Thursday, 24 August 2017

*ଶ୍ରାଦ୍ଧ*

'ବନ୍ଦେ ମାତରମ'ର ରଚୟିତା ଶ୍ରୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ସେତେବେଳେ ନ୍ୟାୟାଧୀଶ ରୂପେ କାର୍ଯ୍ୟ କରୁଥାନ୍ତି। ତାଙ୍କ ମାଆଙ୍କ ଦେହାନ୍ତ ହୋଇଗଲା । ମାଆଙ୍କ ଶ୍ରାଦ୍ଧ କାମ ସେ ବିଧି ପୂର୍ବକ ସମ୍ପର୍ଣ୍ଣ କଲେ । ଜଣେ ଇଂରେଜ ଅଧିକାରୀ  ତାଙ୍କ ବନ୍ଧୁ ଥିଲେ। ପରମ୍ପରା ଅନୁଯାୟୀ ଶ୍ରାଦ୍ଧ କରୁଥିବା ଦେଖି ବିଦେଶୀ ବନ୍ଧୁ ଉପହାସ କରି କହିଲେ,
"ଆପଣଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମାଆଙ୍କ ମୃତ୍ୟୁ ପରେ, ପିଣ୍ଡ ବାଢ଼ି, ତିଳ ତର୍ପଣ ଦ୍ଵାରା ଶ୍ରାଦ୍ଧକାର୍ଯ୍ୟ କରି, ରୁଢ଼ିର ଅନ୍ଧାନୁକରଣ କରିବା ସହ ସମୟ ବର୍ବାଦ କରୁ ନାହଁ କି ?"

ବଙ୍କିମ ଚନ୍ଦ୍ର ତାଙ୍କୁ ଉତ୍ତର ଦେଲେ,
"ତୁମେ ଇଂରେଜମାନେ ନିଜ ମାଆ-ବାପା ବୃଦ୍ଧ ହେବା ମାତ୍ରେ ଅଦରକାରୀ ଓ ଅନୁପଯୁକ୍ତ ଭାବି ସେମାନଙ୍କୁ ଘରୁ ବାହାର କରିଦିଅ । କିନ୍ତୁ ଆମେ ଭାରତୀୟମାନେ ପିତାମାତାଙ୍କ ଋଣ ଜୀବନ ସାରା ତାଙ୍କ ସେବା କରି ଶୁଝୁଥାଉ । ମୃତ୍ୟୁ ପରେ ମଧ୍ୟ ଶ୍ରାଦ୍ଧ ରୂପେ ପ୍ରତିବର୍ଷ କୃତଜ୍ଞତା ଜ୍ଞାପନ କରୁ । ଯିଏ ପିତାମାତାଙ୍କ ଗୁରୁତ୍ବକୁ ବୁଝି ପାରନ୍ତିନି, ସେମାନେ ଆମ ପିତୃ ମାତୃ ଶ୍ରାଦ୍ଧର ମହତ୍ତ୍ୱକୁ ବୁଝିବେ ବା କିପରି ?"

ଇଂରେଜ ଅଧିକାରୀ ଜଣକ ବଙ୍କିମଙ୍କ ବକ୍ରୋକ୍ତି ଶୁଣି କି ଉତ୍ତର ଦେବେ ଜାଣି ପାରିଲେନି ।

୧୮.୮.୧୭

No comments: