରିବାର କଳଙ୍କ ଦୂର ହେବ ବୋଲି ଅନୁଭବ ହେଲା। ତେଣୁ ଏହି କାର୍ଯ୍ୟ ସରଳ ହୋଇଗଲା। ସେମାନେ ସହଯୋଗ କଲେ। ଏବେ ସମ୍ପୂର୍ଣ୍ଣ ଦେଶରୁ ହଜାର ହଜାର କାଶ୍ମୀର ପଣ୍ଡିତ ଓ ଅନ୍ୟ ଲୋକ ଗୋଟିଏ ଦିନ ପାଇଁ ନୁହେଁ ବରଂ ଅନେକ ଦିନ ପାଇଁ ମାଆ କ୍ଷୀର ଭବାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। ବର୍ଷ ସାରା ହିନ୍ଦୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ସ୍ଥାନୀୟ ଜନତାଙ୍କ ମଧ୍ୟରେ ଖୁସୀ ଫେରିଆସିଛି। କାଶ୍ମୀର ପଣ୍ଡିତମାନଙ୍କ ମନରେ ଥିଲା କେବେ ନା କେବେ ନିଜ ଘରକୁ ଯିବାର ମୌକା ମିଳିବ। ଏବେ ସେହି ରାସ୍ତାରେ ସେମାନେ ଗୋଟିଏ ପାଦ ଆଗକୁ ଯାଇଛନ୍ତି। ଘାଟି ଯିବା ଆସିବାରେ ଏବେ ଆଉ ଅସୁବିଧା ଅନୁଭବ କରୁନାହାନ୍ତି ଓ ନିଜ ଘର ଦେଖି ଆସିବାର ସୁଯୋଗ ମିଳିଛି। କେନ୍ଦ୍ର ଓ ପ୍ରଦେଶ ସରକାର ଏହି ସମସ୍ୟାର କିପରି ସମାଧାନ କରିବେ ଅର୍ଥାତ କାଶ୍ମୀର ପଣ୍ଡିତ, ଡୋଗରା ଓ ଶିଖମାନଙ୍କ ସହିତ ସବୁ ବିସ୍ଥାପିତମାନଙ୍କୁ କିପରି ଘାଟିରେ ପୁନର୍ବସନ କରାଇବେ ଚିନ୍ତା କରୁଛନ୍ତି । ଏହି ଯାତ୍ରା ଓ ମେଳାର ସ୍ୱରୂପ ବଢ଼ି ଚାଲିଥିବାରୁ ଷଡ଼ଯନ୍ତ୍ରକାରୀ ତତ୍ତ୍ୱମାନଙ୍କ ଧ୍ୟାନକୁ ଆସିଗଲାଣି ଯେ କାଶ୍ମୀର ହିନ୍ଦୁସ୍ଥାନରେ ଥିଲା ଅଛି ଏବଂ ରହିବ। କାଶ୍ମୀର ପଣ୍ଡିତଙ୍କ ବିନା କାଶ୍ମୀରୀୟତ୍ୱ ଅଧୁରା ଅଟେ।

୧୩. ୧୦. ୧୭

No comments: