Saturday, 26 August 2017

*ଦେଶପାଇଁ ବଞ୍ଚିବା*

ଥରେ ଡକ୍ଟରଜୀ ନାନା ସାହେବ ଟାଳଟୁଳେଙ୍କ ଘରେ ଗୋଟିଏ ମହାପୁରୁଷ ଚିତ୍ର ଦେଖିଲେ । ସେହି ଚିତ୍ର ତଳେ ଲେଖାଯାଇଥିଲା -
"Teach us how to die."

ଏଇ ଲେଖା ଦେଖିବା ମାତ୍ରେ ଡକ୍ଟରଜୀ କହିଲେ, "ନାନା ସାହେବ ! ଏହି ବାକ୍ୟକୁ ତୁରନ୍ତ ପରିବର୍ତ୍ତନ କର ।"

ନାନା ସାହେବ -
"କଣ ପରିବର୍ତ୍ତନ ହେବ ଡକ୍ଟରଜୀ ?"

ଡକ୍ଟରଜୀ କହିଲେ,
"die ଜାଗାରେ live ଲେଖ ।"

ଲକ୍ଷ୍ୟ ପ୍ରାପ୍ତି ପାଇଁ ବା ଦେଶ ପାଇଁ ଶହୀଦ
ହୋଇଯିବା ନିଶ୍ଚିତ ରୂପେ ସମ୍ମାନନୀୟ,
ଗ୍ରହଣୀୟ ତଥା ଗୌରବର କଥା ।

କିନ୍ତୁ ତା'ଠାରୁ ଶ୍ରେଷ୍ଠ କଥା ହେଲା ନିଜର ସମ୍ପୂର୍ଣ୍ଣ ଜୀବନର ପ୍ରତ୍ୟେକ କ୍ଷଣ କେବଳ ଲକ୍ଷ୍ୟ ପ୍ରାପ୍ତି ପାଇଁ ବିନିଯୋଗ କରିବା । ଅର୍ଥାତ ଦେଶ ପାଇଁ ବଞ୍ଚିବା ।

ଡକ୍ଟରଜୀଙ୍କ କଥାରେ ସନ୍ତୁଷ୍ଟ ହୋଇ ନାନା ସାହେବ ସେହି ଫଟୋ ତଳେ ଲେଖି ଦେଇଥିଲେ -
"Teach us how to live."

୨୫.୭.୧୭

No comments: