ନିଜର ସ୍ପଷ୍ଟ ବିଚାର ପାଇଁ ଲୋକମାନ୍ୟ ତିଳକ ଯୁବକମାନଙ୍କର ପ୍ରେରଣାର ସ୍ରୋତ ଥିଲେ । ପୁଣେରେ ଥିବା ବେଳେ ସେ ପ୍ରାତଃ ଭ୍ରମଣ ସମୟରେ ଫରଗୁସନ ମହାବିଦ୍ୟାଳୟ ବୁଲିବାକୁ ଯାଇଥିଲେ ।
ଏତିକିବେଳେ କିଛି ବିଦ୍ୟାର୍ଥୀ ତାଙ୍କ ପାଖକୁ ଆସିଲେ । ସତେ ଯେପରି ତାଙ୍କ ଆଗମନକୁ ଚାହିଁ ବସିଥିଲେ ।
ସେହି ପିଲାମାନଙ୍କ ଭିତରୁ ଜଣେ ପ୍ରମୁଖ ବିଦ୍ୟାର୍ଥୀ କହିଲେ, 'ସ୍ୱଦେଶୀକୁ ସ୍ୱୀକାର କର, ବିଦେଶୀକୁ ବହିଷ୍କାର କର' ଆପଣଙ୍କର ଏଇ ଉକ୍ତିଟି ବହୁତ ସୁନ୍ଦର । ଆମେ ଏହାକୁ ସ୍ୱୀକାର କରିଛୁ ଓ ବ୍ୟବହାର କରିବାକୁ ଚେଷ୍ଟା କରୁଛୁ । ଏବେ ଆପଣ ଆମକୁ ସ୍ୱଦେଶୀ ସମ୍ବନ୍ଧରେ କିଛି ବାର୍ତ୍ତା ଦିଅନ୍ତୁ ।
ତିଳକଜୀଙ୍କ ଉତ୍ତର ଥିଲା - ମନ ସ୍ୱଦେଶୀ କର । ଯୁବକମାନଙ୍କର ସମସ୍ତ ଶଙ୍କା ଏଇ ତିନୋଟି ଶବ୍ଦ ଦୂର କରିଦେଲା । ଜନତାଙ୍କ ମନ ସ୍ୱଦେଶୀ କରିବା ପାଇଁ ତିଳକଜୀ ଶିବ ଜୟନ୍ତୀ ଓ ଗଣେଶ ଉତ୍ସବର ଆରମ୍ଭ କରିଥିଲେ ।
୨୧.୮.୧୭

No comments:
Post a Comment