Thursday, 24 August 2017

*ଦୁଇ ପଇସା*

୧୯୪୨ ମସିହାର କଥା । ପ୍ରୟାଗରେ କୁମ୍ଭମେଳା ଚାଲିଥାଏ । ଭାରତର ଭାଇସରାୟ ଜେନେରାଲ ଲର୍ଡ଼ ଲିନଲିଥଗୋ ମହାମନା ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ସହିତ ଏଇ ଭବ୍ୟ ମେଳାର ଅବଲୋକନ ନିମନ୍ତେ ପହଞ୍ଚିଲେ । ସାରା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଜନତା ନିଜ ନିଜ ପାରମ୍ପରିକ ବେଶଭୁଷାରେ ଥାଇ ତ୍ରିବେଣୀରେ ସ୍ନାନ, ଭଜନ, ପୂଜନ ଏକ ସଙ୍ଗରେ କରୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।

ସେ ମାଲବ୍ୟଜୀଙ୍କୁ ପଚାରିଲେ, "ଏଇ ମେଳାରେ ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ରିତ କରିବା ନିମନ୍ତେ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଥିବ ?"

'କେବଳ ଦୁଇ ପଇସା' ମାଲବ୍ୟଜୀ ଉତ୍ତର ଦେଲେ ।

ଭାଇସରାୟ ବିସ୍ମିତ ହୋଇ ପଚାରିଲେ, 'କଣ କହିଲେ ଆପଣ; କେବଳ ଦୁଇ ପଇସା ?'

ମାଲବ୍ୟଜୀ ନିଜ ପକେଟରୁ ପଞ୍ଚାଙ୍ଗ ବାହାର କରି ତାଙ୍କୁ ଦେଖାଇ କହିଲେ, "ଏଇ ଦୁଇ ପଇସା ମୂଲ୍ୟର ପଞ୍ଚାଙ୍ଗ ଦ୍ୱାରା ଦେଶ ସାରା ହିନ୍ଦୁ ଶ୍ରଦ୍ଧାଳୁ ଗଣନା କରି ନିଅନ୍ତି ଯେ କେଉଁ ପର୍ବ କେବେ ଅଛି । ତା' ପରେ ଶ୍ରଦ୍ଧାର ସହ ତୀର୍ଥଯାତ୍ରା ପାଇଁ ବାହାରି ପଡ଼ନ୍ତି । ଧାର୍ମିକ ସଂସ୍ଥା ଓ ସରକାରକୁ କେବେ ବି ପ୍ରଚାର କରିବାର ଆବଶ୍ୟକତା ପଡ଼େ ନାହିଁ କି ନିମନ୍ତ୍ରଣ ପଠାଇବା ଆବଶ୍ୟକ ହୁଏ ନାହିଁ ।'
ମାଲବ୍ୟଜୀ ତାଙ୍କୁ ବୁଝାଇଲେ ,
"ଲାଟ ସାହେବ, ଏହା ଭିଡ଼ ନୁହେଁ, ଧର୍ମ ଓ ଭଗବାନଙ୍କ ପ୍ରତି ଅତୁଟ ନିଷ୍ଠା ରଖୁଥିବା ଶ୍ରଦ୍ଧାଳୁଙ୍କ ଦିବ୍ୟ ସଙ୍ଗମ ଅଟେ ।

ଭାଇସରାୟ ମାଲବ୍ୟଜୀଙ୍କ  ଉତ୍ତର ଶୁଣି ଶ୍ରଦ୍ଧାରେ କୁମ୍ଭ ପର୍ବର ଶ୍ରଦ୍ଧାଳୁଙ୍କ ପ୍ରତି ନତ ମସ୍ତକ ହୋଇ ଉଠିଲେ ।

୧୭.୮.୧୭

No comments: