Friday, 25 August 2017

*ବୀର ମନୋଜ*

ମଧ୍ୟପ୍ରଦେଶର ବ୍ୟବସାୟିକ ରାଜଧାନୀ ଇନ୍ଦୋର।ସହରର ଏକ ଛୋଟ ବସ୍ତିରେ ୧୭ ବର୍ଷ ବୟସ୍କ କିଶୋର ମନୋଜ ଚୌହାନ ରହୁଥିଲା । ତା'ର ଦୁଃସାହସିକ କାର୍ଯ୍ୟ ପାଇଁ ତାକୁ 'ଭାରତୀୟ ବାଳକ କଲ୍ୟାଣ ପରିଷଦ' ଦ୍ୱାରା  ରାଷ୍ଟ୍ରୀୟ ବୀରତା ପୁରସ୍କାର ନିମନ୍ତେ ମନୋନୀତ ଯାଇଥିଲା । ତାକୁ ୨୬ ଜାନୁଆରୀ ୨୦୦୭ ଦିନ ଗଣତନ୍ତ୍ର ଦିବସ ଅବସରରେ ମରଣୋତ୍ତର ଭାବେ ସମ୍ମାନିତ କରାଗଲା ।

୧ ଅଗଷ୍ଟ ୨୦୦୫ ଦିନ ଇନ୍ଦୋର ସହରରେ ହୋଇଥିବା ଭୟଙ୍କର ବଢ଼ିରେ ସହରର ଅନେକ ତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ମାରୁତି ନଗର ନାମକ ଗରିବ ବସ୍ତିରେ ସମସ୍ୟା ସଂଗିନ୍ ହୋଇଗଲା। ଅନେକ ବୃଦ୍ଧ, ଶିଶୁ ଓ ଗୃହପାଳିତ ପଶୁ ବନ୍ୟା ଜଳରେ ଭାସି ଯିବାକୁ ଲାଗିଲେ । ଏହି ପରିସ୍ଥିତିରେ ମନୋଜ  ୭ ରୁ ୧୦ ଫୁଟ ଗଭୀର  ଜଳରେ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାପାଇଁ କାଠଗଣ୍ଡି, ଖାଲି ଟିଣ ଓ ଅନ୍ୟାନ୍ୟ ଭାସମାନ ଜିନିଷ ତଥା ପବନ ଭର୍ତ୍ତି ହୋଇଥିବା ଟ୍ୟୁବ ମାଧ୍ୟମରେ ପହଁରି ବୁଡ଼ି ଯାଉଥିବା ଲୋକଙ୍କ ଜୀବନ ବଞ୍ଚାଇବାକୁ ଲାଗିଲା । ପ୍ରତିଦିନ ସେ ଏହି କାର୍ଯ୍ୟ ଭୋର ଚାରିଟାରୁ ଆରମ୍ଭ କରି ଅର୍ଦ୍ଧ ରାତ୍ର ପର୍ଯ୍ୟନ୍ତ ବିନା ବିଶ୍ରାମରେ କରିବାକୁ ଲାଗିଲା ।

ପୁର୍ବରୁ ମନୋଜ ଜଣେ ହୃଦ ରୋଗୀ ଥିଲା । ଡାକ୍ତର ତାଙ୍କୁ ଅତ୍ୟଧିକ ପରିଶ୍ରମ କରିବା ପାଇଁ ବାରଣ କରିଥିଲେ । ମାତ୍ର ଅନ୍ୟର ପ୍ରାଣ ବଞ୍ଚାଇବା ନିଶାରେ ନିଜର ସ୍ୱାସ୍ଥ୍ୟ କଥା ସେ ଚିନ୍ତା କଲା ନାହିଁ । ଜଣେ କି ଦୁଇ ଜଣ ନୁହନ୍ତି, ସମୁଦାୟ ୩୫ ଜଣ ଲୋକଙ୍କୁ ସେ ମୃତ୍ୟୁମୁଖରୁ ଉଦ୍ଧାର କଲା ।  ମଇଳା ପାଣି ପଶି ତାର ଫୁସଫୁସ ସଂକ୍ରମିତ ହେଲା । ଅତ୍ୟଧିକ ପରିଶ୍ରମ ଯୋଗୁଁ ସେ ନିମୋନିଆରେ ପୀଡ଼ିିତ ହେଲା । ଯେତେ ଉଦ୍ୟମ କାଲେ ବି ରୋଗ ଭଲ ହେଲ ନାହିଁ। ଚାରି ଦିନ ପରେ ତା"ର ଦେହାନ୍ତ ହୋଇଗଲା ।

୧୭ ବର୍ଷ ବୟସ୍କ ମନୋଜ ଜଣେ ସ୍ବୟଂସେବକ ଥିଲା। ବାଲ୍ୟ କାଳରୁ ସେ ଶାଖାରୁ ଶିକ୍ଷା ପାଇଥିଲା,
"ଦେଶ ହମେ ଦେତା ହେ ସବ କୁଛ
ହମ ଭି ତୋ କୁଛ ଦେନା ଶିଖେ"
ଏବଂ
"ତନ ସମର୍ପିତ, ମନ ସମର୍ପିତ ଔର ୟହ ଜୀବନ ସମର୍ପିତ,
ଚାହତା ହୁଁ ମାତୃଭୂ ତୁଝକୋ
କୁଛ ଔର ଭି ଦୁଉଁ ।"

ଏଇ ଦୁଇଟି ତା'ର ବିଶେଷ  ପ୍ରିୟ ଗୀତ ଥିଲା । ଏହା ତାକୁ ଅନ୍ୟର ହିତ ପାଇଁ ହସି ହସି ପ୍ରାଣ ସମର୍ପଣ କରିବାର ପ୍ରେରଣା ଦେଇଥିଲା ।

ଦେହାନ୍ତ ପରେ ତା' ପକେଟରୁ ଖଣ୍ଡେ କାଗଜ ମିଳିଲା । ସେହି କାଗଜରେ ବସ୍ତିର ଲୋକଙ୍କର ଆବଶ୍ୟକ  ଜିନିଷ ଗୁଡ଼ିକର ଏକ ସୂଚୀ ଥିଲା । ଅର୍ଥାତ ନିଜେ ଅସୁସ୍ଥ ଥିଲେ ବି ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଅନ୍ୟର ହିତ ବିଷୟରେ ହିଁ ଚିନ୍ତା କରୁଥିଲା ।

ବୀର ବାଳକ ମନୋଜ ଶହୀଦ ହୋଇଯିବା ପରେ ତାଙ୍କ ବସ୍ତିରେ ତିନି ଦିନ ଯାଏ କାହାରି ଘରେ ଚୁଲି ଜଳି ନଥିଲା। ବସ୍ତିର ପ୍ରତ୍ୟେକ ସ୍ତ୍ରୀ ପୁରୁଷ ମନୋଜ ପାଇଁ କରୁଣ କ୍ରନ୍ଦନ କରୁଥିଲେ ।

ସେ ଅନ୍ୟର ମଙ୍ଗଳ କରି କେବଳ ନିଜ ବସ୍ତିବାସୀଙ୍କ ନିମନ୍ତେ ନୁହେଁ, ବରଂ ସମଗ୍ର ଭାରତ ବାସୀଙ୍କ ପାଇଁ ଚିରକାଳ ଆଦର୍ଶ ହୋଇ ରହିବ।
୭.୮.୧୭

No comments: