Saturday, 26 August 2017

*ବିଦୁଳା-ସଞ୍ଜୟ ସମ୍ବାଦ*

ମହାଭାରତରେ ଗୋଟିଏ ସୁନ୍ଦର କାହାଣୀ ଅଛି । ବିଦୁଳା ନାମ୍ନୀ ଜଣେ ରାଣୀ ଥିଲେ । ସେ ନିଜର ପୁତ୍ର ସଞ୍ଜୟକୁ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ, କିନ୍ତୁ ସଞ୍ଜୟ ଭୀତତ୍ରସ୍ତ ହୋଇପଡ଼ିଲେ । ସେ ଶତ୍ରୁଙ୍କଠାରୁ ପଛଘୁଞ୍ଚା ଦେଇ ଯୁଦ୍ଧ ଭୂମିରୁ ଫେରି ଆସିଲେ । ଏହିପରି ବିମୂଢ଼ ଅବସ୍ଥାରେ ପୁତ୍ରକୁ ଦେଖି ବିଦୁଳା ଦୁର୍ଗର ଦ୍ୱାର ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଲେ ଓ ପୁତ୍ରକୁ ଭୀଷଣ ଭର୍ସନା କଲେ । ମାତା ପୁତ୍ରଙ୍କ ମଧ୍ୟରେ ଏଇ କଥୋପକଥନ "ବିଦୁଳା-ସଞ୍ଜୟ ସମ୍ବାଦ" ନାମରେ ଖ୍ୟାତ ।
ଏଥିରେ ବିଦୁଳା ପୁତ୍ରକୁ ଶିକ୍ଷା ଦେଇଥିଲେ ଯେ କିପରି ଭାବରେ ଜଣେ ବୀର ଯୋଦ୍ଧା ଯୁଦ୍ଧ କ୍ଷେତ୍ରରେ ନିଜକୁ ପରିଚାଳନା କରିବ । ଏଇ ଶିକ୍ଷା ଦେବା ପରେ ସେ ପୁତ୍ରକୁ ଯୁଦ୍ଧକ୍ଷେତ୍ରକୁ ଯାଇ ବିଜୟୀ ହୋଇ ଫେରିବାକୁ ନିର୍ଦ୍ଦେଶ ଦେଲେ । କାଳବିଳମ୍ବ ନ କରି ସଞ୍ଜୟ ଯୁଦ୍ଧକ୍ଷେତ୍ରକୁ ଯାଇ ଅପୂର୍ବ ବୀରତ୍ୱ ପ୍ରଦର୍ଶନ ପୂର୍ବକ ବିଜୟୀ ହେଲେ ଓ ସମ୍ମାନର ସହିତ ମାଆଙ୍କ ନିକଟକୁ ଫେରିଆସିଲେ ।

୩.୭.୧୭

No comments: