ମହାରାଜା ବିମ୍ବିସାର(ଖ୍ରୀ.ପୂ. ୫୫୮-୪୯୧)ଙ୍କ ସହିତ ଜୈନ ଧର୍ମର ରାଜନୈତିକ ଯାତ୍ରାର ଇତିହାସ ଉପଲବ୍ଧ ଅଛି। ତା ପୂର୍ବର ଇତିହାସ ଅସ୍ପଷ୍ଟ। ବିମ୍ବିସାରଙ୍କ ପରେ ଅଜାତଶତ୍ରୁ, ଉଦୟନ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆଦି ରାଜାମାନେ ଖ୍ରୀଷ୍ଟପୂର୍ବ କାଳର ଶାସନ କରିଥିଲେ। କୁହାଯାଏ ଯେ ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ ଚନ୍ଦ୍ରଗୁପ୍ତ (ଖ୍ରୀ.ପୂ. ୩୨୨-୨୯୮) ଶେଷରେ ନିଜ ରାଜ୍ୟ ନିଜ ପୁତ୍ର ହାତରେ ଅର୍ପଣକରି ଜୈନ ଆଚାର୍ଯ୍ୟଙ୍କ ଶିଷ୍ୟ ହୋଇଗଲେ। ତାଙ୍କ ନାତି ସମ୍ରାଟ ଅଶୋକ ବୌଦ୍ଧଧର୍ମ ସ୍ୱୀକାର କଲେ। ପ୍ରଥମ ଶତାବ୍ଦୀରେ ଶାଲିବାହନଙ୍କ ଠାରୁ ନେଇ ସପ୍ତମ ଶତାବ୍ଦୀର ହର୍ଷବର୍ଦ୍ଧନଙ୍କ ପର୍ଯ୍ୟନ୍ତ ଜୈନ ଧର୍ମର ସଂରକ୍ଷକମାନେ ରାଜା ହେଲେ । ଯେଉଁମାନଙ୍କ ରାଜନୈତିକ ଚିନ୍ତନର ଆଧାର ଜୈନ ଦର୍ଶନ ଥିଲା।
ଜୈନ ଦର୍ଶନର ୬ଟି ପ୍ରମୁଖ ତତ୍ତ୍ୱ ଅଛି।
(୧) ଅହିଂସା, (୨) ଅନେକାନ୍ତ, (୩) ସତ୍ୟ, (୪) ଅସ୍ତେୟ, (୫) ବ୍ରହ୍ମଚର୍ଯ୍ୟ, (୬) ଅପରିଗ୍ରହ ।
ଜୈନମାନେ କର୍ମକୁ ଜୀବନର ପ୍ରମୁଖ ପାଥେୟ ବୋଲି ମାନିଛନ୍ତି। ରାଜକାର୍ଯ୍ୟ ସନ୍ଦର୍ଭରେ ଅହିଂସା ଓ ଅନେକାନ୍ତର ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ବାକି ତତ୍ତ୍ୱ ରାଜାମାନଙ୍କ ବ୍ୟକ୍ତିଗତ ଗୁଣରୁପେ ନିଆଯାଇପାରିବ। ଅହିଂସାର ମୂଳବିନ୍ଦୁ ଏହା ଯେ କାହାକୁ କୌଣସି ପ୍ରକାର ଆଘାତ ଦେବା ଉଚିତ ନୁହେଁ; କିନ୍ତୁ ଯଦି କୌଣସି ସମସ୍ୟା ଉପସ୍ଥିତ ହୁଏ ତେବେ ତା ସହ ଯୁଦ୍ଧ କରିବା ମଧ୍ୟ ଅହିଂସା ଅଟେ। ବଳବାନକୁ ଅହିଂସା ଶୋଭାପାଏ। ଜୈନ ରାଜାମାନେ ବଳଶାଳୀ ଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଅହିଂସା ଅର୍ଥର ଅପବ୍ୟବହାର ହେଲା।
ଅହିଂସାର ଅବସ୍ଥା ଏପରି ହୋଇଗଲା ଯେ ସାଧ୍ଵୀମାନେ ତାଙ୍କ ମୁଣ୍ଡରେଥିବା ଉଙ୍କୁଣୀମାନଙ୍କୁ ବି ମାରୁ ନ ଥିଲେ। ଏହା ଦ୍ୱାରା କ୍ଷାତ୍ରତେଜ କମ ହେବାରେ ଲାଗିଲା ଏବଂ ବିଦେଶୀମାନଙ୍କୁ କାଳାନ୍ତରରେ ଆକ୍ରମଣ କରିବାର ସୁଯୋଗ ମିଳିଗଲା।
ଅନେକାନ୍ତ ବିଷୟରେ ମଧ୍ୟ ଜୈନ ସିଦ୍ଧାନ୍ତ ବିବିଧତାର ସମର୍ଥକ ଅଟେ। ଏଥିରେ କୌଣସି ବିଷୟକୁ ଅନେକ ପ୍ରକାର କୁହାଯାଇ ପାରିବ। ତାହାର ଏକ ନୁହେଁ ଅନେକ ଦିଗ ହୋଇପାରିବ। ଜୈନ ଓ ବୌଦ୍ଧ ମତରେ ଏହି ସିଦ୍ଧାନ୍ତକୁ ନେଇ ମତ ପାର୍ଥକ୍ୟ ରହିଛି। ଜୈନମାନେ ସତ୍ୟକୁ କହିବାର ଅନେକାନ୍ତ ରୂପ ମାନନ୍ତି; କିନ୍ତୁ ବୌଦ୍ଧମାନେ କୁହନ୍ତି ଯେ ସତ୍ୟର ରୂପ ଏକ। ଜୈନ ରାଜାମାନଙ୍କର ରାଜନୈତିକ ବ୍ୟବସ୍ଥାରେ ଏହା ପରିଲକ୍ଷିତ ହୁଏ।
ରାଜନୀତିଶାସ୍ତ୍ର ପ୍ରାଚୀନ ସମୟରୁ ବିଦ୍ୟାର ଅଲଗା ବିଭାଗ ନ ଥିଲା। ତାହାକୁ ଅର୍ଥ ଶାସ୍ତ୍ରରେ ସାମିଲ କରାଯାଇଥିଲା। ଜୈନ ସମୟରେ ରାଜନୈତିକ ବ୍ୟବସ୍ଥା ଦୁଇପ୍ରକାର ଥିଲା।
(୧) ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ଶ୍ରାବକ, ଭିକ୍ଷୁଠାରୁ ନେଇ ଆଚାର୍ଯ୍ୟ ଓ ସଙ୍ଘର ମୁଖ୍ୟ ପର୍ଯ୍ୟନ୍ତ।
(୨) ପ୍ରଶାସନରେ ସିପାହୀଠାରୁ ନେଇ ଅମାତ୍ୟ ଓ ମହାରାଜା ପର୍ଯ୍ୟନ୍ତ ।
ଏହି ବ୍ୟବସ୍ଥା ବୌଦ୍ଧ କାଳ ପର୍ଯ୍ୟନ୍ତ ଚାଲୁ ରହିଲା।
କିନ୍ତୁ ଅହିଂସା ପରି ସଦଗୁଣର ବହୁଳତା କାରଣରୁ ଲୋକ ଅସ୍ତ୍ର ଛାଡ଼ି ମାଳା ଜପିବାରେ ଲାଗିଲେ।
୩୧.୧୦. ୧୭

No comments:
Post a Comment