ପ୍ରତ୍ୟେକ ମଣିଷକୁ ଭଲ ପାଇବା ଏବଂ ସରଳ ଭାବରେ ଜୀବନ ଓ ଜିଜ୍ଞାସାର ଜଟିଳ ପ୍ରଶ୍ନର ସମାଧାନ କରିବା ପାଇଁ ଠାକୁର ରାମକୃଷ୍ଣ ପରମହଂସ ଖୁବ ପ୍ରସିଦ୍ଧ ଥିଲେ ।
ଥରେ ବଙ୍ଗ ପ୍ରଦେଶର ବିଶିଷ୍ଟ କବି ମଧୁସୂଦନ ଦତ୍ତ ଏଇଭଳି କିଛି ପ୍ରଶ୍ନ ନେଇ ରାମକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ମଧୁସୂଦନ ଦତ୍ତ ତାଙ୍କର 'ମେଘନାଦ ବଦ୍ଧ' କାବ୍ୟ ପାଇଁ ଖାଲି ବଙ୍ଗ ପ୍ରଦେଶ କାହିଁକି ସାରା ଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ। କିନ୍ତୁ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରି ତାଙ୍କ ନାମ ପୂର୍ବରୁ 'ମାଇକେଲ' ଯୋଡ଼ି ମାଇକେଲ ମଧୁସୂଦନ ଦତ୍ତ ହୋଇଯାଇଥିଲେ ।
ସେ ମହାଶୟ ଯେତେବେଳେ ବେଲୁର ମଠ ଯାଇ ରାମକୃଷ୍ଣଙ୍କ ନିକଟରେ ପହଞ୍ଚିଲେ ପରମହଂସଙ୍କର ପ୍ରଥମ ପ୍ରଶ୍ନ ଥିଲା - "ତୁମେ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ହେଲ କାହିଁକି ?"
ଏହାର ଉତ୍ତରରେ ମାଇକେଲ କହିଥିଲେ - "କିଛିଟା ସ୍ୱାର୍ଥ ପାଇଁ ।"
ଏହା ଶୁଣି ପରମହଂସ ସିଧା ସିଧା କହିଥିଲେ -
"ଯିଏ ନିଜର କ୍ଷୁଦ୍ର ସ୍ୱାର୍ଥପାଇଁ ନିଜର ଧର୍ମ ତ୍ୟାଗ କରେ, ତାର ମୁହଁ ଚାହିଁବା ମଧ୍ୟ ପାପ ।"
ଏହା କହି ରାମକୃଷ୍ଣ ମୁହଁ ବୁଲାଇ ନେଲେ ।
୨୩.୭.୧୭

No comments:
Post a Comment