⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*କାର୍ତ୍ତିକମାସ କୃଷ୍ଣପକ୍ଷ ଦଶମୀତିଥି*
*ପୁଷ୍ଯାନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ*
*କର୍କଟ ଚନ୍ଦ୍ର, ହେମନ୍ତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଶନିବାର, ଇଂରାଜୀ
୧୪ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*||ପ୍ରଭାତ ପ୍ରସାଦ ||*
*ଦରିଦ୍ରପଣକୁ ସୁମନେ*
*ଧୈର୍ଯ୍ୟ ଧାରଣକରି*
*ଅସୁନ୍ଦରତାର ବାରଣ*
*ସଦାଚରଣେ କରି*
*ଭୋଜନର ଦୋଷ ହରଣ*
*କର ଗରମ କରି*
*ବସ୍ତ୍ର ଦୋଷ ପରିଚ୍ଛନ୍ନତା*
*ବଳେ ହୁଅଇ ହରି*
ସଂସ୍କୃତରେ ମଧ୍ଯ ଏକଥା କୁହା ଯାଇଛି ଯେ
ଦରିଦ୍ରତା ଧୀରତୟା ବିରାଜତେ
କୁରୁପତା ଶୀଳତୟା ବିରାଜତେ
କୁଭୋଜନଂ ଚୋଷ୍ଣତୟା ବିରାଜତେ
କୁବସ୍ତ୍ରତା ଶୁଭ୍ରତୟା ହି ରାଜତେ ||
ଅର୍ଥାତ୍
ନିରାଶ ହେବାର କୌଣସି କାରଣ ନାହିଁ ଆମେ ଜୀବନରେ ଧୈର୍ଯ୍ୟ ଧାରଣ କଲେ ଆମର ଦରିଦ୍ରତା ପ୍ରଭାବିସ୍ତାର କରି ପାରିବନି ସେମିତି କୁରୂପତା ସଚ୍ଚରିତ୍ରତାରେ ଝଲମଲକରେ, ସାମାନ୍ୟ ଉଷୁମ ଥିଲେ ଖାଦ୍ୟଦୋଷ ଦୂର ହୁଏ ଏବଂ ସ୍ବଚ୍ଛତା ଦ୍ବାରା ପୋଷାକର ଶସ୍ତାପଣିଆ ଲୁଚିଯାଏ
~~~~~~~~~~~~~~
🌈 *ॐ ଶଂ ଶନିଶ୍ଚରାୟ ନମଃ*🌈
🐌🌿🍁🐌🐇🐌🐚🐌

No comments:
Post a Comment