Friday, 25 August 2017

*ଅନ୍ନର ଆଦର*

ସମ୍ରାଟ ବିକ୍ରମାଦିତ୍ୟ ନିଜ ସୈନ୍ୟଦଳ ସହିତ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥିଲେ । ତାଙ୍କ ଦଳ ଯେତେବେଳେ ଧାନ ମଣ୍ଡି ଦେଇ ଯାଉଥିଲା ସେତେବେଳେ ସମ୍ରାଟ ଦେଖିଲେ ଯେ ଅନେକ ଶସ୍ୟ କଣିକା ରାସ୍ତାରେ ବିଛାଡ଼ି ହୋଇ ପଡ଼ିଛି । ଏହା ଦେଖି ସେ ହାତୀ ପିଠିରୁ ତଳକୁ ଓହ୍ଲାଇ ପଡ଼ିଲେ ଏବଂ ଖୁସିରେ କହିଲେ, ବାଃ ଭୂମି ଉପରେ ଏତେ ହୀରା ବିଛାଡ଼ି ହୋଇ ପଡ଼ିଛି !

ଏତିକି କହି ସେ ଦାନା ଗୁଡ଼ିକୁ ନିଜ ହାତରେ ସାଉଁଟିବା ଆରମ୍ଭ କରିଦେଲେ । ତାଙ୍କୁ ଏପରି କରିବା ଦେଖି ମନ୍ତ୍ରୀ ଓ ଅନ୍ୟ ସବୁ ସୈନ୍ୟ ରାଜାଙ୍କୁ ଅନୁସରଣ କଲେ । ଅଳ୍ପ ସମୟ ଭିତରେ  ସମ୍ରାଟ ଓ ଅନ୍ୟ ସମସ୍ତଙ୍କ ଥଳି ପୂରା ହୋଇ ଗଲା । ଏବେ ସମସ୍ତଙ୍କୁ ସମ୍ବୋଧିତ କରି ସମ୍ରାଟ କହିଲେ,

"ଆମ ରାଜ୍ୟରେ ଖାଦ୍ୟ ଶସ୍ୟ କମ ହେବାର ଏକ ବଡ଼ କାରଣ ହେଲା ଆମେ ଖାଦ୍ୟ ଶସ୍ୟକୁ ଅନାଦର କରୁଛୁ ଓ ନଷ୍ଟ କରୁଛୁ । ଏବେ ଦେଖନ୍ତୁ, ଏତିକି ଶସ୍ୟ କଣିକାରେ ଅତି କମରେ  ୮-୧୦  ଜଣ ଲୋକଙ୍କ ପେଟ ଭରିଯିବ । ଯାହାକୁ ଆମେ ପାଦରେ ଆଡ଼େଇ ଚାଲି ଯାଉଥିଲେ ।"

କୁହାଯାଏ ଯେ, ସମ୍ରାଟ ବିକ୍ରମାଦିତ୍ୟଙ୍କ ଶାସନ କାଳରେ ଆମ ଦେଶରେ ଖାଦ୍ୟ ଶସ୍ୟର ଆଭାବ ନ ଥିଲା ।

ଆସନ୍ତୁ, ଆମେ ସଂକଳ୍ପ କରିବା ଯେ କିଛି ଖାଦ୍ୟ ଆମେ ନଷ୍ଟ ବା ଅପବ୍ୟୟ କରିବା ନାହିଁ ଯଦ୍ୱାରା ଆମର ଖାଦ୍ୟ ଭଣ୍ଡାର ପୂର୍ଣ୍ଣ ରହିବ ଓ ଭୋକିଲା ତୁଣ୍ଡରେ ଖାଦ୍ୟ ଦେଇ ଆମେ ସୁଖୀ ଜୀବନ ଜିଇଁ ପାରିବା ।
୧୩.୮.୧୭

No comments: