Wednesday, 25 October 2017

*ବାବର*

ବାବର ବିଦେଶୀ ଥିଲା। ସେ ମଙ୍ଗୋଲିଆରୁ ଆସିଥିଲା। ସେ ଆକ୍ରମଣକାରୀ ଥିଲା। ଭାରତକୁ ଶାସନ କରିବାପାଇଁ ଆସିଥିଲା। ହିନ୍ଦୁସ୍ତାନୀ ମୁସଲମାନଙ୍କ ସହ ତାର କୌଣସି ସମ୍ବନ୍ଧ ନଥିଲା। ସେ ହିଁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରକୁ ଭାଙ୍ଗି ମନ୍ଦିରର ଉପରିଭାଗରେ ଗମ୍ବୁଜ ନିର୍ମାଣ କରିଦେଇଥିଲା।

ମସଜିଦ ତିଆରିର ନିୟମ ହେଉଛି ଯେଉଁ ଜମିରେ ମସଜିଦ ତିଆରି ହେବ ସେ ଜମି ଦାନରେ ମିଳିଥିବା ଦରକାର ବା ଅର୍ଥ ଦେଇ କିଣା ହୋଇଥିବା ଦରକାର।

ବାବରକୁ ଏହି ଜମି ଦାନରେ ମିଳି ନ ଥିଲା କିମ୍ଵା ସେ ଏହି ଜମିକୁ ଅର୍ଥ ଦେଇ କିଣି ନ ଥିଲା।

ମସଜିଦର ନାଁ କୌଣସି ବ୍ୟକ୍ତି ନାଁ ରେ ହୁଏ ନାହିଁ ଖୁଦାଙ୍କ ନାଁ ରଖାଯାଇଥାଏ।

କିନ୍ତୁ ବାବର ନିଜ ନାଁ ରେ ସେ ମସଜିଦକୁ ନାମିତ କରିଥିଲା।

ମୂଳ ସ୍ଥାନ ତ ଥିଲା ପ୍ରଭୁ ଶ୍ରୀରାମଙ୍କର। ରାମ କିଏ ?
ରାମ ହିଁ ଖୁଦା ଓ ଖୁଦା ହିଁ ରାମ।

ମୁସଲମାନ କୁହନ୍ତି ସବୁ ସୃଷ୍ଟି ଖୁଦାଙ୍କଠାରୁ ହୋଇଛି।
ଭାରତୀୟ ସଂସ୍କୃତି କହୁଛି ସବୁ ରାମଙ୍କ(ପରମାତ୍ମା)ଠାରୁ ହୋଇଛି।

ଅନ୍ୟ କାହାର ପୂଜା ସ୍ଥଳକୁ ଭାଙ୍ଗିବା ଇସ୍ଲାମରେ ଘୋର ଅପରାଧ ବୋଲି କୁହାଯାଇଛି।

ଏ ଦୃଷ୍ଟିରୁ ଦେଖିଲେ ବାବର ଇସ୍ଲାମର ବଦନାମ କରିଛି। ସେ ଜଣେ ଭଲ ମୁସଲମାନ ନ ଥିଲା। ସେ ଜଣେ କ୍ରୁର ଶାସକ ଥିଲା।

ଉତ୍ଖନନରୁ ଜଣା ପଡ଼ିଲା ସେ ଜାଗାରେ ଗୋଟିଏ ମନ୍ଦିର ଥିଲା।

ଅଯୋଧ୍ୟାରେ ୨୦, ୨୨ ଟା ମସଜିଦ ଅଛି। ଲକ୍ଷ ଲକ୍ଷ କରସେବକ ଅଯୋଧ୍ୟା ଯାଇଥିଲେ ୧୯୯୨ ରେ। କିନ୍ତୁ ସେମାନେ କୌଣସି ଗୋଟିଏ ବି ମସଜିଦର କ୍ଷତି କରିନାହାନ୍ତି। ଏଥିପାଇଁ ରାମ ମନ୍ଦିର ଆନ୍ଦୋଳନକୁ ମୁସଲମାନ ବିରୋଧୀ କହିବା ଠିକ୍ ନୁହେଁ।

ଅଯୋଧ୍ୟାରେ ଯଦି କୌଣସି ମୁସଲମାନକୁ ପଚାରନ୍ତି ଯେ ଆପଣ କିମ୍ବା ଆପଣଙ୍କ ଘରର ବୟସ୍କମାନେ କେହି ବାବରୀ ମସଜିଦ ଯାଇ ନମାଜ ପଢୁଥିଲେ କି ?
ତେବେ ଉତ୍ତର ମିଳେ କେବେ ନୁହେଁ, କାରଣ ଏହା ତ କଫ୍ର (ଅପବିତ୍ର) ଅଟେ। ସେହି ମସଜିଦରେ ଖୁଦାଙ୍କୁ ପ୍ରାର୍ଥନା (ଇବାଦତ) କରାଯାଏ ନାହିଁ।

ତେଣୁ ରାମ ଜନ୍ମଭୂମି ଉଦ୍ଧାର କରିବା ମୁସଲମାନ ବିରୋଧୀ ନୁହେଁ ବରଂ ଏହା ଏକ ରାକ୍ଷସ, ଆକ୍ରମଣକାରୀ, ବିଦେଶୀ ଅତ୍ୟାଚାରୀ ବିରୋଧରେ ଆନ୍ଦୋଳନ।

୨୬.୧୦.୧୭

No comments: