Friday, 25 August 2017

*ପଟେଲଙ୍କ ମହାନତା*

ଗୁଜୁରାଟ ପ୍ରଦେଶର ଏକ ବିଚାରାଳୟରେ ଗୋଟିଏ ମକଦ୍ଦମାର ବିଚାର ଚାଲୁଥିଲା । ମକଦ୍ଦମାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଓକିଲ ଜଣକ ନିଜ ପକ୍ଷର ବ୍ୟକ୍ତି ପାଇଁ ଅତ୍ୟନ୍ତ ବିଜ୍ଞତାର ସହ ଯୁକ୍ତି କରୁଥିଲେ । ଏହି ସମୟରେ ଜଣେ କର୍ମଚାରୀ ଓକିଲ ସାହେବଙ୍କୁ ଗୋଟିଏ ଟେଲିଗ୍ରାମ ଦେଲେ । ଓକିଲ ସାହେବ ଟେଲିଗ୍ରାମଟିକୁ ତରବରିଆ ଭାବେ ପଢ଼ି ପକେଟରେ ରଖିଦେଲେ ।

ଯୁକ୍ତିତର୍କ ପୁଣି ଆରମ୍ଭ ହେଲା । କିଛି ଘଣ୍ଟା ତର୍କ ଚାଲିବା ପରେ ବିଚାରାଳୟ ବନ୍ଦ ହେଲା । ଓକିଲଙ୍କ ଜ୍ଞାନ ଓ ପରିଶ୍ରମ ପାଇଁ ତାଙ୍କ ପକ୍ଷର ମହକିଲ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ସେ ପଚାରିଲେ, "ଟେଲିଗ୍ରାମ କିଏ ପଠାଇଥିଲେ ?" ଓକିଲ ସାହେବ ଉତ୍ତର ଦେଲେ, "ଟେଲିଗ୍ରାମରେ ମୋର ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ଥିଲା ।"

ଏହା ଶୁଣି ମହକିଲ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ, "ଏତେ ଦୁଃଖଦାୟକ ସମ୍ବାଦ ଶୁଣି ମଧ୍ୟ ଆପଣ ତର୍କ ବନ୍ଦ କଲେ ନାହିଁ କାହିଁକି ?
ଓକିଲ କହିଲେ, "ଭାଇ, ଯୁକ୍ତି କରିବା ପାଇଁ ମୁଁ ତୁମଠାରୁ ପାଉଣା ନେଇଥିଲି । ତେଣୁ ଯୁକ୍ତି ତର୍କର ସମୟରେ ମୋର ଶୋକ କରିବା ପାଇଁ ସମୟ କେଉଁଠି ଥିଲା ?"
ଏବେ ଯୁକ୍ତି ତର୍କ ଶେଷ ହୋଇଯାଇଛି । ତେଣୁ ପତ୍ନୀଙ୍କ ଶୋକରେ ଅଶ୍ରୁପାତ କରିବା ପାଇଁ ବର୍ତ୍ତମାନ ମୋର ସ୍ୱାଧୀନତା ଅଛି ।"

ସେତେବେଳେ ତାଙ୍କ ବୟସ ହୋଇଥିଲା ମାତ୍ର ୩୩ ।
ଏହି କାର୍ମପରାୟଣ  ଓକିଲ ଜଣକ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯିଏକିି ପରବର୍ତ୍ତୀ ସମୟରେ ଲୌହପୁରୁଷ ସର୍ଦ୍ଦାର ପଟେଲ ଭାବରେ ପରିଚିତ ହେଲେ ।
୮.୮.୧୭

No comments: