୧୮୯୬ ଏପ୍ରିଲ ମାସର କଥା ।
ଦିନେ ସ୍ଵାମୀ ବିବେକାନନ୍ଦ ମାର୍ଗାରେଟଙ୍କୁ ଦୃଢ଼ କଣ୍ଠରେ କହିଲେ, "ଆଜି ଜଗତରେ କେଉଁ ଜିନିଷର ଅଭାବ ଅଛି ଜାଣ ?
ଜଗତ ଚାହେଁ ଏପରି କୋଡ଼ିଏ ଜଣ ନରନାରୀ ଯେଉଁମାନେ ଦର୍ପର ସହିତ ଏହି ରାସ୍ତା ଉପରେ ଠିଆ ହୋଇ କହିପାରିବେ ଆମର ଈଶ୍ୱର ଭିନ୍ନ ଆପଣାର କହିବାର ଆଉ କିଛି ନାହିଁ ।
କିଏ ଯିବାକୁ ପ୍ରସ୍ତୁତ ଅଛ ?
ଭୟ କାହିଁକି ?
ଏହା ଯଦି ସତ୍ୟ ହୁଏ, ତେବେ ଅନ୍ୟ କିଛିର ପ୍ରୟୋଜନ କ'ଣ ?
ଆଉ ଏହା ଯଦି ସତ୍ୟ ନ ହୁଏ, ତେବେ ଆମ ଜୀବନରୁ ବା କି ଫଳ ମିଳିବ ?"
ସ୍ଵାମୀଜୀଙ୍କ ଅମୃତମୟ ଉପଦେଶ ମାର୍ଗାରେଟଙ୍କ ଅନ୍ତରରେ କ୍ରିୟାଶୀଳ ହୋଇଉଠିଲା । ସେ ଚିନ୍ତା କରିବାକୁ ଲାଗିଲେ ଯେ ଏହି କୋଡ଼ିଏ ଜଣଙ୍କ ମଧ୍ୟରୁ ମୁଁ କ'ଣ ଜଣେ ହୋଇପାରିବି ନାହିଁ ?
ସେ ସ୍ଥିର କଲେ ଦେହ-ପ୍ରାଣ-ମନ, ଜୀବନ-ଯୌବନ ସର୍ବସ୍ୱ ଜୀବ-ସେବାରେ ନିଷ୍କାମ ଭାବରେ ଅର୍ପଣ କରି ମାନବ ଜନ୍ମ ସାର୍ଥକ କରିବେ । ସର୍ଵପନ୍ଥ ସମନ୍ୱୟ ଭୂମି ଭାରତବର୍ଷ ହିଁ ହେବ ତାଙ୍କର କର୍ମକ୍ଷେତ୍ର ।
୨୭.୭.୧୭

No comments:
Post a Comment