କ୍ରାନ୍ତୀକାରୀ ଚନ୍ଦ୍ରଶେଖର ଆଜାଦ ଇଂରେଜମାନଙ୍କ ଆଖିରେ ଧୂଳି ଦେଇ ବିଭିନ୍ନ ସ୍ଥାନ ବୁଲି ଯୁବକ ମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ପ୍ରେରଣା ଦେଉଥିଲେ । ଦିନେ ଏକ ଝଡ଼ ତୋଫାନ ରାତିରେ ଜଣକ ଘରେ ଆଶ୍ରୟ ନେବା ଉଦ୍ଦେଶ୍ୟରେ ସେ ପହଞ୍ଚିଲେ । ସେ ଘରେ ଜଣେ ବିଧବା ମହିଳା ଓ ତାଙ୍କ ଝିଅ ରହୁଥିଲେ । ଆଜାଦଙ୍କ ଚେହେରା ଦେଖି ସେମାନେ ଭାବିଲେ ଇଏ ନିଶ୍ଚୟ ଏକ ଡାକୁ ହୋଇଥିବ । ତେଣୁ ଘରେ ରଖାଇବାକୁ ଅମଙ୍ଗ ହେଲେ । ଆଜାଦ ନିଜର ପୂର୍ଣ୍ଣ ପରିଚୟ ଓ ଆତ୍ମରକ୍ଷା ପାଇଁ ରାତିରେ ବୁଲିବା କଥା କହିବାରୁ ସମ୍ମାନର ସହ ତାଙ୍କୁ ଘରେ ରଖାଇଲେ । ମହିଳାଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପରେ ସେ ଜାଣିଲେ ଯେ ଅତ୍ୟନ୍ତ ଦାରିଦ୍ର୍ୟ କାରଣରୁ ଝିଅର ବାହାଘର ହୋଇପାରି ନାହିଁ ।
ଆଜାଦ କହିଲେ, " ମୋତେ ଧରାଇଦେଲେ ଆପଣଙ୍କୁ ଇଂରେଜ ସରକାର ପାଞ୍ଚ ହଜାର ଟଙ୍କା ପୁରସ୍କାର ଦେବ । ସେହି ଟଙ୍କାରେ ଆପଣ ଖୁସିରେ ଝିଅ ବାହାଘର କରିଦେଇ ପାରିବେ ।" ଏହା ଶୁଣିବା ପରେ ବିଧବା ମହିଳାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ଅଶ୍ରୁପୂର୍ଣ୍ଣ ନୟନରେ ସେ କହିଲେ, "ଦେଖ ଭାଇ, ତୁମେ ଦେଶ ସ୍ଵାଧୀନ କରିବା ପାଇଁ ପ୍ରାଣକୁ ତୁଚ୍ଛ କରି ନିଆଁ ସହିତ ଖେଳି ପାରୁଛ । କେତେ ଝିଅ ବୋହୂଙ୍କ ସମ୍ମାନ ରଖୁଛ । ପ୍ରକୃତରେ ତୁମେମାନେ ହିଁ ଏ ଦେଶର ରକ୍ଷା କବଚ । ମୁଁ ମୋର ସ୍ୱାର୍ଥ ପାଇଁ ଏଭଳି ବେଇମାନୀ କାମ କରିପାରିବି ନାହିଁ । ଏହା କହି ସେ ସଙ୍ଗେ ସଙ୍ଗେ ଆଜାଦଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ କରିଦେଲେ ଏବଂ ଦେଶ ସେବାରେ ସହଯୋଗୀ ହେବେ ବୋଲି କହିଲେ ।"
ତା' ପର ଦିନ ସକାଳ ହେଲା ବେଳକୁ ଆଜାଦ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ । ବିଛଣା ଉଠାଇଲା ବେଳେ ତାଙ୍କ ତକିଆ ତଳୁ ମିଳିଲା ପାଞ୍ଚ ହଜାର ଟଙ୍କା ଓ ଗୋଟିଏ ଚିଠି । ସେଥିରେ ଲେଖା ଥିଲା, "ମୋର ସ୍ନେହର ଭଉଣୀ ପାଇଁ ଏହା ସାମାନ୍ୟ ଉପହାର ।"
୪.୮.୧୭
Friday, 25 August 2017
*ମୋତେ ଧରାଇ ଦିଅ*
Subscribe to:
Post Comments (Atom)

No comments:
Post a Comment