ବାଟରେ ଚାଲୁ ଚାଲୁ ଥକିଯାଇ ଏକ ଗଛ ଛାଇରେ ବସିଗଲେ ତଥାଗତ ବୁଦ୍ଧ। ଶିଷ୍ୟ ଆନନ୍ଦକୁ କହିଲେ,
"ବତ୍ସ ! ଶୋଷ ଲାଗୁଛି। ସମ୍ମୁଖରେ ପ୍ରବାହିତ ଝରଣାରୁ ପାଣି ଟିକିଏ ଆଣ।"
ଆନନ୍ଦ ଝରଣା ପାଖରେ ପହଞ୍ଚିଲା ବେଳେ ଗୋଟିଏ ବଳଦ ଗାଡ଼ି ପାଣିରୁ ଉପରକୁ ଉଠି ଆସୁଥିଲା । ପାଣି ଗୋଳିଆ ହୋଇଗଲା। ଏପରି ପାଣି ଦେଖି ଆନନ୍ଦ ଭାବିଲେ, ଅନ୍ୟ କେଉଁଠାରୁ ପାଣି ଆଣିବା ଉଚିତ ହେବ । ତେଣୁ ସେ ବୁଦ୍ଧଙ୍କୁ ଜଣାଇ ଅନ୍ୟତ୍ର ପାଣିର ସନ୍ଧାନରେ ଚାଲିଯିବାକୁ ବସିଲେ ।
ବୁଦ୍ଧ କହିଲେ,
"ତରତର ହୁଅ ନାହିଁ । ସେହି ଝରଣାରୁ ହିଁ ଜଳ ନେଇଆସ ।"
ଆନନ୍ଦ ଆଉଥରେ ଯେତେବେଳେ ଝରଣାରେ ପହଞ୍ଚିଲେ ସେ ଦେଖିଲେ, ଗୋଳିଆ ପାଣି ବହିଯାଇସାରିଛି । ସେ ଲୋଟା ଭର୍ତ୍ତି କରି ଜଳ ନେଇ ଆସିଲେ ।
ତଥାଗତ କହିଲେ,
"ଆନନ୍ଦ ! ପ୍ରକୃତିକୁ ଦେଖ, ପରିସ୍ଥିତିକୁ ନୁହେଁ । ସମୟ ସହ ପରିସ୍ଥିତି ବଦଳୁଥାଏ; କିନ୍ତୁ ପ୍ରକୃତି ସ୍ଥିର ରହେ । ଗୋଳିଆ ପାଣି ଯେପରି ନିମିଷକ ମଧ୍ୟରେ ସ୍ଵଚ୍ଛ ହୋଇଗଲା ମନୁଷ୍ୟ ମଧ୍ୟ ସବୁବେଳେ ସେଇଆ ରହେ ନାହିଁ , ବାରମ୍ବାର ବଦଳୁ ଥାଏ, ଏହା ହିଁ ଦୁନିଆର ନିୟମ ।"
୧୪.୭.୧୭

No comments:
Post a Comment