ମହାନ ରାଷ୍ଟ୍ରଭକ୍ତ ଶ୍ରୀ ଗୋପାଳ କୃଷ୍ଣ ଗୋଖଲେ ଅତ୍ୟନ୍ତ ସାଧାରଣ ଓ ନିରାଡ଼ମ୍ବର ଜୀବନ ନିର୍ବାହ କରୁଥିଲେ ।
ଦିନେ ଜଣେ ଧନୀ ବ୍ୟକ୍ତି ଭେଟିବା ପାଇଁ ତାଙ୍କ ଘରେ ଆସି ପହଞ୍ଚିଲେ । ସେତିକି ବେଳକୁ ଗୋଖଲେଜୀ ନିଜର ଫଟା ଲୁଗାକୁ ନିଜେ ଛୁଞ୍ଚିରେ ସିଲାଇ କରୁଥାନ୍ତି ।
ଧନୀ ବ୍ୟକ୍ତି ଜଣକ କହିଲେ,
" ମହାଶୟ ଆପଣଙ୍କ ପରି ଜଣେ ମହାନ ରାଷ୍ଟ୍ରଭକ୍ତ ଫଟା-ପୁରୁଣା କପଡ଼ାକୁ ସିଲେଇ କରିବା ପରି ସାଧାରଣ କାମ କିପରି କରୁଛନ୍ତି ? ଏହା ମୋତେ ଚକିତ କରୁଛି ।"
ଶ୍ରୀ ଗୋଖଲେ ସ୍ମିତ ହସି ପ୍ରତ୍ୟୁତ୍ତରରେ କହିଲେ,
" ମହତ କର୍ମ ତଥା ସରଳ ଜୀବନ ଯାପନ ହେଉଛି ଭାରତୀୟଙ୍କ ମହାନତାର ମାପକାଠି । ବଢ଼ିଆ ଲୁଗାପଟା ଓ ମୂଲ୍ୟବାନ ଗହଣା ପିନ୍ଧିଲେ ଜଣେ ମହାନ ହୋଇଯାଏ ନାହିଁ । ମହାନତା କର୍ମରେ ନଥାଏ, ବିଚାରରେ ଥାଏ। ମୁଁ ଏକ ଏକ ପଇସା ସଞ୍ଚୟ କରି ଭାରତର ସ୍ବାଧୀନତା ପାଇଁ ହେଉଥିବା ଆନ୍ଦୋଳନାତ୍ମକ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ ସଂକଳ୍ପ କରିଛି । ଏହା ଦ୍ୱାରା ମୋତେ ଅସୀମ ଆତ୍ମସନ୍ତୋଷ ମିଳୁଛି ।"
ଧନୀ ବ୍ୟକ୍ତି ଜଣକ ଶ୍ରୀ ଗୋଖଲେଙ୍କ କଥା ଶୁଣି ତାଙ୍କ ଆଗରେ ନତ ମସ୍ତକ ହେଲେ ।
୧୫.୮.୧୭

No comments:
Post a Comment