ଇଶାଇ ଚିନ୍ତନ ଇହୁଦୀ ଚିନ୍ତନରୁ ବିକଶିତ ହେଲା।
ପ୍ରାରମ୍ଭ ସମୟରେ ସେହି ବ୍ୟକ୍ତିକୁ ଇଶାଇ କୁହାଯାଉଥିଲା, ଯାହାର ସଂସାର ପ୍ରତି ଆସକ୍ତି ନ ଥିଲା। ସେଲସସ୍ କହନ୍ତି, 'ପ୍ରାରମ୍ଭରେ ଇଶାଇମାନେ ସେନାଠାରୁ ଦୂରରେ ରହୁଥିଲେ। କେହି ସାର୍ବଜନିକ ପଦ ସ୍ୱୀକାର କରୁନଥିଲେ। ନଗର ଶାସନରେ ମଧ୍ୟ ସହଭାଗୀ ହେଉ ନଥିଲେ।' ଯେଉଁମାନେ କେବଳ ରାଜା ଓ ସାମ୍ରାଜ୍ୟ ରକ୍ଷାପାଇଁ ପ୍ରାର୍ଥନା କରୁଥିଲେ, ଲୋକମାନେ ତାଙ୍କୁ ସଜ୍ଜନ ଦଳ ବୋଲି କହୁଥିଲେ।
ସମୟ ସହିତ ସେମାନେ ବିସ୍ତାରିତ ହେଲେ। ପରିବର୍ତ୍ତିତ ହେଲେ। ଏଇଭଳି ଧାର୍ମିକ ଭାବର ବ୍ୟକ୍ତିମାନଙ୍କର ଏକ ସଙ୍ଗଠନ ଛିଡ଼ା ହୋଇଗଲା। ଗୀର୍ଜାଘର ଶକ୍ତିଶାଳୀ ହେଲା।
ସାମ୍ରାଜ୍ୟବାଦର ଏହି ଦୌଡ଼ରେ ଇଶାଇମାନେ କିପରି ଆକ୍ରାମକ ହୋଇଗଲେ ଏହା ବାଇବେଲର ଏକ ବାଣୀରୁ ବୁଝି ହୁଏ - ହେ ଇଶାଇମାନେ ! ସଙ୍ଗଠିତ ହୁଅ। ଶାସନକୁ ସହଯୋଗ କର। ଦରକାର ପଡ଼ିଲେ ଅସ୍ତ୍ର ଉଠାଅ। କାରଣ ସ୍ୱର୍ଗର ପିତା ସାମାଜିକ ବ୍ୟବସ୍ଥା ପାଇଁ ସରକାର ଗଢ଼ିଛନ୍ତି। ପାଲ ଓ ରୋମ୍ନୋର ସନ୍ଦେଶ ହିସାବରେ ଏହା ଆସିଛି ( ଅଧ୍ୟାୟ - ୧୩, ବଚନ - ୧-୭)। ପରବର୍ତ୍ତୀ ଯୁଦ୍ଧର ଇତିହାସ ତାଙ୍କର ସଜ୍ଜନ ଦଳକୁ ଦୁର୍ଜ୍ଜନ ଦଳରେ ପରିଣତ କରିଦେଇଛି।
ବିଗତ ୨୦୦୦ ବର୍ଷର ଇଶାଇ ତତ୍ତ୍ୱ ବହୁତ ବଦଳି ଯାଇଛି। ଈଶ୍ୱରଙ୍କ ଅସ୍ଥିତ୍ୱ ବହୁତ ଧୂମିଳ ହୋଇଯାଇଛି। ଭୌତିକତା ପ୍ରଭାବୀ ହୋଇଛି। ରାଜନୀତି ଓ ଇଶାଇ ତତ୍ତ୍ୱ ଏକ ସଙ୍ଗରେ ହାତ ଧରା ଧରି ହୋଇ ଚାଲିଛନ୍ତି। ଏହା ଦ୍ୱାରା ସେମାନଙ୍କର ଭିନ୍ନ ଭିନ୍ନ ପ୍ରକାର ସ୍ୱରୂପ ତିଆରି ହୋଇଯାଇଛି। ଯେପରି ଇଶାଇ ସାମ୍ୟବାଦ, ଇଶାଇ ସମାଜବାଦ, ଇଶାଇ ଅତିବାଦ( ଇଂରାଜୀରେ ଏଥିପାଇଁ ଅନାର୍କୀଜିମ ଶବ୍ଦ ବ୍ୟବହୃତ), ଇଶାଇ ମୁକ୍ତିବାଦ ଓ ଇଶାଇ ଲୋକତନ୍ତ୍ର।
ଇଶାଇ ସାମ୍ୟବାଦୀମାନେ ଵସ୍ତୁ ଓ ସେବା ଉପରେ ସମାଜର ସାମୁଦାୟିକ ଅଧିକାର ଅଛି ବୋଲି କୁହନ୍ତି।
ଅର୍ଥାତ ସବୁକିଛି ସରକାରଙ୍କର। ନିଜର ବୋଲି କିଛି ନାହିଁ। ନିଜ ସମ୍ପତ୍ତି ଉପରେ ନିଜର କୌଣସି ଅଧିକାର ନାହିଁ।
ଇଶାଇ ସମାଜବାଦୀମାନେ ଏଭଳି ଉଗ୍ରତାକୁ ଟିକିଏ କମ କରି କିଛି ସରକାରର ଓ କିଛି ଜନତାର ବୋଲି କୁହନ୍ତି।
ଇଶାଇ ଅତିବାଦୀମାନେ ଧର୍ମ ପାଇଁ ପ୍ରାଣ ଦେଇଦେବା କଥା କୁହନ୍ତି।
ଲିଓ ଟଲଷ୍ଟୟଙ୍କ ବହି 'Kingdom of God is within you' ରେ ଏହି ବିଷୟରେ ସୁନ୍ଦର ବିଶ୍ଳେଷଣ କରାଯାଇଛି। ସେଥିରେ ଟଲଷ୍ଟୟ କହିଛନ୍ତି - 'ଯେଉଁ ସରକାର ଯୁଦ୍ଧ କରୁଛନ୍ତି ଓ ଗୀର୍ଜାଘର ତାଙ୍କୁ ସମର୍ଥନ କରୁଛି, ସେମାନେ ଅହିଂସା ଓ ଅପ୍ରତିକାରର ମୂଳ ଇଶାଇ ସିଦ୍ଧାନ୍ତର ଉଲ୍ଲଙ୍ଘନ କରନ୍ତି। ଏହି ବାକ୍ୟର ନିଷ୍କର୍ଷ ହେଉଛି ଯେ ସିଦ୍ଧାନ୍ତର ରାଜନୀତି ସେଠାରେ ହୋଇନଥାଏ।
ଇଶାଇମାନଙ୍କର ଆଉ ଏକ ବର୍ଗ ମୁକ୍ତିବାଦର ସମର୍ଥକ। ଏଇ ମୁକ୍ତିବାଦୀମାନେ କୁହନ୍ତି ଚରିତ୍ର ଓ ନୈତିକତା ବିଷୟରେ ସରକାରର ହସ୍ତକ୍ଷେପ ଅବାଞ୍ଛିତ ଓ ଏହାର ପରିଣାମ ବିପରୀତ ହେବ।
ଆଜିର ପରିଭାଷାରେ ଏହା ପ୍ରାଇଭେସୀ ବା ବ୍ୟକ୍ତିଗତ ବିଷୟ ଅଟେ। ନାଗରିକଙ୍କ ବ୍ୟକ୍ତିଗତ ଜୀବନରେ ସରକାର ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ।
ଏବେ ଭାରତର ଉଚ୍ଚତମ ନ୍ୟାୟାଳୟ ଏହା ଉପରେ ଏକ ନିର୍ଣ୍ଣୟ ଶୁଣାଇଛନ୍ତି, ଯେଉଁଥିରେ ବ୍ୟକ୍ତିଗତ ବିଷୟକୁ ବ୍ୟକ୍ତିର ମୌଳିକ ଅଧିକାର ବୋଲି କୁହାଯାଇଛି ।
ଇଶାଇମାନଙ୍କ ବୁକ ରେବେଲେଶନ (ଈଶ୍ୱରାଦେଶ)ରେ କୁହାଯାଇଛି ଈଶ୍ୱରଙ୍କ ଦୃଷ୍ଟିରୁ ସତ୍ତା ଓ ରାଜନୈତିକ ଶକ୍ତି ପଶୁତା ସହ ସମାନ।
ଆଉ ଏକ ବର୍ଗ ଅଛନ୍ତି ଯେଉଁମାନେ ଏନବାପଟିଜିମ ଅର୍ଥାତ ଦୁଇ ପ୍ରକାର ରାଜ୍ୟର କଥା କୁହନ୍ତି। (୧) ଈଶ୍ୱରଙ୍କ ରାଜ୍ୟ। (୨) ଭୌତିକ ରାଜ୍ୟ।
ଏହାର ଅର୍ଥ ହେଲା ଯେ ଧର୍ମ ଓ ରାଜ୍ୟ ଦୁଇଟିଯାକ ଅଲଗା ବିଷୟ। ଅର୍ଥାତ ଗୀର୍ଜାଘର ରାଜକାର୍ଯ୍ୟରେ ହସ୍ତକ୍ଷେପ କରିପାରିବ ନାହିଁ।
୨୯. ୧୦. ୧୭

No comments:
Post a Comment