Saturday, 26 August 2017

*ବ୍ୟତିକ୍ରମ*

ଭାରତୀୟ ସୈନ୍ୟବାହିନୀରେ ପରାକ୍ରମ ପ୍ରକଟିତ କରିଥିବା ସୈନିକମାନଙ୍କୁ କୀର୍ତ୍ତି ଚକ୍ର, ମହାବୀର ଚକ୍ର, ପରମବୀର ଚକ୍ର ଇତ୍ୟାଦି ସମ୍ମାନ ଭାରତ ସରକାର ଦେଇଥାନ୍ତି । କିନ୍ତୁ ୨୦୧୧ ମସିହାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଲା । ସେହି ବର୍ଷ ସରକାର ପ୍ରଥମ ଥର ପାଇଁ ସୈନିକ ନ ଥିବା ସଂଘର ଜଣେ ସ୍ୱୟଂସେବକ ଶ୍ରୀ ପୂଜାରୀ ମାଣିକ୍ୟମଙ୍କୁ ମରଣୋତ୍ତର "କୀର୍ତ୍ତି ଚକ୍ର" ସମ୍ମାନରେ ସମ୍ମାନିତ କଲେ ।

ଆନ୍ଧ୍ରପ୍ରଦେଶର ବରଙ୍ଗଲ (warangal) ଜିଲ୍ଲାର ତିମାମପେଟା ଗ୍ରାମ ଯାହାକି ନକ୍ସଲପନ୍ଥୀଙ୍କର ଦୁର୍ଗ ଅଟେ । ସେହି ଗ୍ରାମର ଘଟଣା -

ଜନଶକ୍ତି ନାମକ ଏକ ନକ୍ସଲ ସଂଗଠନ ତିମାମପେଟା ଓ ତାକୁ ଲାଗିଥିବା ଆଖପାଖ ଦଶଟି ଗ୍ରାମରେ ଘୋଷଣା କଲେ ନିର୍ଦ୍ଦିଷ୍ଟ ଦିନ ଭିତରେ ତାଙ୍କ ପାଖରେ ଦଶ ଲକ୍ଷ ଟଙ୍କା ପହଞ୍ଚାଇବା ପାଇଁ ଏବଂ ସେମାନେ ଲୋକଙ୍କୁ ଟଙ୍କା ମାଗିବା ଆରମ୍ଭ କରିଦେଲେ । ଗାଁ ଲୋକେ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଛଅ ଲକ୍ଷ ଟଙ୍କା ନିହାତି ଦରକାର ବୋଲି କହିଲେ ।
ଏହି ସମୟରେ ତିମାମପେଟା ଗାଁର ଲୋକମାନେ ଶ୍ରୀ ମାଣିକ୍ୟମଙ୍କ ନେତୃତ୍ୱରେ କୌଣସି ଟଙ୍କା ଦେବାକୁ ମନାକରି ଦେଲେ ।
ଏହି ଘଟଣାରେ ନକ୍ସଲପନ୍ଥୀମାନେ ଉତ୍ୟକ୍ତ ହୋଇ ତିନିଜଣ ନକ୍ସଲପନ୍ଥୀଙ୍କୁ ମାଣିକ୍ୟମ ରହୁଥିବା ଗାଁକୁ ପଠାଇଲେ । ସେମାନେ ଆସି ତିମାମପେଟା ଗାଁ ଉପରେ ଆକ୍ରମଣ କଲେ । ମାଣିକ୍ୟମ ଓ ତାଙ୍କ ଭାଇ ଆଦିତ୍ୟ ନାରାୟଣଙ୍କୁ ଅପହରଣ କରିନେବାରେ ସେମାନେ ସଫଳ ହେଲେ । ଉଭୟ ଭାଇଙ୍କୁ ସେମାନେ ଲାଠିରେ ନିର୍ମମ ପ୍ରହାର କଲେ । କୁରାଢ଼ୀରେ ହାଣୀ ଆଦିତ୍ୟ ନାରାୟଣଙ୍କୁ ହତ୍ୟା କଲେ । କିନ୍ତୁ ସଙ୍ଘରୁ ଦଣ୍ଡ ଶିକ୍ଷା ପ୍ରାପ୍ତ କରିଥିବା ଶ୍ରୀ ମାଣିକ୍ୟମ ହଠାତ ଜଣେ ନକ୍ସଲଙ୍କ ହାତରୁ ଦଣ୍ଡ ଛଡ଼ାଇ ଆଣି ପ୍ରହାର କରିବାକୁ ଲାଗିଲେ । ଯେଉଁଥିରେ ତିନିଜଣ ଯାକ ନକ୍ସଲଙ୍କର ମୃତ୍ୟୁ ହେଲା ।

ନିଜର ତିନିଜଣ ସାଥୀଙ୍କର ମୃତ୍ୟୁରେ କ୍ରୋଧିତ ହୋଇ ଅନ୍ୟ ନକ୍ସଲୀମାନେ ମାଣିକ୍ୟମଙ୍କୁ ଚତୁର୍ଦିଗରୁ ଘେରି ବର୍ବରତା ପୂର୍ବକ ହତ୍ୟାକଲେ । ସେଦିନ ଥିଲା ୧୯୯୫ ମସିହା ଏପ୍ରିଲ ମାସ ୨୦ ତାରିଖ ।

ସେତେବେଳେ ସେହି ଘଟଣା କେବଳ ସେହି ଦଶଟି ଗାଁ ନୁହେଁ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ।

୨୬.୭.୧୭

No comments: