ଡ. ରାଜେନ୍ଦ୍ର ପ୍ରସାଦଙ୍କ ସହିତ ରାଷ୍ଟ୍ରପତି ଭବନରେ ତାଙ୍କ ଭଉଣୀ ଭଗବତୀ ଦେବୀ ମଧ୍ୟ ରହୁଥିଲେ । ସେ ଶ୍ଵାସ ରୋଗୀ ଥିଲେ । ଦୁର୍ଭାଗ୍ୟବଶତଃ ଗଣତନ୍ତ୍ର ଦିବସର ପୂର୍ବ ରାତ୍ରୀ ଅର୍ଥାତ୍ ୨୫ ଜାନୁଆରୀ ୧୯୫୦ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଗଲା । ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ନିଜ ଭଉଣୀର ଶବକୁ ଗୋଟିଏ କୋଠରୀରେ ବନ୍ଦ କରି ରଖିଲେ ଓ ୨୬ ଜାନୁଆରୀ ଉତ୍ସବରେ ବାଧା ନ ପଡ଼ିବା ପାଇଁ ଏ ଖବର କାହାକୁ କହିଲେ ନାହିଁ ।
ପରଦିନ ସକାଳୁ ୨୬ ଜାନୁଆରୀ ସମାରୋହରେ ରାଜେନ୍ଦ୍ର ବାବୁ ଭାଗନେଲେ । ସମାରୋହ ସମାପ୍ତ ହେବାର ଦୁଇ ଘଣ୍ଟା ପରେ ଲୋକମାନେ ଦେଖିଲେ ଯେ, ରାଷ୍ଟ୍ରପତି ନିଜ ଭଉଣୀର ଶବ ଯାତ୍ରା ସହିତ ସଡ଼କ ଉପରେ ଶ୍ମଶାନ ଘାଟକୁ ଯାଉଛନ୍ତି । ଏହି ଘଟଣା ୨୬ ଜାନୁଆରୀ ସନ୍ଧ୍ୟା ସମୟରେ ଘଟଣାକ୍ରମେ ସମସ୍ତଙ୍କୁ ଜଣାପଡ଼ିଲା ।
ଏତେ ବଡ଼ ପଦବୀରେ ଆସୀନ ଥାଇ ମଧ୍ୟ ଜୀବନରେ ରାଷ୍ଟ୍ରୀୟ ଅନୁଶାସନକୁ ଦୃଢ଼ତାର ସହକାରେ ପାଳନ କରିବାର ଏତେ ବଡ଼ ଉଦାହରଣ ପ୍ରାୟ ମିଳିବ ନାହିଁ ।
୨୦.୮.୧୭

2 comments:
ଅପୂର୍ବ। ଶ୍ରୀ ପ୍ରସ।ଦଙ୍କ ଦେଶପ୍ରେମ ଉଦାହରଣୀୟ ହୋଇ ରହିବ।
ଅପୂର୍ବ। ଶ୍ରୀ ପ୍ରସ।ଦଙ୍କ ଦେଶପ୍ରେମ ଉଦାହରଣୀୟ ହୋଇ ରହିବ।
Post a Comment