Saturday, 26 August 2017

*ଦେଶଭକ୍ତଙ୍କ ମଉଡ଼ମଣି*

ଥରେ ଜଣେ ମାଆ, ସାତ ଆଠ ବର୍ଷର ପୁଅକୁ ପାଠ ପଢ଼ାଉ ଥିବା ବେଳେ ପଚାରିଲେ - "ଜଣେ ବ୍ୟବସାୟୀ ଗୋଟିକୁ ଗୋଟିଏ ଟଙ୍କାରେ ୧୨ ଟି ଔଷଧ କିଣି ଗୋଟିକୁ ୩ ଟଙ୍କାରେ ବିକିଲେ ତାଙ୍କର କେତେ ଲାଭ ହେବ ?"
କିଛି କ୍ଷଣ ଚୁପ ରହି ପିଲାଟି ପଚାରିଲା, "ମାଆ, ତାହା କି ପ୍ରକାର ଔଷଧ ?"
ମାଆ କହିଲେ,
"ତୁ ଏତେ କଥା ନ ପଚାରି ସିଧା ସଳଖ ଉତ୍ତର ଦେ ।"
ପିଲାଟି ଜିଦ ଧରିବା ଦେଖି ମାଆ କହିଲେ, "ତାହା ଜୀବନ ରକ୍ଷାକାରୀ ଔଷଧ ।"
ପୁଅଟି ସଙ୍ଗେ ସଙ୍ଗେ ଉତ୍ତର ଦେଲା - "ତେବେ ସେହି ବ୍ୟବସାୟୀଟିକୁ ବେତରେ ପିଟିବା ଉଚିତ । ଜୀବନ ରକ୍ଷାକାରୀ ଔଷଧକୁ ଯିଏ ଏକ ଟଙ୍କାରେ କିଣି ଲୋକଙ୍କୁ ୩ ଟଙ୍କାରେ ବିକୁଛି ସିଏ ଲୋକଙ୍କ ଜୀବନ ରକ୍ଷା କ'ଣ କରୁଛି ବରଂ ଦୁ୍ଃଖୀ ଦରିଦ୍ରଙ୍କ ରକ୍ତ ଶୋଷୁଛି ।"

ଏହି ଅଦ୍ଭୁତ ଉତ୍ତର ଦେଇଥିବା ବାଳକଟିର ନାମ ରାଜୁ । ଅର୍ଥାତ ପୂରା ନାମ ସୀତାରାମ ରାଜୁ । ତାର ଜନ୍ମ ୪ ଜୁଲାଇ ୧୮୯୭ରେ ଆନ୍ଧ୍ରପ୍ରଦେଶର ମୋଗଲୁ ଗାଁରେ ହୋଇଥିଲା ।
ବଡ଼ ହୋଇ ସେ ଆଲୁରୀ ସୀତାରାମ ରାଜୁ ନାମକ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ହେଲା । ରାମ୍ପା ବିଦ୍ରୋହର ନେତୃତ୍ୱ ନେଉଥିବାବେଳେ ୭ ମଇ ୧୯୨୪ରେ ବ୍ରିଟିଶ ପୋଲିସ ଗୁଳିରେ ସେ ଶହୀଦ ହେଲା । ତାର ମୃତ୍ୟୁରେ ପଣ୍ଡିତ ନେହେରୁ କହିଥିଲେ - "ରାଜୁ ଦେଶଭକ୍ତ ମାନଙ୍କର ମଉଡ଼ମଣି ଅଟେ ।"

ରାଜୁ ଭଳି ଅନେକ ଦେଶଭକ୍ତଙ୍କ ବଳିଦାନ ପାଇଁ ଆମ ଦେଶ ସ୍ୱାଧୀନ ହେଲା ।

୨୨.୭.୧୭

No comments: