Saturday, 26 August 2017

*ଦୂରଦର୍ଶୀ ଶ୍ରୀଗୁରୁଜୀ*

       ଶ୍ରୀଗୁରୁଜୀ ୧୯୫୧ ମସିହା ବେଳୁ ସମାଚାରପତ୍ର ମାଧ୍ୟମରେ ସରକାରଙ୍କୁ ସତର୍କ କରି ଦେଇଥିଲେ ଯେ, "ଚୀନର ପ୍ରକୃତି ବିସ୍ତାରବାଦୀ ଅଟେ। ଭବିଷ୍ୟତରେ ଚୀନ ଭାରତ ଉପରେ ଆକ୍ରମଣ କରିପାରେ। "

        ସେ ତିବ୍ବତରେ ଚୀନ ସେନାର ଆକ୍ରମଣ ସନ୍ଦର୍ଭରେ ଏହି ଚେତାବନୀ ଦେଇଥିଲେ । ସେତେବେଳେ ତିବ୍ବତ ନିଜର ଅସ୍ଥିତ୍ୱ ରକ୍ଷା ପାଇଁ ସଂଗ୍ରାମ କରୁଥିଲା । ଏପରି ସମୟରେ ଶ୍ରୀଗୁରୁଜୀ ରାଷ୍ଟ୍ରର ନେତୃବର୍ଗଙ୍କୁ ବାରମ୍ବାର ସ୍ମରଣ କରାଉଥିଲେ ଯେ "ଭାରତ ତିବ୍ବତକୁ ଚୀନର  ଭୂମି ବୋଲି ସ୍ଵୀକାର କରି ଏକ ଭୟଙ୍କର ଭୁଲ କରିଛି, ଯେଉଁ ଭୁଲ ଇଂରେଜମାନେ ମଧ୍ୟ କରି ନ ଥିଲେ ।"

           ପଣ୍ଡିତ ନେହେରୁ  ଚୀନର ପ୍ରଧାନମନ୍ତ୍ରୀ ଚାଉ ଏନ ଲାଇଙ୍କ ସହ ହାତ ମିଳାଇ, ଦେଶ ସାରା ବୁଲି ବୁଲି ହିନ୍ଦୀ-ଚୀନୀ ଭାଇ-ଭାଇ ଓ ପଞ୍ଚଶୀଳର ନାରା ଜପୁଥିବା ବେଳେ ଦେଶର ଭବିଷ୍ୟତ ବିଷୟରେ ବାସ୍ତବ ଆକଳନ କରିବା ନିମନ୍ତେ ଏକମାତ୍ର ବ୍ୟକ୍ତି ଥିଲେ ଶ୍ରୀଗୁରୁଜୀ । ଏଇ ନିରାଟ ସତ୍ୟ ଘୋଷଣା ପାଇଁ ତାଙ୍କୁ ଅନେକ କଟୁ ମନ୍ତବ୍ୟର ଶରବ୍ୟ ହେବାକୁ ପଡୁଥିଲା ।
    
         ପରେ ୧୯୬୨ ମସିହା ନଭେମ୍ବର ମାସରେ ଚୀନ ଅରୁଣାଚଳ ପ୍ରଦେଶ ଉପରେ ଆକ୍ରମଣ କରି ୬୪ ହଜାର ବର୍ଗ କିଲୋମିଟର ଭୂଖଣ୍ଡ ଅଧିକାର କରିନେଲା । ଏହା ପରେ ଯାଇ ପଣ୍ଡିତ ନେହେରୁଙ୍କର ମୋହଭଙ୍ଗ ହେଲା। ସେ ସ୍ୱୀକାର କଲେ ଯେ ସର୍ପକୁ ଯେତେ ଦୁଗ୍ଧ ପାନ କରାଇଲେ ବି ସୁଯୋଗ ଦେଖି ସେ ଚୋଟ ମାରିବ। ତେବେ ଯୁଦ୍ଧ ସମୟରେ ଗୁରୁଜୀ ଚୁପ ବସି ନ ରହି ଦେଶବାସୀଙ୍କର ମନୋବଳ ବୃଦ୍ଧି ପାଇଁ ସରକାରଙ୍କୁ ସବୁପ୍ରକାର ସହାୟତା କରିଥିଲେ । ଗୁରୁଜୀଙ୍କର କାର୍ଯ୍ୟକୁ ସ୍ୱଚକ୍ଷୁରେ ଦେଖି ପଣ୍ଡିତ ନେହେରୁ ସ୍ୱୟଂସେବକମାନଙ୍କୁ କେବଳ ଦେଶଭକ୍ତ ବୋଲି କହି ନ ଥିଲେ, ଅଧିକନ୍ତୁ ସେ  ୧୯୬୩ ମସିହାର ସାଧାରଣତନ୍ତ୍ର ଦିବସର ପ୍ୟାରେଡ଼ରେ ଭାଗ ନେବାପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ବି କରିଥିଲେ । ସେତେବେଳେ ଶ୍ରୀଗୁରୁଜୀ ରାଷ୍ଟ୍ର ହିତ ଦୃଷ୍ଟିରୁ ପରମାଣୁ ବୋମା ନିର୍ମାଣ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

୮.୭.୧୭

No comments: