Saturday, 26 August 2017

*ପୂଜା-ଅର୍ଘ୍ୟ*

     ୧୫.୦୧.୧୮୯୭ ରେ ସ୍ୱାମୀଜୀ ବିଦେଶରୁ ଭାରତକୁ ଫେରିଲେ । ଲଣ୍ଡନ ତ୍ୟାଗ କରିବା ପୂର୍ବରୁ ସେ ମାର୍ଗାରେଟଙ୍କୁ ସସ୍ନେହରେ ଡାକି କହିଥିଲେ -
"ଭାରତବର୍ଷ ହିଁ ତୁମର ଆପଣାର ଦେଶ । କିନ୍ତୁ ସେଥିପାଇଁ ତୁମକୁ ପ୍ରସ୍ତୁତ ହେବାକୁ ପଡ଼ିବ ।"

   ସ୍ୱାମୀଜୀ ସ୍ୱଦେଶକୁ ଫେରି ମାର୍ଗାରେଟଙ୍କୁ ପୁଣି ଏକ ପତ୍ର ଲେଖିଲେ -
"ତୁମକୁ ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ- କାହାରି ଉପରେ ଭରସା ରଖିଲେ ଚଳିିବ ନାହିଁ ।"

ତା'ପରେ ପୁଣି ଏକ ପତ୍ର ୦୧.୧୦.୧୮୯୭ରେ ଲେଖିଲେ -
   "ପ୍ରେମର ଶକ୍ତିରେ ହିଁ ଜଡ଼ ବସ୍ତୁ ପ୍ରାଣମୟ ହୋଇଉଠେ । ଏହା ହିଁ ବେଦାନ୍ତର ସାର କଥା । ସେହି ଈଶ୍ୱର ହିଁ ସାରା ବିଶ୍ୱରେ ବିଦ୍ୟମାନ ।
ଯେ ଅଜ୍ଞାନ ସେ ତାଙ୍କୁ ଜଡ଼ ମନେ କରେ; ଯେ ଜ୍ଞାନୀ ସେ ତାଙ୍କୁ ଈଶ୍ୱର କହେ । ଜଡ଼ ମଧ୍ୟରେ ତିଳେ ତିଳେ ଚୈତନ୍ୟର ଆବିଷ୍କାର କରି ଅଗ୍ରସର ହେବା ସଭ୍ୟତାର ଇତିହାସ ।"

ସ୍ୱାମୀଜୀଙ୍କ ଠାରୁ ଏଇ ଚିଠି ପାଇ ମାର୍ଗାରେଟ ଜାହାଜରେ ଭାରତ ଅଭିମୁଖେ ଯାତ୍ରା କଲେ । ବିଦାୟ ସମୟରେ ତାଙ୍କର ସ୍ନେହମୟୀ ଜନନୀ ସଜଳ ନୟନରେ କନ୍ୟାକୁ ଆଶୀର୍ବାଦ କରିଥିଲେ । ଇଂଲଣ୍ଡର ସଂସ୍କୃତି ଉଦ୍ୟାନର ଏକ ନିର୍ମଳ କୁସୁମ ସେଦିନ ଭରତମାତାଙ୍କ ଚରଣରେ ପୂଜାର ଅର୍ଘ୍ୟ ରୂପେ ଅର୍ପିତ ହୋଇଥିଲା ।

୨୮.୭.୧୭

No comments: