ମିଳିତ ଜାତିସଂଘରେ ଗୁହାରି କରିଥିଲୁ ଆମେ କାଶ୍ମୀର ବିଷୟରେ ନ୍ୟାୟ ପାଇବା ପାଇଁ।
ସେ କୋଉ ଗୁହାରି ଆମର ଶୁଣିଲେ ?
ତାଙ୍କ ଠାରୁ ଯୁଦ୍ଧ ବିରାମ ଛଡ଼ା ଆଉ କିଛି ଉପଦେଶ କି ସମାଧାନ ମିଳିନାହିଁ ଆମକୁ ବିଗତ ୭୦ ବର୍ଷ ହେଲା।
ସମସ୍ୟା କଣ ?
( ଆମେ ଜାଣିଛୁ ରାଜ୍ୟ ରାଜ୍ୟ ଭିତରେ ଲଢ଼େଇ ହୁଏ। ଗୋଟିଏ ରାଜ୍ୟ ଜିତିଲେ ଆଉ ଗୋଟିଏ ହାରେ। ଜିତିଥିବା ରାଜ୍ୟ ହାରିବା ରାଜ୍ୟଠାରୁ ସବୁକିଛି ହାସଲ କରେ।
ଭାରତର ସ୍ବାଧୀନତା ଓଲଟା ଶିକ୍ଷା ଦେଉଛି।
ଭାରତର ସ୍ବାଧୀନତା ଲଢ଼େଇରେ ଆମେ ଯଦି ଜିଣିଛୁ ବୋଲି କହୁଛୁ ଇଂରେଜ ହାରିଲା ବୋଲି କହୁଛୁ ତେବେ କଣ ଦରକାର ଥିଲା ଇଂରେଜର ସବୁ ସର୍ତ୍ତ ମାନିବା ? କଣ ଦରକାର ଥିଲା ମାଉଣ୍ଟ ବେଟେନକୁ ସ୍ୱାଧୀନ ଦେଶର ମୁଖ୍ୟ କରିବା ?)
ଇଂରେଜ ଧର୍ମ ଆଧାରରେ ଦେଶକୁ ଦୁଇ ଖଣ୍ଡ କଲା। ସେତେବେଳେ ଇଂରେଜ ଅଧୀନରେ ୫୬୨ ଗଡ଼ଜାତ ଥିଲା। ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲା ଯେ ଦୁଇଟି ଦେଶ ତିଆରି ହେବାକୁ ଯାଉଛି । ତୁମେ ତୁମ ଇଚ୍ଛା ଅନୁସାରେ କୌଣସି ଗୋଟିଏ ଦେଶରେ ରହିବା ପାଇଁ ନିର୍ଣ୍ଣୟ ନିଅ। ଯଦି ଏ ଦୁଇ ଦେଶରେ ରହିବାର ଇଚ୍ଛା ନାହିଁ ତେବେ ତୁମେ ଅଲଗା ରହିପାରିବ। ସେତେବେଳେ ଜମ୍ମୁକାଶ୍ମୀରର ଅଞ୍ଚଳ ତିନି ଭାଗରେ ବିଭକ୍ତ ଥିଲା । ତିନି ଭାଗରେ ତିନିଟି ଅଲଗା ଧର୍ମମତର ଲୋକ ରହୁଥିଲେ। ଜମ୍ମୁ ହିନ୍ଦୁ ବହୁଳ ଥିଲା, କାଶ୍ମୀର ଘାଟି ମୁସଲିମ ବହୁଳ ଥିଲା ଓ ଲଦ୍ଦାଖ ଥିଲା ବୌଦ୍ଧ ବହୁଳ। ସମସ୍ତଙ୍କ ସଂଖ୍ୟା ପ୍ରାୟଃ ସମାନ ସମାନ ଥିଲା। ଏଥିପାଇଁ ରାଜା ହରିସିଂହ କୌଣସି ଦେଶରେ ନ ମିଶି ଅଲଗା ରହିବାକୁ ଉଚିତ ମଣିଲେ।
ବିଭାଜନ ପରେ ସୀମାରେ ଦଙ୍ଗା ହାଣ କାଟ ଆରମ୍ଭ ହୋଇ ଅନେକ ଦିନ ଚାଲିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିୟାକତ ଅଲ୍ଲୀ ଦ୍ୱାରା ମହାରାଜା ହରି ସିଂହଙ୍କୁ ପାକିସ୍ତାନରେ ମିଶିଯିବା ପାଇଁ ଚାପ ପକାଇବା ଆରମ୍ଭ ହୋଇଗଲା। ତାଙ୍କ ନିର୍ଦ୍ଦେଶରେ ମୁସଲିମ ବହୁଳ ଅଞ୍ଚଳରେ ବଡ଼ ଜୋରରେ ଗଣ୍ଡଗୋଳ ଆରମ୍ଭ ହୋଇଗଲା। ଗଣ୍ଡଗୋଳକାରୀମାନେ ରାଜ୍ୟକୁ ଆସୁଥିବା ଦୈନନ୍ଦିନ ଜୀବନରେ ଉପଯୋଗୀ ସାମଗ୍ରୀକୁ ରାଜ୍ୟକୁ ପ୍ରବେଶ କରାଇଦେଲେ ନାହିଁ। ମହାରାଜା ଭାରତକୁ ସହାୟତା ମାଗିବା ପରେ ମଧ୍ୟ ଭାରତ ସହାୟତା ଦେଲା ନାହିଁ।
ଏ ସବୁ ଖେଳର ମୁଖ୍ୟ ନାୟକ ଥିଲେ ଲର୍ଡ଼ ମାଉଣ୍ଟବେଟେନ। ଏହା ଦ୍ୱାରା ପାକିସ୍ତାନର ମନୋବଳ ବଢ଼େଇବାରେ ଭାରତ ସହାୟକ ହେଲା।
୨୨ ଅକ୍ଟୋବର ୧୯୪୭ ଦିନ ପାକିସ୍ତାନ କାଶ୍ମୀର ଉପରେ ଆକ୍ରମଣ କଲା। ଏହି ସମୟରେ ମହାରାଜା ପ୍ରତି ଆକ୍ରମଣ କରିବାସହ ତାଙ୍କ ଦୂତ ଶ୍ରୀ ମେହେର ଚନ୍ଦ ମହାଜନଙ୍କୁ ଦିଲ୍ଲୀ ପଠାଇ ଭାରତରେ ମିଶିବାର ଇଚ୍ଛା ପ୍ରକାଶ କଲେ। ତାପରେ ଏହି ବିଲୟ ପ୍ରକ୍ରିୟା ବିମାନ ବନ୍ଦରରେ ୨୬ ଅକ୍ଟୋବରରେ ପୂରା ହୋଇଥିଲା।
(ଏହି ବିଲୟ ପ୍ରକ୍ରିୟାରେ ପୂଜ୍ୟ ଶ୍ରୀଗୁରୁଜୀଙ୍କ ଭୂମିକା କଣ ଥିଲା, ଯଦି ପାଠକମାନେ ଆଗ୍ରହ କରିବେ ତେବେ ସେ ବିଷୟରେ ଆସନ୍ତା କାଲି ଆଲୋଚନା କରିହେବ।)
ବିଲୟ ପ୍ରକ୍ରିୟା ପୂରା ହେବା ମାତ୍ରେ ୨୭ ଅକ୍ଟୋବରକୁ ସର୍ଦ୍ଦାର ପଟେଲ ବିମାନ ଯୋଗେ ସୈନ୍ୟ ପଠାଇବା ଆରମ୍ଭ କରିଦେଲେ ଶ୍ରୀନଗରକୁ। ଏବେ ଯେଉଁ ଲଢେ଼ଇ ଆରମ୍ଭ ହେଲା ଏହାକୁ କୁହାଯିବ ଭାରତ ପାକିସ୍ତାନ ଲଢ଼େଇ।
ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏଇ ତିନି ମାସ ଧରି ଏକା ଏକା ହରିସିଂହ ଲଢୁଥିଲେ ପାକିସ୍ତାନ ସହ।
କୋଉ ମିଳିତ ଜାତିସଂଘକୁ କିମ୍ବା ଇଂରେଜ ସାହେବକୁ ସେ ସହାୟତା ମାଗିନଥିଲେ ।
୨୭ ଅକ୍ଟୋବରରୁ ପୂରା ଭାରତର ସେନା ଲଢ଼ୁଥିଲା ଓ ଜିତୁଥିଲା ଗୋଟିଏ ପରେ ଗୋଟିଏ ଅଞ୍ଚଳ।
୧ ଜାନୁଆରୀ ୧୯୪୮ ରେ କଣ ହେଲା ?
ପ୍ରଧାନମନ୍ତ୍ରୀ କଣ ପାଇଁ ଗୁହାରି କରିବାକୁ ଗଲେ ମିଳିତ ଜାତିସଂଘ ?
ଉପ ପ୍ରଧାନମନ୍ତ୍ରୀ ବାରଣ କଲେ । ନ ମାନିବା ପରେ ସେ କହିଲେ ଜବାହାର ପଶ୍ଚାତାପ କରିବ।
ଜବାହାର କୋଉଠି ପଶ୍ଚାତାପ କଲେ କାହାକୁ ଜଣା ନାହିଁ, କିନ୍ତୁ ସାରା ଦେଶ ଆଜି ଯାଏ ପଶ୍ଚାତାପ କରୁଛି।
ମିଳିତ ଜାତିସଂଘ ସମ୍ବିଧାନର ଧାରା ୩୫ ଅନ୍ତର୍ଗତ ଏଇ ଗୁହାରି କରାଯାଇଛି। ସେଇ ଧାରାରେ ଅଛି ଯେ ଦୁଇ ରାଷ୍ଟ୍ରର ଲଢ଼େଇ ଦ୍ୱାରା ଆନ୍ତର୍ଜାତୀୟ ଶାନ୍ତି ବ୍ୟାହତ ହେଲେ ମିଳିତ ଜାତିସଂଘ ସେଥିରେ ହସ୍ତକ୍ଷେପ କରିପାରିବ।
ଭାରତ କଣ ଗୁହାରି କରିଛି ?
୧) କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇଯାଇଛି। ତେଣୁ ତା ଉପରେ ଅତ୍ୟାଚାର କରୁଥିବା ପାକିସ୍ତାନକୁ ଅଟକା ଯାଉ।
୨) ଜନ ମତ ସଂଗ୍ରହ କରିବାକୁ ଭାରତ ରାଜି ଅଛି।
ପାକିସ୍ତାନର ଉତ୍ତର କଣ ଥିଲା ?
୧) ଭାରତ ଛଳ କପଟ କରି ହିଂସା ଆଚରଣ କରି ଜମ୍ମୁ କାଶ୍ମୀରର ବିଲୟ କରିଛି।
୨) ପାକିସ୍ତାନ କିଛି ଆକ୍ରମଣ କରୁନାହିଁ। ଭାରତ ମୁସଲମାନ ମାନଙ୍କୁ ସଂହାର କରୁଛି।
ଜନମତ ସଂଗ୍ରହ ପରବର୍ତ୍ତୀ ଅବସ୍ଥାରେ କୂଟନୀତି ଓ ସଂଘର୍ଷର କାରଣ ହୋଇଛି।
ପ୍ରଥମେ ଜନମତକୁ ଭୟ କରୁଥିବା ପାକିସ୍ତାନ ବର୍ଷ ବର୍ଷ ପ୍ରୟାସ କରି ଘାଟି ଓ ଅନ୍ୟାନ୍ୟ ସ୍ଥାନକୁ ହିନ୍ଦୁ ଶୁନ୍ୟ କରି ଏବେ ଜନ ମତକୁ ଅସ୍ତ୍ର କରୁଛି।
ମିଳିତ ଜାତିସଂଘ ୭୦ ବର୍ଷ ଚେଷ୍ଟା କରି ତିନୋଟି ପ୍ରସ୍ତାବ (୩୮, ୪୭, ୮୦) ପାରିତ କରି ସମସ୍ୟାକୁ ଜଟିଳ କରି ନାଟ ଦେଖୁଛି।
୧୮.୧୦.୧୭

No comments:
Post a Comment